କପସିରଫ ପିଇ ୬୬ ଶିଶୁଙ୍କ ମୃତ୍ୟୁ, କମ୍ପାନୀକୁ ଶକ୍ତ ଚଟକଣା
Advertisement

କପସିରଫ ପିଇ ୬୬ ଶିଶୁଙ୍କ ମୃତ୍ୟୁ, କମ୍ପାନୀକୁ ଶକ୍ତ ଚଟକଣା

ହରିଆଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ କରିଛନ୍ତି କି ରାଜ୍ୟ ସରକାର କପ ସିରଫ ଉତ୍ପାଦନ ଉପରେ ରୋକ ଲଗାଇ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ହୁ ପକ୍ଷରୁ ଚିହ୍ନିତ ହେବା ପରେ ସୋନିପାତରେ ଥିବା ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ତିନୋଟି କପ ସିରପର ଯାଞ୍ଚ ପାଇଁ କୋଲକାତା ସ୍ଥିତ ସେଣ୍ଟ୍ରାଲ ଡ୍ରଗ ଲ୍ୟାବକୁ ପଠାଇ ଦିଆଯାଇଛି। 

କପସିରଫ ପିଇ ୬୬ ଶିଶୁଙ୍କ ମୃତ୍ୟୁ, କମ୍ପାନୀକୁ ଶକ୍ତ ଚଟକଣା

Maiden Pharmaceuticals: ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନୀ (Indian Maiden Pharmaceuticals) ଦ୍ୱାରା ପ୍ରସ୍ତୁତ କପ ସିରଫ (Caugh Syrup) ପିଇ ଗାମ୍ବିଆର (Gambia) ୬୬ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organisation) ଜରୁରୀ ସ୍ୱାସ୍ଥ୍ୟ କଟକଣା ଜାରି କରିଛି। ସେପଟେ ହରିଆଣା ସରକାର (Hariyana Government) ଏହି କପସିରଫ (Cough Syrup) ପ୍ରସ୍ତୁତ ଉପରେ ରୋକ ଲଗାଇଦେଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀ ବିବାଦ ଘେରକୁ ଧସେଇ ପଶି ଆସିଛି। 

ହରିଆଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ କରିଛନ୍ତି କି ରାଜ୍ୟ ସରକାର କପ ସିରଫ ଉତ୍ପାଦନ ଉପରେ ରୋକ ଲଗାଇ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ହୁ ପକ୍ଷରୁ ଚିହ୍ନିତ ହେବା ପରେ ସୋନିପାତରେ ଥିବା ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ତିନୋଟି କପ ସିରପର ଯାଞ୍ଚ ପାଇଁ କୋଲକାତା ସ୍ଥିତ ସେଣ୍ଟ୍ରାଲ ଡ୍ରଗ ଲ୍ୟାବକୁ ପଠାଇ ଦିଆଯାଇଛି। ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ତାହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଅନୀଲ ବିଜ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାରଙ୍କ ଅଧିକାରୀ ଏନେଇ ସବିଶେଷ ସୂଚନା ସଂଗ୍ରହ କରୁଛନ୍ତି। ରିପୋର୍ଟ ଆସିବା ପରେ ଯଦି କିଛି ଭୁଲ ସୂଚନା ମିଳେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ହରିୟାଣା ଓ  କେନ୍ଦ୍ର ସରକାର ଫାର୍ମାସ୍ୟୁଟିକାଲ୍ ବିଭାଗର ମିଳିତ ଯାଞ୍ଚ ପରେ ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ତ୍ରୁଟି ରହିଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମୋଟ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ନୋଟିସ ଦିଆଯାଇଛି ବୋଲି ସେ କହିଛନ୍ତି।

କମ୍ପାନୀର କପସିରପ ଉତ୍ପାଦନ କାରଖାନାର ତ୍ରୁଟିକୁ ହରିୟାଣା ଖାଦ୍ୟ ଏବଂ ଔଷଧ ପ୍ରଶାସନ ଚିହ୍ନଟ କରିଛି। ହରିୟାଣାର ଫାର୍ମାସ୍ୟୁଟିକାଲ୍ ଅଧିକାରୀମାନେ ସୋନିପାତରେ ରହିଥିବା କମ୍ପାନୀର ଉତ୍ପାଦନ କାରଖାନା ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଔଷଧ ଉତ୍ପାଦନର ଉଲ୍ଲଂଘନର ୧୨ଟି ତ୍ରୁଟିକୁ ତାଲିକା ଭୁକ୍ତ କରିଛି। 

ହରିଆଣାର ଔଷଧ ନିୟନ୍ତ୍ରକ ମେଡେନ ଫାର୍ମାସ୍ୟୁଟିକାଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହା ସହିତ ଉକ୍ତ ନୋଟିସରେ କୁହାଯାଇଛି କି ଆପଣଙ୍କ କମ୍ପାନୀ ଲାଇସେନିସକୁ କାହିଁକି ବାତିଲ କରାନଯିବ ତାହାର ଉତ୍ତର ଦିଅନ୍ତୁ। ମେଡେନ ଫାର୍ମାସ୍ୟୁଟିକାଲକୁ ଆସନ୍ତା ୧୪ ତାରିଖ ମଧ୍ୟରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ହରିଆଣାର ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ କହିବା ମୁତାବକ କମ୍ପାନୀ ଉତ୍ପାଦନ ଓ ପରୀକ୍ଷଣ ସମ୍ପର୍କିତ ଲଗ ବୁକ ଦେଖାଇବାରେ ବିଫଳ ହୋଇଥିଲା।  ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି କି ଏହି ଔଷଧ ପ୍ରସ୍ତୁତରେ ବ୍ୟବହାର କରାଯାଇଥିବା ପ୍ରପଲୀନ ଗ୍ଲାଇକଲ, ସର୍ବିଟୋଲ ସଲ୍ୟୁସନ ଓ ସୋଡ଼ିୟମ ମିଥାଇଲପରବେଲର ବ୍ୟାଚ ନମ୍ବର ଲେଖାଯାଇନଥିଲା। ଯାଞ୍ଚ ସମୟରେ ଆହୁରି ମଧ୍ୟ ଔଷଧ ପ୍ରସ୍ତୁତ ସମୟରେ ପ୍ରକ୍ରିୟା ଓ ବିଶ୍ଲେଷଣାତ୍ମକ ବିଧିକୁ ମଧ୍ୟ ସଠିକ ଢଙ୍ଗରେ ପାଳନ ହୋଇନଥିବା ଦେଖିବାକୁ ମିଳିଥିଲା।ଏଠାରେ କହି ରଖୁ କି ୨୦୧୧ ମସିହାରେ ଏହି କମ୍ପାନୀ ଉପରେ ଭିଏତନାମ ବ୍ୟାନ ଲଗାଇ ଦେଇଥିଲା। ଡବ୍ଲ୍ୟୁଏଚଓ ପକ୍ଷରୁ ଏହି କମ୍ପାନୀକୁ ନେଇ କ୍ଷୋଭ ପ୍ରକାଶ କରିବା ପରେ ଭାରତ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କପସିରପର ନମୂନା ପରିକ୍ଷଣ ପାଇଁ ପଠାଇଥିଲେ।