ନନ୍ଦୀଙ୍କ ଠାରୁ ୮୩ ଫୁଟ ଦୂରରେ 'ଶିବଲିଙ୍ଗ', କାନ୍ଥରେ ତ୍ରିଶୂଳ ଓ ହାତୀ ଚିହ୍ନ; ସାମ୍ନାକୁ ଆସିଲା ଜ୍ଞାନବାପିର ଆଉ ଏକ ଭିଡିଓ
Advertisement
Article Detail0/zeeodisha/odisha1202840

ନନ୍ଦୀଙ୍କ ଠାରୁ ୮୩ ଫୁଟ ଦୂରରେ 'ଶିବଲିଙ୍ଗ', କାନ୍ଥରେ ତ୍ରିଶୂଳ ଓ ହାତୀ ଚିହ୍ନ; ସାମ୍ନାକୁ ଆସିଲା ଜ୍ଞାନବାପିର ଆଉ ଏକ ଭିଡିଓ

Gyanvapi Masjid Row: ଏହି ନନ୍ଦୀଙ୍କ ଠିକ୍ ସାମ୍ନାରେ ପ୍ରାୟ ୮୩ ଫୁଟ ଦୂରରେ ୱଜୁଖାନା ଦେଖାଯାଉଛି । ଏହି ୱଜୁଖାନା ମଝିରେ ଶିବଲିଙ୍ଗ ଆକୃତି ମିଳିଛି, ଯାହାକୁ ହିନ୍ଦୁ ପକ୍ଷ ଶିବଲିଙ୍ଗ ବୋଲି ଦାବି କରୁଛି । ହିନ୍ଦୁ ପକ୍ଷ ଦାବି କରିଛି ଯେ, ଶିବ ମନ୍ଦିରରେ ନନ୍ଦୀଙ୍କ ଚେହେରା ସର୍ବଦା ଶିବଲିଙ୍ଗ ଆଡ଼କୁ ହୋଇଥାଏ, ଯାହାକୁ ମୁସଲିମ ପକ୍ଷ ଫୱାରା କହୁଛି, ତାହା ପ୍ରକୃତରେ ଶିବଲିଙ୍ଗ ଅଟେ । ଯେତେବେଳେ ହିନ୍ଦୁ ପକ୍ଷ ତରଫରୁ ଆବେଦନ କରିଥିବା ମହିଳାମାନେ କୋର୍ଟଙ୍କ ସର୍ଭେ ରିପୋର୍ଟ ସହିତ ବାହାରକୁ ଆସିଲେ, ସେତେବେଳେ ସେମାନେ ସେମାନଙ୍କର ବିଜୟ ଦିଗରେ ଆଉ ଏକ ପଦକ୍ଷେପ ବଢିଛି ବୋଲି ଦାବି କରିଛନ୍ତି । ବର୍ତ୍ତମାନ ଏହି ଫଟୋଗୁଡ଼ିକ ଉପରେ କୋର୍ଟଙ୍କ ନିଷ୍ପତ୍ତି ନେବାର ଅଛି । ତେଣୁ ବର୍ତ୍ତମାନ ପାଇଁ ସମସ୍ତ ପକ୍ଷ ଅପେକ୍ଷା କରିବା ଆବଶ୍ୟକ ।

ନନ୍ଦୀଙ୍କ ଠାରୁ ୮୩ ଫୁଟ ଦୂରରେ 'ଶିବଲିଙ୍ଗ', କାନ୍ଥରେ ତ୍ରିଶୂଳ ଓ ହାତୀ ଚିହ୍ନ; ସାମ୍ନାକୁ ଆସିଲା ଜ୍ଞାନବାପିର ଆଉ ଏକ ଭିଡିଓ

ନୂଆଦିଲ୍ଲୀ: Gyanvapi Masjid Row: ଜ୍ଞାନବାପି ମସଜିଦ ଉପରେ ହୋଇଥିବା ସର୍ବେକ୍ଷଣ (Gyanvapi Masjid Survey) ର ଭିଡିଓ ସାମ୍ନାକୁ ଆସିଛି । ବିଭିନ୍ନ ଟିଭି ଚ୍ୟାନେଲ ପାଖରେ ଏହାର ଭିଡିଓ ଅଛି । ୱଜୁଖାନା (Wajukhana) ରୁ ପାଣି ନିଷ୍କାସନ ପରର ପଟୋ ସାମ୍ନାକୁ ଆସିଛି । ଫଟୋଗୁଡ଼ିକ ଜ୍ଞାନବାପି ମସଜିଦ୍ ଭିତରେ ଥିବା ୱଜୁଖାନାର ବୋଲି ଦାବି କରାଯାଉଛି । ଯାହା ଜ୍ଞାନବାପି ପରିସରରେ କୋର୍ଟଙ୍କ ନିର୍ଦ୍ଦେଶରେ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଉଥିବାବେଳେ ସୁଟିଂ କରାଯାଇଥିଲା । କୋର୍ଟ ଦ୍ୱାରା ନିଯୁକ୍ତ କମିଶନରଙ୍କ ଟିମ୍ ଏହି ସର୍ଭେ କରୁଛନ୍ତି । ୱଜୁଖାନାରେ ପାଣି ପୂର୍ଣ୍ଣ ରହିଛି, ପାଣିକୁ ବାହାର କରାଯାଉଛି । ପାଣି ଟିକେ କମ୍ ହେବା ପରେ ଶିବଲିଙ୍ଗ ପରି ଏକ ଆକୃତି ଦେଖାଯାଉଛି । ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ (Shivling) ବୋଲି କହୁଛି ।

ଶିବଲିଙ୍ଗ ଉପରେ ନିର୍ମିତ ଚିହ୍ନ, ପଥର ଉପରେ ସୂକ୍ଷ୍ମ ଚିହ୍ନ ଦୃଶ୍ୟମାନ ହେଉଛି ଏବଂ ସବୁଠାରୁ ଉପରେ ଦେଖିବାକୁ ମିଳୁଛି ପାଞ୍ଚଟି କଟା ଓ ଗୋଟିଏ ଛିଦ୍ର । ଏହି ଆଧାରରେ ମୁସଲମାନ ପକ୍ଷ ଏହାକୁ ଫୱାରା (Fountain) ବୋଲି କହୁଛନ୍ତି । ହିନ୍ଦୁ ପକ୍ଷ ଦାବି କରିଛି ଯେ, ଏହା ଶିବଲିଙ୍ଗ ଉପରେ ପୃଥକ ଭାବରେ ନିର୍ମାଣ କରାଯାଇଛି । ଏହି ଚିହ୍ନ ମଧ୍ୟ ଅଲଗା ଦେଖାଯାଉଛି । ସର୍ବେକ୍ଷଣ ସମୟରେ, ଏହି ଛିଦ୍ରରେ ଏକ ସିକ୍ ପଶାଇ ଦେଖାଯାଇଥିଲା । ସର୍ଭେ କମିଶନର ବିଶାଲ ସିଂଙ୍କ ରିପୋର୍ଟ ଅନୁଯାୟୀ, ଏହି ସିକ୍ କେବଳ ୬୩ ସେଣ୍ଟି ମିଟିର ପର୍ଯ୍ୟନ୍ତ ଯାଇଥିଲା ।

ଜ୍ଞାନବାପି ମସଜିଦର ବୃତ୍ତ ବାହାରେ ଜାଲ କାନ୍ଥରେ ଦ୍ୱିତୀୟ ନନ୍ଦୀ ବିରାଜମାନ ଅଛନ୍ତି । ଏହି ଫଟୋତ୍ରଗୁଡ଼ିକରେ ନନ୍ଦୀଙ୍କୁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ନନ୍ଦୀଙ୍କ ମୁହଁ ଜାଲ କାନ୍ଥ ଆଡକୁ ରହିଛି । ନନ୍ଦୀଙ୍କ ଠିକ୍ ସାମ୍ନାରେ ଜାଲ କାନ୍ଥର ଅନ୍ୟ ପାର୍ଶ୍ୱରେ ଏକ ବାଲକୋନି ଅଛି ଓ ଏହି ବାଲକୋନି ଭିତରେ ୱଜୁଖାନା ରହିଛି ।

ଏହି ନନ୍ଦୀଙ୍କ ଠିକ୍ ସାମ୍ନାରେ ପ୍ରାୟ ୮୩ ଫୁଟ ଦୂରରେ ୱଜୁଖାନା ଦେଖାଯାଉଛି । ଏହି ୱଜୁଖାନା ମଝିରେ ଶିବଲିଙ୍ଗ ଆକୃତି ମିଳିଛି, ଯାହାକୁ ହିନ୍ଦୁ ପକ୍ଷ ଶିବଲିଙ୍ଗ ବୋଲି ଦାବି କରୁଛି । ହିନ୍ଦୁ ପକ୍ଷ ଦାବି କରିଛି ଯେ, ଶିବ ମନ୍ଦିରରେ ନନ୍ଦୀଙ୍କ ଚେହେରା ସର୍ବଦା ଶିବଲିଙ୍ଗ ଆଡ଼କୁ ହୋଇଥାଏ, ଯାହାକୁ ମୁସଲିମ ପକ୍ଷ ଫୱାରା କହୁଛି, ତାହା ପ୍ରକୃତରେ ଶିବଲିଙ୍ଗ ଅଟେ । ଯେତେବେଳେ ହିନ୍ଦୁ ପକ୍ଷ ତରଫରୁ ଆବେଦନ କରିଥିବା ମହିଳାମାନେ କୋର୍ଟଙ୍କ ସର୍ଭେ ରିପୋର୍ଟ ସହିତ ବାହାରକୁ ଆସିଲେ, ସେତେବେଳେ ସେମାନେ ସେମାନଙ୍କର ବିଜୟ ଦିଗରେ ଆଉ ଏକ ପଦକ୍ଷେପ ବଢିଛି ବୋଲି ଦାବି କରିଛନ୍ତି । ବର୍ତ୍ତମାନ ଏହି ଫଟୋଗୁଡ଼ିକ ଉପରେ କୋର୍ଟଙ୍କ ନିଷ୍ପତ୍ତି ନେବାର ଅଛି । ତେଣୁ ବର୍ତ୍ତମାନ ପାଇଁ ସମସ୍ତ ପକ୍ଷ ଅପେକ୍ଷା କରିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-ଚୀନକୁ ଲାଗିଲା ବଡ଼ ଝଟକା!

ଏହା ବି ପଢ଼ନ୍ତୁ:-ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଂଗ୍ରେସକୁ ଦେଲେ ଝଟକା! ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ଜାରି କଲେ ପ୍ରାର୍ଥୀଙ୍କ ତାଲିକା, ଜାଣନ୍ତୁ କ'ଣ କହୁଛି ସମୀକରଣ

ମସଜିଦର କାନ୍ଥରେ କିଛି କଳାକୃତି ଅଛି ଓ ଏହା ମଝିରେ ହାତୀର ଚିତ୍ର ଦୃଶ୍ୟମାନ ହେଉଛି । ହିନ୍ଦୁ ପକ୍ଷ ମଧ୍ୟ ଏହାକୁ ମନ୍ଦିର ହେବାର ପ୍ରମାଣ ଭାବେ ଦେଖୁଛି । କାନ୍ଥରେ ଥିବା କେତେକ ସ୍ଥାନରେ ସ୍ୱସ୍ତିକ ଚିହ୍ନ ରହିଥିବାର ମଧ୍ୟ ଦାବି କରାଯାଉଛି । କିନ୍ତୁ ଫଟୋରେ ସ୍ୱସ୍ତିକ ଅତି ସ୍ପଷ୍ଟ ଭାବରେ ଦେଖାଯାଏ ନାହିଁ । ମସଜିଦର ବାହାର କାନ୍ଥରେ ମଧ୍ୟ ଏପରି ଚିତ୍ର ଦେଖିବାକୁ ମିଳିଛି । ଏହି କାନ୍ଥରେ ଫୁଲ ପରି ଆକୃତି ଖୋଦିତ ହୋଇଛି ଓ ମଝିରେ ଘଣ୍ଟି ଭଳି ଆକୃତି ତିଆରି କରାଯାଇଛି ।