ଗୁଜୁରାଟ ଦଙ୍ଗା: ତିସ୍ତା ମାଧ୍ୟମରେ ପିଏମ ମୋଦିଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ଅହମ୍ମଦ ପଟେଲ- SIT
Advertisement

ଗୁଜୁରାଟ ଦଙ୍ଗା: ତିସ୍ତା ମାଧ୍ୟମରେ ପିଏମ ମୋଦିଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ଅହମ୍ମଦ ପଟେଲ- SIT

ପୋଲିସର ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ (SIT) ଦ୍ୱାରା ଦାଖଲ କରାଯାଇଥିବା ଏକ ଆଫିଡେଭିଟରେ ଦାବି କରାଯାଇଛି ଯେ ୨୦୦୨ ଦଙ୍ଗା ପରେ ରାଜ୍ୟରେ ବିଜେପି ସରକାରକୁ ଅସ୍ଥିର କରିବା ପାଇଁ ସ୍ୱର୍ଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ (Ahmed Patel) ନିର୍ଦ୍ଦେଶରେ ତିସ୍ତା ସିତଲଭାଡ 'ବଡ ଷଡଯନ୍ତ୍ର'ର ଏକ ଅଂଶ ଥିଲେ । 

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଗୁଜରାଟ ପୋଲିସ ଶୁକ୍ରବାର ଦିନ ଆକ୍ଟିଭିଷ୍ଟ ତିସ୍ତା ସିତଲଭାଡଙ୍କ (Activist Teesta Setalvad) ଜାମିନ ଆବେଦନକୁ ବିରୋଧ କରିଛି । ପୋଲିସର ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ (Special Investigation Team) ସେସନ୍ ଦ୍ୱାରା ଦାଖଲ କରାଯାଇଥିବା ଏକ ଆଫିଡେଭିଟରେ ଦାବି କରିଛି ଯେ ୨୦୦୨ ଦଙ୍ଗା ପରେ ରାଜ୍ୟରେ ବିଜେପି ସରକାରକୁ ଅସ୍ଥିର କରିବା ପାଇଁ ସ୍ୱର୍ଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ (Ahmed Patel) ନିର୍ଦ୍ଦେଶରେ ତିସ୍ତା ସିତଲଭାଡ 'ବଡ ଷଡଯନ୍ତ୍ର'ର ଏକ ଅଂଶ ଥିଲେ । 'ଅତିରିକ୍ତ ସେସନ୍ସ ଜଜ୍ ଡି.ଡି ଠାକୁର ଏସଆଇଟିର ଆଫିଡେଭିଟକୁ ରେକର୍ଡରେ ନେଇ ତିସ୍ତା ସିତଲଭାଡଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସୋମବାର ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ଗୁଜୁରାଟ ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିବା ଅଭିଯୋଗରେ ପୂର୍ବତନ ଆଇପିଏସ୍ ଅଧିକାରୀ ଆର.ବି ଶ୍ରୀକୁମାର ଓ ସଞ୍ଜୀବ ଭଟ୍ଟଙ୍କ ସହ ତିସ୍ତା ସିତଲଭାଡଙ୍କୁ ଗିରଫ କରାଯାଇଛି । କୋର୍ଟରେ ଦିଆଯାଇଥିବା ଏସଆଇଟିର ଆଫିଡେଭିଟ୍‌ରେ କୁହାଯାଇଛି, "ଏହି ବଡ ଷଡଯନ୍ତ୍ରକୁ ସଫଳ କରିବାପାଇଁ ଆବେଦନକାରୀ (ସିତଲଭାଡ)ଙ୍କ ରାଜନୈତିକ ଉଦ୍ଦେଶ୍ୟ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବା କିମ୍ବା ଅସ୍ଥିର କରିବା ଥିଲା । ଗୁଜୁରାଟରେ ନିରୀହ ଲୋକଙ୍କୁ ଭୁଲ ଭାବେ ସଂପୃକ୍ତ କରିବା ପାଇଁ ଉଦ୍ୟମ କରିବା ବଦଳରେ ସେ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳରୁ ବେଆଇନ ଆର୍ଥିକ, ପୁରସ୍କାର ଓ ଅନ୍ୟାନ୍ୟ ଲାଭ ପାଇଥିଲେ ।

ଅଭିଯୋଗକୁ ଭିତ୍ତିହୀନ କହିଛି କଂଗ୍ରେସ 
କଂଗ୍ରେସ ନେତା ଜୟରାମ ରମେଶ ଦେଇଥିବା ବୟାନରେ କୁହାଯାଇଛି ଯେ ଅହମ୍ମଦ ପଟେଲଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି । ରାଜନୈତିକ ଭେଣ୍ଡେଟା ମେସିନ୍ ମୃତମାନଙ୍କୁ ମଧ୍ୟ ରକ୍ଷା କରେ ନାହିଁ, ଯେଉଁମାନେ ତାଙ୍କର ରାଜନୈତିକ ବିରୋଧୀ ଥିଲେ । ଜଣେ ବ୍ୟକ୍ତିଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି, ଯିଏ ଏହି ଦୁନିଆରେ ନାହାଁନ୍ତି, ଓ ଏହି ମିଥ୍ୟାକୁ ନିଜେ ଖଣ୍ଡନ କରିପାରିବ ନାହିଁ ।'

ଅହମ୍ମଦ ପଟେଲଙ୍କ ନିର୍ଦ୍ଦେଶରେ ତିସ୍ତା ଶୀତଲଭାଡଙ୍କୁ ମିଳିଛି ୩୦ ଲକ୍ଷ ଟଙ୍କା
ଜଣେ ସାକ୍ଷୀଙ୍କ ବୟାନକୁ ଦର୍ଶାଇ ଏସଆଇଟି ନିଜ ଆଫିଡେଭିଟ୍‌ରେ କହିଛି ଯେ ସ୍ୱର୍ଗତ ଅହମ୍ମଦ ପଟେଲଙ୍କ ନିର୍ଦ୍ଦେଶରେ ଏହି ଷଡଯନ୍ତ୍ର କରାଯାଇଥିଲା । ୨୦୦୨ ଗୁଜୁରାଟ ଦଙ୍ଗା ପରେ ସିତଲଭାଡ ପଟେଲଙ୍କ ଠାରୁ ୩୦ ଲକ୍ଷ ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ଏସଆଇଟି ଦାବି କରିଛି ଯେ ଗୁଜୁରାଟ ଦଙ୍ଗା ମାମଲାରେ ତତ୍କାଳୀନ ବିଜେପି ସରକାରଙ୍କ ବରିଷ୍ଠ ନେତାମାନଙ୍କୁ ସମ୍ପୃକ୍ତ କରିବା ପାଇଁ ଦିଲ୍ଲୀର କେନ୍ଦ୍ରରେ କ୍ଷମତାରେ ଥିବା ଏକ ପ୍ରମୁଖ ଜାତୀୟ ଦଳର ନେତାଙ୍କୁ ଭେଟିଥିଲେ ।

ଏହା ବି ପଢ଼ନ୍ତୁ: କିଏ ଏହି ତାହିର? ଯିଏ ପାଟନାରେ ପିଏମ ମୋଦିଙ୍କୁ ଆକ୍ରମଣ କରିବା ପାଇଁ କରିଥିଲା ଷଡଯନ୍ତ୍ର

ଏହା ବି ପଢ଼ନ୍ତୁ: ପାକ୍ ସାମ୍ବାଦିକଙ୍କ ସହ ହମିଦଙ୍କ 'ଫଟୋ' ଦେଖାଇଲା ବିଜେପି; ଅନସାରୀ ଦେଲେ ଏହି ଜବାବ