Morbi cable bridge collapse: ଅବହେଳାରୁ ଅଘଟଣ! ନିର୍ବାଚନ ପୂର୍ବରୁ ଗଡିଲା ଶତାଧିକ ମୁଣ୍ଡ, ବିଜେପି ସେୟାର କଲା ଏହି ଭିଡିଓ
Advertisement
Article Detail0/zeeodisha/odisha1417986

Morbi cable bridge collapse: ଅବହେଳାରୁ ଅଘଟଣ! ନିର୍ବାଚନ ପୂର୍ବରୁ ଗଡିଲା ଶତାଧିକ ମୁଣ୍ଡ, ବିଜେପି ସେୟାର କଲା ଏହି ଭିଡିଓ

Morbi cable bridge collapse, ଗାନ୍ଧୀନଗର: ଆଉ କିଛି ଦିନ ଭିତରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ ହେବ। ଏହି ନିର୍ବାଚନ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ଅବହେଳା ପାଇଁ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ରବିବାର ସନ୍ଧ୍ୟାରେ ମୋର୍ବି ଜିଲ୍ଲାର ମାଛୁ ନଦୀ ଉପରେ ଥିବା ଐତିହାସିକ ଝୁଲାପୋଲ ଛିଣ୍ଡିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକଙ୍କ ମୃତଦେହେ ଉଦ୍ଧାର କରାଯାଇଛି। ଏବେ ବି ଅନେକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ, ଏଡିଆରଏଫ, ଅଗ୍ନିଶମ ବିଭାଗ ଓ ପୋଲିସ ସାମିଲ ଅଛନ୍ତି। କିଛି ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

 

 

Morbi cable bridge collapse: ଅବହେଳାରୁ ଅଘଟଣ! ନିର୍ବାଚନ ପୂର୍ବରୁ ଗଡିଲା ଶତାଧିକ ମୁଣ୍ଡ, ବିଜେପି ସେୟାର କଲା ଏହି ଭିଡିଓ

Morbi cable bridge collapse, ଗାନ୍ଧୀନଗର: ଆଉ କିଛି ଦିନ ଭିତରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ ହେବ। ଏହି ନିର୍ବାଚନ ପୂର୍ବରୁ ରାଜ୍ୟରେ ପ୍ରଶାସନିକ ଅବହେଳା ପାଇଁ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ରବିବାର ସନ୍ଧ୍ୟାରେ ମୋର୍ବି ଜିଲ୍ଲାର ମାଛୁ ନଦୀ ଉପରେ ଥିବା ଐତିହାସିକ ଝୁଲାପୋଲ ଛିଣ୍ଡିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକଙ୍କ ମୃତଦେହେ ଉଦ୍ଧାର କରାଯାଇଛି। ଏବେ ବି ଅନେକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ, ଏଡିଆରଏଫ, ଅଗ୍ନିଶମ ବିଭାଗ ଓ ପୋଲିସ ସାମିଲ ଅଛନ୍ତି। କିଛି ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ଗୁଜରାଟ ସରକାରଙ୍କ ସୂଚନା ବିଭାଗ ଅନୁସାରେ, ସୋମବାର ସକାଳ ୬ଟା ସୁଦ୍ଧା ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି। ପ୍ରାୟ ୧୭୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୧୯ ଜଣ ଗୁରୁତର ମୋର୍ବି ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥଳସେନା, ନୌସେନା, ବାୟୁସେନା, ଏନଡିଆରଏଫ ଓ ଅଗ୍ନିଶମ ସାମିଲ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଚାଲିଛି। ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଅଛି। ପାହାନ୍ତିଆ ତିନିଟାରେ ଭାରତୀୟ ସେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ବୋଲି ମେଜର ଗୌରଭ କହିଛନ୍ତି। ସେପଟେ ବ୍ରିଜର ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା Oreva Group ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Also Read: Gujurat Accident: ଭୁଶୁଡ଼ି ପଡ଼ିଲା ଝୁଲା ପୋଲ, ଚାଲିଗଲା ଏତିକି ଜୀବନ, ୪ ଶହରୁ ଅଧିକ ଆହତ

ମୋର୍ବି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ଏହା ସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ କହିଛନ୍ତି। ପ୍ରଶାସନର ଅବହେଳା ପାଇଁ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ମରାମତି ପାଇଁ ଦୀର୍ଘ ୬ ମାସ ମୋର୍ବି ଝୁଲାପୋଲ ବନ୍ଦ ଥିଲା। ପ୍ରାୟ ଦୁଇ କୋଟି ଟଙ୍କାରେ ପୋଲର ମରାମତି କରାଯାଇଥିଲା। ତେବେ ନିର୍ବାଚନ ପୂର୍ବରୁ ଅକ୍ଟୋବର ୨୬ ତାରିଖରେ ମୋର୍ବି ଝୁଲାପୋଲଟି ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ଆଉ ଦୀର୍ଘ ଦିନ ପରେ ଗୁଜରାଟ ନବବର୍ଷ ଦିନ ଝୁଲାପୋଲ ଖୋଲିଥିବାରୁ ସେଠାରେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଭିଡ ଜମି ଥିଲା। କିନ୍ତୁ ଖୋଲିବାର ୪ ଦିନ ପରେ ପୋଲଟି ମାଛୁ ନଦୀରେ ଛିଣ୍ଡି ପଡିଛି।

ଝୁଲାପୋଲ ଦୁର୍ଘଟଣା ପାଇଁ ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ସଂସ୍ଥାକୁ ପ୍ରଶାସନ ଦାୟୀ କରିଛି। ମୋର୍ବିର Oreva Groupକୁ ଝୁଲାପୋଲର ରକ୍ଷଣାବେକ୍ଷଣ ଟେଣ୍ତର ଦିଆଯାଇଛି। ମୋର୍ବି ମୁନିସିପାଲିଟି କାର୍ଯ୍ୟନିର୍ବାହି ଅଧିକାରୀ ଏସଭି ଜାଲାଙ୍କ ସୂଚନାନୁସାରେ, ମରାମତି ପରେ ବିନା ଫିଟନେସ ସାର୍ଟିଫିକେଟରେ ପୋଲକୁ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା। ପୋଲ ଖଲିବା ବିଷୟରେ ମୁନିଲିପାଲିଟି ପାଖରେ କୌଣସି ଖବର ନାହିଁ କିମ୍ବା ଫିଟନେସ ସାର୍ଟିଫିକେଟ ଜମା ହୋଇନାହିଁ ବୋଲି କହି ମୋର୍ବି ମୁନିସିପାଲିଟି ଠିକା ସଂସ୍ଥାଙ୍କ ମୁଣ୍ଡରେ ସବୁ ଅଠା ବୋଳି ଦେଇଛି। ତେବେ ଝୁଲାପୋଲ ଖୋଲିବାର ଚାରି ଦିନ ପର୍ଯ୍ୟନ୍ତ ମୋର୍ବି ମୁନିସିପାଲିଟି କିପରି ଜଣି ପାରିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି।

ଆସନ୍ତା ୧୫ ବର୍ଷ ପାଇଁ ଓଧବଜୀ ପଟେଲଙ୍କ ମାଲିକାନା ଥିବା Oreva Groupକୁ ମୋର୍ବି ଝୁଲାପୋଲର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ତେବେ ପ୍ରଶାସନର ବିନାଅନୁମତିରେ ବ୍ରିଜ ଖୋଲିଥିବାରୁ ଏକାଧିକ ଦଫାରେ ମାମଲା ରୁଜୁ ହୋଇଛି। ଦୁର୍ଘଟଣାର ତଦନ୍ତ ପାଇଁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ମୋର୍ବି ମୁନିସିରପାଲିଟିର କମିଶନର, ପୂର୍ତ୍ତ ବିଭାଗ ମୁଖ୍ୟ, ଆର ଏଣ୍ଡ ଡି ଇଂଜିନିୟର ଓ ସିଆଇଡି ଆଜି ପ୍ରମୁଖ ଅଛନ୍ତି। ସେପଟେ ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ମୃତ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଲେଖାଏ ଓ କେନ୍ଦ୍ର ସରକାର ଦୁଇ ଲକ୍ଷ ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରତ୍ୟେକ ଆହାତଙ୍କୁ ଉଭୟ ସରକାର ମିଳିତ ଭାବେ ଲକ୍ଷେ ଟଙ୍କା ଦେବେ।

fallback

ଖୁବଶୀଘ୍ର ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ ମୋର୍ବି ଦୁର୍ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି, ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲକୁ ଆଗୁଆ ଖୋଲି ଦିଆଯାଇଥିବା ଅଭିଯୋଗ କରିଛନ୍ତି। ସେପଟେ ଏହି ଦୁର୍ଘଟଣା ପାଇଁ ଆପକୁ ବିଜେପି ପରୋକ୍ଷରେ ଦାୟୀ କରିଛି। ବିଜେପିର ଅନେକ ନେତା ଦାବି କରିଛନ୍ତି ଯେ, ଏହା ଆପର ଏକ ଷଡଯନ୍ତ୍ର। କାରଣ 'ଦିନକ ପରେ ଗୁଜରାଟରେ ଏକ ବଡ ଘଟଣା ଘଟିବ' ବୋଲି କିଛି ଆପ୍ ନେତା ଶନିବାର ଟ୍ୱିଟ କରିଥିଲେ। 

Also Read: Chhat Puja: ଧୁମଧାମରେ ଶେଷ ହେଲା ଛଟ ପୂଜା

ମୋର୍ବି ଝୁଲାପୋଲ ଦୁର୍ଘଟଣା ମାମଲାରେ ବିଜେପି ଆଇଟି ସେଲ ଦ୍ୱାରା ଫେକ୍ ଭିଡିଓ ଜାରି କରାଯାଇଥିବା ଅଭିଯୋଗ ହୋଇଛି। ବିଜେପିର ଅନେକ ନେତା, ଏକ ନିର୍ଦ୍ଦିଷ୍ଟ ଭିଡିଓକୁ ସେୟାର କରି ଏହା ଦୁର୍ଘଟଣା ପୂର୍ବର ଦୃଶ୍ୟ ବୋଲି କହିଛନ୍ତି। ଲୋକମାନେ ବ୍ରିଜକୁ ହଲାଉ ଥିବା ସେମାନେ ଦାବି କରିଛନ୍ତି। ଅନେକ ଗଣମାଧ୍ୟମ ମଧ୍ୟ ଏହି ସମାନ ଭିଡିଓକୁ ପ୍ରସାରଣ କରି ଘଟଣା ପୂର୍ବର ଦୃଶ୍ୟ ବୋଲି ଦାବି କହିଛନ୍ତି। କିନ୍ତୁ ପ୍ରକୃତରେ ଏହି ଭିଡିଓ ୧୦ ମାସରୁ ପୁରୁଣା ହୋଇଥିବା ଫେକ୍ଟଚେକରୁ ଜଣା ପଡିଛି। ବିଜେପିର ଭିଡିଓରେ ନଦୀରେ ଦଳ ଭର୍ତ୍ତି ଥିବା ଦେଖିବାକୁ ମିଳୁଛି। କିନ୍ତୁ ବର୍ତ୍ତମାନ ମାଛୁ ନଦୀ ସମ୍ପୂର୍ଣ୍ଣ ସଫା ଅଛି।

ମୋର୍ବି ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୬ କୋଲକାତା ଓଭର ବ୍ରିଜ ଭୁଶୁଡିବା ଘଟଣାକୁ ନେଇ ପଞ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ଦୁରଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ନିର୍ବାଚନ ସମୟରେ ବ୍ରିଜ ଭାଙ୍ଗିଛି। ଏହା ସରକାରଙ୍କ ଦୁର୍ନୀତିକୁ ଦର୍ଶାଉଛି। ଭାଗବାନ ସନ୍ଦେସ ଦେଇଛନ୍ତି ଯେ, ଆଜି ଏହି ବ୍ରିଜ ଭାଙ୍ଗିଛି, ଆଗକୁ ପୁରା ପଶ୍ଚିମବଙ୍ଗକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଙ୍ଗିଦେବେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣକୁ ନେଇ କଂଗ୍ରେସ ଏବେ ବିଜେପିକୁ ପାଲଟା ଜବାବ ମାଗିଛି। ମୋର୍ବି ଝୁଲାପୋଲ ଦୁର୍ଘଟଣା ଆକ୍ଟ ଅଫ ଗଡ ନା ଆକ୍ଟ ଅଫ ଫ୍ରଡ ବୋଲି କଂଗ୍ରେସ ନେତା ଦିଗବିଜୟ ସିଂହ ପ୍ରଶ୍ନ କରିଛନ୍ତି।