ଗିରିରାଜ ଖୋଲିଲେ ନୀତିଶ-କେସିଆରଙ୍କ ବନ୍ଦ କୋଠରୀର ଗୁମର
Advertisement

ଗିରିରାଜ ଖୋଲିଲେ ନୀତିଶ-କେସିଆରଙ୍କ ବନ୍ଦ କୋଠରୀର ଗୁମର

Griraj Singh: ୟୁପି ପରି ବିହାରରେ ମାଦ୍ରାସା ଓ ମସଜିଦ ଉପରେ ସର୍ଭେ କରିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି । ସେ କହିଛନ୍ତି ଯେ, ଉତ୍ତରପ୍ରଦେଶ ପରି ବିହାରର ମାଦ୍ରାସା ଓ ମସଜିଦ ମଧ୍ୟ ଯାଞ୍ଚ କରିବା ଆବଶ୍ୟକ । ବିହାରରେ ମଧ୍ୟ ବିଶେଷଭାବେ ସୀମାନ୍ତ ଅଞ୍ଚଳରେ, ୟୁପି ଭଳି ମାଦ୍ରାସା ଓ ମସଜିଦ ଉପରେ ସର୍ଭେ କରିବାର ଆବଶ୍ୟକତା ରହିଛି । 

ଗିରିରାଜ ଖୋଲିଲେ ନୀତିଶ-କେସିଆରଙ୍କ ବନ୍ଦ କୋଠରୀର ଗୁମର

ପାଟନା: Griraj Singh: ବିଗତ ଦିନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana CM) କେ ଚନ୍ଦ୍ରଶେଖର ରାଓ (K Chandrashekhar Rao) ବିହାର ଗସ୍ତକୁ ଆସିଥିଲେ । ପରେ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar), ଡେପୁଟି ସିଏମ୍ ତେଜସ୍ୱୀ ଯାଦବ (Tejashwi Yadav) ଏବଂ ଆରଜେଡି ମୁଖ୍ୟ ଲାଲୁ ଯାଦବ (Lalu Yadav) ଙ୍କୁ ଭେଟିଥିଲେ । କେସିଆର ଫେରି ଯାଇଛନ୍ତି, କିନ୍ତୁ ବିହାର ରାଜନୀତିରେ ଖୁବ୍ ଚର୍ଚ୍ଚା ହେଉଛି । ଏସବୁ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ତଥା ବେଗୁସରାଇ ସାଂସଦ ଗିରିରାଜ ସିଂ (Griraj Singh) ଏକ ବଡ଼ ଖୁଲାସା କରିଛନ୍ତି । ବେଗୁସରାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ନୀତିଶ କୁମାର ଓ କେସିଆର ମଧ୍ୟରେ ବନ୍ଦ କୋଠରୀରେ ଯାହା ଘଟିଛି, ତାହା ମୁଁ ଜାଣିଛି ।

ଗିରିରାଜ ସିଂ କହିଛନ୍ତି ଯେ, ବିଶ୍ୱାସଯୋଗ୍ୟ ସୂତ୍ରରୁ ଯାହା ଜଣା ପଡିଛି ତାହା ଅତ୍ୟନ୍ତ ଭୟଭୀତ କରିବା ଭଳି । ବିଜେପି ନେତାଙ୍କ କହିବାନୁସାରେ, ଉଭୟଙ୍କ ମଧ୍ୟରେ ତୃଷ୍ଟିକରଣ ନୀତି ଉପରେ ଆଲୋଚନା ହୋଇଛି । ତେଲେଙ୍ଗାନାରେ ଶରୀରରୁ ମୁଣ୍ଡକୁ ଅଲଗା କରିବା ପାଇଁ KCR ଏକ ଆନ୍ଦୋଳନ ଚଳାଉଛି । ସେହିଭଳି ନୀତିଶ ବାବୁଙ୍କ ଶାସନରେ ମଧ୍ୟ ଏହା ଘଟିବ । ଗିରିରାଜ ସିଂ କହିଛନ୍ତି ଯେ, ବନ୍ଦ କୋଠରୀରେ ଯାହା ଘୋଷଣା କରାଯାଇଛି ତାହା ହେଉଛି ଶରୀରର ମୁଣ୍ଡକୁ ଅଲଗା କରିବା, ଇସଲାମିକ ନିୟମ ଲାଗୁ କରିବା । ଏହା ସହିତ ସାରା ଦେଶରେ ହିନ୍ଦୁ ମୁକ୍ତ ଭାରତ ଅଭିଆନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ, କେସିଆର ବିହାରକୁ ଆସି ସଭା ମଝିରେ ଆମ ମୁଖ୍ୟମନ୍ତ୍ରୀଙ୍କ ଚିର ହରଣ କରି ଚାଲିଯାଇଛନ୍ତି, ଉଠବସ୍ କରାଇ ଯାଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ବଦନାମ ନୁହେଁ, ଏହା ବିହାର ଲୋକଙ୍କ ବଦନାମ । ବେଗୁସରାଇ ସାଂସଦ କହିଛନ୍ତି ଯେ, ପୂର୍ବରୁ ମୁଁ ଭାବିଥିଲି ଯେ କେସିଆର ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ ।

ସେପଟେ ପାଟନାରେ ନୀତିଶ କୁମାରଙ୍କ ସମର୍ଥନରେ ଲଗାଯାଇଥିବା ପୋଷ୍ଟର ଉପରେ ଗିରିରାଜ ସିଂ କହିଛନ୍ତି ଯେ, ପୋଷ୍ଟରରୁ କେହି ପ୍ରଧାନମନ୍ତ୍ରୀ ହୁଅନ୍ତି ନାହିଁ । ଯାହାକୁ ଲୋକମାନେ ଆଶୀର୍ବାଦ ଦିଅନ୍ତି, ସେ ଭାରତର ପ୍ରଧାନମନ୍ତ୍ରୀ ହେବେ । ୨୦୧୩ରେ ମଧ୍ୟ ନୀତିଶ କୁମାର ଅଲଗା ହୋଇଥିଲେ । ଆଜି ପର୍ଯ୍ୟନ୍ତ ନୀତିଶ କୁମାର ସିଏମ ମେଟେରିଆଲ୍ ହୋଇପାରି ନାହାଁନ୍ତି, ତେବେ କେଉଁଠାରୁ ପିଏମ ମେଟେରିଆଲ ହେବ । ପୋଷ୍ଟର ଲଗାଇବାରୁ କେହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରୋଜେକ୍ଟ ହୋଇଯାଆନ୍ତି ନାହିଁ ।

ଏହା ବି ପଢ଼ନ୍ତୁ:-ମୋଦି କଲେ ବଡ଼ ଦାବି, ଖୁବ୍ ଶୀଘ୍ର ବିହାରକୁ ଜେଡିୟୁ ​​ମୁକ୍ତ କରିବେ ଲାଲୁ

ଏହା ବି ପଢ଼ନ୍ତୁ:-ପରିସ୍ରା କରିବା ଉପରେ ମଧ୍ୟ ଦେବାକୁ ପଡ଼ୁଛି ୧୨ ପ୍ରତିଶତ ଜିଏସଟି! ରେଟ୍ ନ ପଚାରି ଶୌଚାଳୟକୁ ଯିବା ଆପଣଙ୍କୁ ପଡ଼ିପାରେ ମହଙ୍ଗା

ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କୁ ଲାଗିଲା ଜୋରଦାର ଝଟକା, ବିଜେପିରେ ଯୋଗଦେଲେ ଜେଡିୟୁର ୫ ବିଧାୟକ

 

ୟୁପି ପରି ବିହାରରେ ମାଦ୍ରାସା ଓ ମସଜିଦ ଉପରେ ସର୍ଭେ କରିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି । ସେ କହିଛନ୍ତି ଯେ, ଉତ୍ତରପ୍ରଦେଶ ପରି ବିହାରର ମାଦ୍ରାସା ଓ ମସଜିଦ ମଧ୍ୟ ଯାଞ୍ଚ କରିବା ଆବଶ୍ୟକ । ବିହାରରେ ମଧ୍ୟ ବିଶେଷଭାବେ ସୀମାନ୍ତ ଅଞ୍ଚଳରେ, ୟୁପି ଭଳି ମାଦ୍ରାସା ଓ ମସଜିଦ ଉପରେ ସର୍ଭେ କରିବାର ଆବଶ୍ୟକତା ରହିଛି । ବିହାରର ସୀମା ଯାହା ନେପାଳ ସହିତ ଲାଗିଛି, ଯାହା ବାଂଲାଦେଶର ସୀମା ହେଉ କିମ୍ବା ବଙ୍ଗଳା ସୀମା ସହଗ ଲାଗିଛି । ତେଣୁ ମାଦ୍ରାସା ଓ ମସଜିଦ ସବୁ ସ୍ଥାନରେ ଯାଞ୍ଚ କରାଯିବା ଉଚିତ । ଏହି ମାଦ୍ରାସା ଓ ମସଜିଦଗୁଡିକରେ କିଏ ରହୁଛନ୍ତି ଏବଂ କଣ କରୁଛନ୍ତି ସେନେଇ ଏକ ଅନୁସନ୍ଧାନ ହେବା ଆବଶ୍ୟକ । ଏଠାରେ ବାସ କରୁଥିବା ଲୋକମାନେ ଭାରତ ବିରୋଧୀ କିମ୍ବା ଭାରତ ସପକ୍ଷରେ, ତାହା ଜାଣିବା ଆବଶ୍ୟକ ।