ରାମାୟଣକୁ ସତ କରିବାକୁ ଯାଉଛି ଭାରତ, ବିଶ୍ଵ ଗୁରୁ ହୋଇ ଉଭା ହେବ ଦେଶ
Advertisement
Article Detail0/zeeodisha/odisha1315011

ରାମାୟଣକୁ ସତ କରିବାକୁ ଯାଉଛି ଭାରତ, ବିଶ୍ଵ ଗୁରୁ ହୋଇ ଉଭା ହେବ ଦେଶ

Defence News: ୟୁକ୍ରେନ ସହିତ ଯୁଦ୍ଧ ପରେ ବିଶ୍ୱର କୋଣ ଅନୁକୋଣରୁ ଋଷ ଉପରେ ପ୍ରତିବନ୍ଧକ ଲାଗିଛି ଯାହା ଫଳରେ ଋଷର ହତିଆର ମାର୍କେଟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । କୁହାଯାଉଛି ଋଷର ସବୁଠାରୁ ପୁରୁଣା ଗ୍ରାହକ ସେମାନେ ବି ଋଷର ହାତ ଛାଡ଼ିସାରିଲେଣି ।

ରାମାୟଣକୁ ସତ କରିବାକୁ ଯାଉଛି ଭାରତ, ବିଶ୍ଵ ଗୁରୁ ହୋଇ ଉଭା ହେବ ଦେଶ

ନୂଆଦିଲ୍ଲୀ: Defence News: ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ସବୁଠାରୁ ଦ୍ୱିତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଋଷିଆ (Russia) ଏବେ ବେଶ ଚର୍ଚ୍ଚାରେ । କାରଣ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରି ଋଷିଆ ନିଜକୁ ଶକ୍ତିଶାଳୀ ଭାବୁଥିବା ବେଳେ ଭାରତ (India) ଋଷର ଏହି ଗର୍ବକୁ ଗୋଟିଏ ମିନିଟରେ ଛିନ୍ ଛତ୍ର କରିଦେଇପାରେ । ହେଲେ ଭାରତକୁ କେବଳ ଗୋଟିଏ କାମ କରିବାକୁ ପଡ଼ିବ । ଆଉ ତାହା ହେଉଛି ଋଷର ସବୁ ମିସାଇଲ ମାର୍କେଟ (Missile Market) ଉପରେ ଯଦି ଭାରତ କବଜା କରେ ତେବେ ଏହା ସମ୍ଭବ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହାଦ୍ୱାରା ଭାରତକୁ କ'ଣ ଫାଇଦା ମିଳିପାରେ...

ୟୁକ୍ରେନ ସହିତ ଯୁଦ୍ଧ ପରେ ବିଶ୍ୱର କୋଣ ଅନୁକୋଣରୁ ଋଷ ଉପରେ ପ୍ରତିବନ୍ଧକ ଲାଗିଛି ଯାହା ଫଳରେ ଋଷର ହତିଆର ମାର୍କେଟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । କୁହାଯାଉଛି ଋଷର ସବୁଠାରୁ ପୁରୁଣା ଗ୍ରାହକ ସେମାନେ ବି ଋଷର ହାତ ଛାଡ଼ିସାରିଲେଣି । ଏହାରି ମଧ୍ୟରେ ଭାରତ କୁ ଏକ ବଡ଼ ସୁଯୋଗ ସାମ୍ନାରେ ଦୃଶ୍ୟମାନ ହୋଇଛି । କାରଣ ଋଷ ଗତ ୩୦ ବର୍ଷ ହେଲା ୧୨ଟି ବଡ଼ ବଡ଼ ରାଷ୍ଟ୍ରକୁ ବହୁ ମୂଲ୍ୟ ଦେଇ ଯୁଦ୍ଧ ବିମାନ ବିକ୍ରୟ କରିଛି । ସେଥି ମଧ୍ୟରୁ ସୁଖୋଇ ବିମାନ ଅନ୍ୟତମ । କେବଳ ଏତିକି ନୁହେଁ ଯୁଦ୍ଧ ବିମାନରେ ବ୍ୟବହୃତ ମିସାଇଲ ମଧ୍ୟ ଋଷ ଦେଇଛି । ଯାହାଦ୍ୱାରା ଟଙ୍କାର ପାହାଡରେ ବସିଥାଏ ଋଷ । ହେଲେ ଯେଉଁ ଦେଶ ସବୁ ସୁଖୋଇ-30 ବିମାନ କ୍ରୟ କରିଛନ୍ତି ତାର ମିସାଇଲକୁ ଋଷ ଠାରୁ କ୍ରୟ କରିପାରୁନାହାଁନ୍ତି ଦେଶ । ଆଉ ଏକଥା ବି ଜାଣିବା ଦରକାର ଯେ, ଯେଉଁ ଯୁଦ୍ଧ ବିମାନ ବହୁ ଦିନ ଧରି ପଡ଼ିରୁହେ ବା ଏହାର ବ୍ୟବହାର କରାଯାଏନି ଏହାକୁ ଡେଡ୍ ଷ୍ଟକରେ ସାମିଲ କରାଯାଏ ।  

ଏହା ବି ପଢ଼ନ୍ତୁ:-'ପିଏମ ମୋଦିଙ୍କ ପାଇଁ ୨୦୨୪ର ଖେଳ ହେବନାହିଁ ସହଜ', ଅଶୋକ ଗେହଲୋଟ୍ କହିଲେ ସବୁଠୁ ବଡ଼ ଚ୍ୟାଲେଞ୍ଜ ବିଷୟରେ...

ଏହା ବି ପଢ଼ନ୍ତୁ:-କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ? ଜାଣନ୍ତୁ କ'ଣ ରହିଛି ରାଜନୈତିକ ସମୀକରଣ

ଏହା ବି ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ଓ PM ମୋଦିଙ୍କ ଉପରେ ଜୋରଦାର ଆକ୍ରମଣ, କଂଗ୍ରେସ ନେତା ପଚାରିଲେ ଏହି ୪ଟି ପ୍ରଶ୍ନ

ତେବେ ଏହି ପରିସ୍ଥିତି ଏବେ ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି । ଯେଉଁମାନେ ଋଷ ଠାରୁ ସୁଖୋଇ-30 ବିମାନ କିଣିଥିଲେ ଭାରତ ଏବେ ବ୍ରହ୍ମୋସ୍ ALCM ସେହି ରାଷ୍ଟ୍ରଗୁଡ଼ିକୁ ବିକ୍ରୟ କରିବାକୁ ଚାହୁଁଛି । ଏହି ସୂଚନା ଦେଇଛନ୍ତି ବ୍ରହ୍ମୋସ ଏୟାରେସ୍ପେଶର ଚିଫ୍ ଜେନେରାଲ ମ୍ୟାନେଜର । ତେବେ ଋଷ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଭାରତ ବ୍ରହ୍ମୋସ ALCMକୁ ନେଇ ଏକ ବଡ଼ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ତେବେ ଏଠାରେ ପ୍ରଶ୍ନ ଯେ, ବ୍ରହ୍ମୋସ ନିର୍ମାଣରେ ଋଷର ଉପକରଣ ଲାଗିଥିଲେ ମଧ୍ୟ ବ୍ରହ୍ମୋସର ଏୟାରଲଞ୍ଚ ଭାରିଏଣ୍ଟ ସମ୍ପୂର୍ଣ୍ଣ ସ୍ୱଦେଶୀ ବୋଲି ପରିଗଣିତ କରାଯିବ । ତେବେ ଯେଉଁ ଦେଶ ଏହି ବ୍ରହ୍ମୋସ ଏୟାରରଞ୍ଚ ଭାରିଏଣ୍ଟକୁ କିଣିବେ ତାଙ୍କ ଉପରେ କେବେ ବି ପାଶ୍ଟାତ୍ୟ ଦେଶର ପ୍ରତିବନ୍ଧକ ଲାଗିପାରିବନାହିଁ । ତେବେ ଅଧାରୁ ଅଧା ରାଷ୍ଟ୍ର ଏହାକୁ କିଣିବାକୁ ପ୍ରସ୍ତୁତ ଥିବା ଇଣ୍ଡୋନେସିଆ ବ୍ରହ୍ମୋସର ସବୁ ଭାରିଏଣ୍ଟକୁ କିଣିବାକୁ ପ୍ରସ୍ତାବ ଦେଇସାରିଛି ।