ଏବେ ହ୍ରାସ ପାଇବ ପେଟ୍ରୋଲ-ଡିଜେଲର ମୂଲ୍ୟ! OPEC ବଢ଼ାଇବ ଅଶୋଧିତ ତୈଳର ଉତ୍ପାଦନ, ଜାଣନ୍ତୁ କେବେଠୁ ମିଳିବ ଲାଭ
Advertisement

ଏବେ ହ୍ରାସ ପାଇବ ପେଟ୍ରୋଲ-ଡିଜେଲର ମୂଲ୍ୟ! OPEC ବଢ଼ାଇବ ଅଶୋଧିତ ତୈଳର ଉତ୍ପାଦନ, ଜାଣନ୍ତୁ କେବେଠୁ ମିଳିବ ଲାଭ

ତୈଳ ଉତ୍ପାଦନକାରୀ ଦେଶ (OPEC) କହିଛି ଯେ, ସେ ନିଷ୍ପତ୍ତି ନେଇଛନ୍ତି ଯେ ମେରୁ ଜୁଲାଇ ମଧ୍ୟରେ ଉତ୍ପାଦନକୁ ପ୍ରତିଦିନକୁ ୨୦ ଲକ୍ଷ ବ୍ୟାରେଲ ବୃଦ୍ଧି କରିବ । ଓପିଇସି କହିଛି ଯେ ବିଶ୍ୱ ଅର୍ଥନୀତି କୋରୋନା ମହାମାରୀ ବାହାରୁ ଥିବାକୁ ଦୃଷ୍ଟିରେ ରଖି ଆମେ ଏହି ପଦକ୍ଷେପ ନେଉଛୁ । ଓପିଇସି ଦେଶ ଉତ୍ପାଦନ ହ୍ରାସ କରିଥିଲେ, ଯେଉଁ କାରଣରୁ ଅଶୋଧିତ ତୈଳର ମୂଲ୍ୟ ବଢ଼ିବାରେ ଲାଗିଥିଲା ।

ଏବେ ହ୍ରାସ ପାଇବ ପେଟ୍ରୋଲ-ଡିଜେଲର ମୂଲ୍ୟ! OPEC ବଢ଼ାଇବ ଅଶୋଧିତ ତୈଳର ଉତ୍ପାଦନ, ଜାଣନ୍ତୁ କେବେଠୁ ମିଳିବ ଲାଭ

ନୂଆଦିଲ୍ଲୀ: Petrol-Diesel Rate : ତୈଳ କମ୍ପାନୀଗୁଡିକ ମାର୍ଚ୍ଚରେ ପେଟ୍ରୋଲ-ଡିଜେଲ ମୂଲ୍ୟ ଟିକେ ହ୍ରାସ କରିଥିଲେ, କିନ୍ତୁ ଏହି ରିହାତି ଏତେ ଅଧିକ ନୁହେଁ ଯେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ । କିନ୍ତୁ ବର୍ତ୍ତମାନ ଆଶା କରାଯାଉଛି ଯେ ଆଗାମୀ ସମୟରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ହ୍ରାସ ପାଇପାରେ । ବାସ୍ତବରେ ତୈଳ ରପ୍ତାନି କରୁଥିବା ଦେଶ ସଂଗଠନ (OPEC) ଏବଂ ସହଯୋଗୀ ଦେଶଗୁଡ଼ିକ ତୈଳ ଉତ୍ପାଦନକୁ ଧୀରେ ଧୀରେ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ପରେ ଏହି ରହସ୍ୟମୟ ରୋଗ ଯୋଗୁଁ ଖେଳିଯାଇଛି ଆତଙ୍କ, କାନାଡାରେ ୫ ଜଣଙ୍କର ମୃତ୍ୟୁ

ପ୍ରତିଦିନ ୨୦ ଲକ୍ଷ ବ୍ୟାରେଲ ଉତ୍ପାଦନ ବଢ଼ିବ 

ତୈଳ ଉତ୍ପାଦନକାରୀ ଦେଶ (OPEC) କହିଛି ଯେ, ସେ ନିଷ୍ପତ୍ତି ନେଇଛନ୍ତି ଯେ ମେରୁ ଜୁଲାଇ ମଧ୍ୟରେ ଉତ୍ପାଦନକୁ ପ୍ରତିଦିନକୁ ୨୦ ଲକ୍ଷ ବ୍ୟାରେଲ ବୃଦ୍ଧି କରିବ । ଓପିଇସି କହିଛି ଯେ ବିଶ୍ୱ ଅର୍ଥନୀତି କୋରୋନା ମହାମାରୀ ବାହାରୁ ଥିବାକୁ ଦୃଷ୍ଟିରେ ରଖି ଆମେ ଏହି ପଦକ୍ଷେପ ନେଉଛୁ । ଓପିଇସି ଦେଶ ଉତ୍ପାଦନ ହ୍ରାସ କରିଥିଲେ, ଯେଉଁ କାରଣରୁ ଅଶୋଧିତ ତୈଳର ମୂଲ୍ୟ ବଢ଼ିବାରେ ଲାଗିଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ପ୍ରତିଦିନ ଭାଙ୍ଗୁଛି ରେକର୍ଡ! ଏପ୍ରିଲରେ ହିଁ ଗତ ବର୍ଷ ପରି ସ୍ଥିତି, ଦେଶରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ଏତିକି ମାମଲା...

ଉତ୍ପାଦନ କିପରି ବୃଦ୍ଧି ପାଇବ?

ମେ ମାସରେ OPEC ତୈଳ ଉତ୍ପାଦନକୁ ପ୍ରତିଦିନ ୩.୫ ଲକ୍ଷ ବ୍ୟାରେଲ, ଜୁନରେ ପ୍ରତିଦିନ ୩.୫ ଲକ୍ଷ ବ୍ୟାରେଲ ଏବଂ ଜୁଲାଇରେ ପ୍ରତିଦିନ ୪ ଲକ୍ଷ ବ୍ୟାରେଲ ବୃଦ୍ଧି କରିବ। ଏହି ସମୟରେ ସାଉଦି ଆରବ କହିଛି ଯେ, ସେ ମଧ୍ୟ ପ୍ରତିଦିନ ୧୦ ଲକ୍ଷ ବ୍ୟାରେଲ ତୈଳର ଅତିରିକ୍ତ ଉତ୍ପାଦନ ବୃଦ୍ଧି କରିବ । 

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!

ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ମୂଲ୍ୟ 

ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ହେଲେ ମୂଲ୍ୟ ହ୍ରାସ ପାଇବ, ଯାହା ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇପାରେ । ଏଠାରେ କହି ରଖୁଛୁ ଯେ ଅଶୋଧିତ ତୈଳ କ୍ଷେତ୍ରରେ ଭାରତ ମୁଖ୍ୟତଃ ଅନ୍ୟ ଦେଶରୁ ଆମଦାନୀ ଉପରେ ନିର୍ଭରଶୀଳ । ଭାରତ ଏହାର ତୈଳ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ଆମଦାନୀ କରିଥାଏ ।