Former PM Imran Khan shot: କିଏ ଓ କାହିଁକି ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା? ସାମନାକୁ ଆସିଲା ରହସ୍ୟମୟ ତଥ୍ୟ
Advertisement
Article Detail0/zeeodisha/odisha1424499

Former PM Imran Khan shot: କିଏ ଓ କାହିଁକି ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା? ସାମନାକୁ ଆସିଲା ରହସ୍ୟମୟ ତଥ୍ୟ

Former PM Imran Khan attack: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟଙ୍କ ଗୋଡରେ ଗୁଳି ବାଜିଛି। ସେ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଗୁଳି ଚଳାଇଥିବା ଯୁବକକୁ ପୋଲିସ ଗିରଫ କରିଛି। ଏହି ଆକ୍ରମଣ ପଛରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଜଣେ ବରିଷ୍ଠ ସୈନିକ ସାମିଲ ଅଛନ୍ତି।

Former PM Imran Khan shot: କିଏ ଓ କାହିଁକି ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା? ସାମନାକୁ ଆସିଲା ରହସ୍ୟମୟ ତଥ୍ୟ

Former PM Imran Khan attack, ଇସଲାମାବାଦ: ଗୁରୁବାର ପଞ୍ଜାବ ପ୍ରଦେଶର ୱାଜିରାବାଦ ଜିଲ୍ଲାରେ ରାଲିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇମ୍ରାନ ଖାନଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟଙ୍କ ଗୋଡରେ ଗୁଳି ବାଜିଛି। ଇମ୍ରାନ ଖାନଙ୍କୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଗୁଳି ଚଳାଇଥିବା ଯୁବକକୁ ପୋଲିସ ଗିରଫ କରିଛି। ଆଉ ଜେରାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଅନ୍ୟପଟେ ଇମ୍ରାନଙ୍କ ଦଳ ଏହି ଆକ୍ରମଣ ପାଇଁ ତିନି ଜଣଙ୍କୁ ଦାୟୀ କରୁଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁାସାରେ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ପରେ ତୁରନ୍ତ ଅଭିଯୁକ୍ତକୁ ପଞ୍ଜାବ ପୋଲିସ ଗିରଫ କରିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟ ମିଳିପାରି ନାହିଁ। ଇମ୍ରାନ ଖାନଙ୍କ ହତ୍ୟା ଉଦ୍ୟମ ପାଇଁ କୌଣସି ଗୋଷ୍ଠୀ ଦାୟୀ ନୁହଁନ୍ତି ସେ ନିଜେ ଏହାର ଷଡଯନ୍ତ୍ର ରଚିଥିଲେ ବୋଲି ପୋଲିସକୁ ଅଭିଯୁକ୍ତ କହିଛି। ସେ କହିଛି, "ଇମ୍ରାନ ଖାନ ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ ଏବଂ ମୁଁ ଏହାକୁ ସହ୍ୟ କରି ପାରିଲି ନାହିଁ ତେଣୁ ମୁଁ ତାଙ୍କୁ ମାରିବାକୁ ଚେଷ୍ଟା କଲି। ମୁଁ କେବଳ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲି ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ।"

Also Read: Imran Khan Firing: ଇମ୍ରାନଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଲା ଭାରତ ସରକାର, ଜାଣନ୍ତୁ କ’ଣ କହିଲେ?

 

ଇମ୍ରାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଅଭିଯୁକ୍ତ କହୁଛି, "ଗୋଟେପଟେ ଆଜାନ ଚାଲିଥିଲା ଏବଂ ଅନ୍ୟ ପଟେ ଇମ୍ରାନ ଖାନ ତାଙ୍କ ରାଲିରେ କଣ୍ଟେନର ବାହାର କରି ଜୋରରେ ଶବ୍ଦ କରୁଥିଲେ। ମୋର ବିବେକ ଏହାକୁ ଅନୁମତି ଦେଲାନାହିଁ। ମୁଁ ହଠାତ୍ ତାଙ୍କୁ ହତ୍ୟା କରିବାକୁ ସ୍ଥିର କଲି ... ମୁଁ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କଲି। ସେ ଲାହୋରରୁ ତାଙ୍କର ଦୀର୍ଘ ପଦଯାତ୍ରା ଆରମ୍ଭ କରିଥିଲେ। ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ତାଙ୍କୁ ଜୀବନ୍ତ ଛାଡିବି ନାହିଁ। ସେଥିପାଇଁ ମୁଁ ଏକୁଟିଆ ଷଡଯନ୍ତ୍ର କରିଛି ଏବଂ ଏଥିରେ ଅନ୍ୟ କେହି ଜଡିତ ନୁହଁନ୍ତି। ମୁଁ ଏକ ବାଇକରେ ଆସି ମାମୁଁଙ୍କ ଦୋକାନରେ ପାର୍କିଂ କଲି। ତାପରେ ଭିଡ ଭିତରେ ଯାଇ ଇମ୍ରାନଙ୍କୁ ଟାର୍ଗେଟ କରି ଗୁଳି ଫୁଟାଇଥିଲି।"

ସେପଟେ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି, ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ମାମଲାର ପ୍ରାରମ୍ଭିକ ତଦନ୍ତ ଶେଷ କରିଛନ୍ତି। କ୍ରାଇମବ୍ରାଞ୍ଚକୁ ୧୧ଟି ଖୋଖା ମିଳିଛି, ସେଥିମଧ୍ୟରେ ନଅଟି ପିସ୍ତଲ ଗୁଳି ଏବଂ ଦୁଇଟି ବଡ଼ ବନ୍ଧୁକ ଗୁଳିର ବୋଲି ପୋଲିସ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, କଣ୍ଟେନରକୁ ପିସ୍ତଲରୁ ଗୁଳି ଚଳାଇଥିବାବେଳେ କଣ୍ଟେନରରୁ ବଡ଼ ବନ୍ଧୁକରୁ ଗୁଳି ଚଳାଯାଇଥିଲା। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, ଅଭିଯୁକ୍ତ ଜଣକ ତାଙ୍କ ପିସ୍ତଲର ମାଗାଜିନକୁ ଏକ ଥରେ ଖାଲି କରିଦେଇଥିଲେ। ଅନ୍ୟପଟେ, ପିଟିଆଇ ସେକ୍ରେଟେରୀ ଜେନେରାଲ ଆସାଦ ଉମର ଦାବି କରିଛନ୍ତି ଯେ, ଏହି ଆକ୍ରମଣ ପଛରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଜଣେ ବରିଷ୍ଠ ସୈନିକ ସାମିଲ ଅଛନ୍ତି।

Also Read: ଆଜାଦୀ ମାର୍ଚ୍ଚ ବେଳେ ଇମରାନ ଖାନଙ୍କୁ ଉପରେ ଗୁଳିମାଡ଼, ରାଲି ବେଳେ ନିଆଗଲା ଡାକ୍ତରଖାନା

ପାକିସ୍ତାନରେ ସବୁବେଳେ ବିରୋଧିଙ୍କ ସ୍ୱରକୁ ଦମନ କରାଯାଇଛି। କ୍ଷମତା ହାତରୁ ଗଲା ପରଠାରୁ ଇମ୍ରାନ ଖାନ ଲଗାତର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ, ଆଇଏସଆଇ ମୁଖ୍ୟ ଓ ସୁପ୍ରିମ କୋର୍ଟର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛନ୍ତି। ପାକିସ୍ତାନ ସରକାର ବିଦେଶୀ ନିୟନ୍ତ୍ରଣରେ ଥିବା ସେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ବାରମ୍ବାର ଭାରତର ବୈଦେଶିକ ନୀତିର ପ୍ରଶଂସା ମଧ୍ୟ କରିଛନ୍ତି। ସରକାରୀ ନୀତିକୁ ବିରୋଧ କରି ଗତ ସପ୍ତାହରେ ସେ ଦେଶବ୍ୟାପୀ ରାଲି ଚଳାଇଛନ୍ତି। ଆଉ ଠିକ୍ ଏହି ସମୟରେ ତାଙ୍କ ଉପରେ ଗୁଳିମାଡ ହୋଇଛି। ଏହି ଆକ୍ରମଣର କିଛି ଦିନ ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ, ଆମେରିକା ଗସ୍ତ କରି ଫେରିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଗୁଳି ଚଳାଇ ମଧ୍ୟ ସୁରକ୍ଷିତ ଭାବେ ଗିରଫ ହେବା ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି।