ମହୂଆଙ୍କ ବିରୋଧରେ ପାରିତ ହେଲା ପ୍ରସ୍ତାବ, କଂଗ୍ରେସ ସାଂସଦ ମଧ୍ୟ ସମର୍ଥନରେ ଦେଲେ ଭୋଟ୍
Advertisement
Article Detail0/zeeodisha/odisha1952417

ମହୂଆଙ୍କ ବିରୋଧରେ ପାରିତ ହେଲା ପ୍ରସ୍ତାବ, କଂଗ୍ରେସ ସାଂସଦ ମଧ୍ୟ ସମର୍ଥନରେ ଦେଲେ ଭୋଟ୍

Cash for Query Case: ସଦାଚାର କମିଟିର ଅଧ୍ୟକ୍ଷ ବିନୋଦ ସୋନକର କହିଛନ୍ତି ଯେ କମିଟିର ରିପୋର୍ଟ ଆଧାରରେ ଟିଏମସି ସାଂସଦ ତାଙ୍କ ଲୋକସଭା ସଦସ୍ୟତା ହରାଇପାରନ୍ତି । ଆସନ୍ତାକାଲି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ବିସ୍ତୃତ ରିପୋର୍ଟ ଦାଖଲ କରାଯିବ ଓ ମହୂଆଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ତାଙ୍କର ହେବ ।

 

Mahua Moitra Cash For Query

Mahua Moitra Cash For Query: ଟଙ୍କା ନେବା ଓ ସଂସଦରେ ପ୍ରଶ୍ନ ପଚାରିବା ପ୍ରସଙ୍ଗରେ ଟିଏମସି (TMC) ସାଂସଦ ମହୂଆ ମୈତ୍ରଙ୍କ (Mahua Moitra) ସମସ୍ୟା ବଢ଼ିପାରେ । ସଦାଚାର କମିଟି (Ethics committee) ବୈଠକ ଶେଷ ହୋଇଛି । ଏହି ବୈଠକରେ ମହୂଆ ମୈତ୍ରଙ୍କ ବିରୋଧରେ ରିପୋର୍ଟ ଗ୍ରହଣ କରାଯାଇଥିଲା । ଏଥିରେ ମତଦାନରେ ୬ ଜଣ ସାଂସଦ ସମର୍ଥନ କରୁଥିବାବେଳେ ୪ ଜଣ ସାଂସଦ ବିରୋଧ କରିଥିଲେ । ସଦାଚାର କମିଟିର ଅଧ୍ୟକ୍ଷ ବିନୋଦ ସୋନକର କହିଛନ୍ତି ଯେ କମିଟିର ରିପୋର୍ଟ ଆଧାରରେ ଟିଏମସି ସାଂସଦ ତାଙ୍କ ଲୋକସଭା ସଦସ୍ୟତା ହରାଇପାରନ୍ତି । ଆସନ୍ତାକାଲି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ବିସ୍ତୃତ ରିପୋର୍ଟ ଦାଖଲ କରାଯିବ ଓ ମହୂଆଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ତାଙ୍କର ହେବ । ଏହି ସମୟରେ ଲୋକସଭାର ଚାରିଜଣ ବିରୋଧୀଦଳ ସଦସ୍ୟ ମହୂଆ ମୈତ୍ରଙ୍କ ଉପରେ ସଦାଚାର କମିଟିର ରିପୋର୍ଟରେ ବହିଷ୍କାରକୁ ଭୁଲ ବୋଲି ସୁପାରିଶ କରିଛନ୍ତି ।

ବୈଠକ ଶେଷ ହେବା ପରେ ସଦାଚାର କମିଟିର ସଭାପତି କହିଛନ୍ତି ଯେ ମହହୁଆଙ୍କ ବିରୋଧରେ ହୋଇଥିବା ରିପୋର୍ଟରେ ୬ ଜଣ ସାଂସଦଙ୍କ ସମର୍ଥନ ରହିଛି ଓ ଏହା ପରେ ଏହାକୁ ଗ୍ରହଣ କରାଯାଇଛି । ବର୍ତ୍ତମାନ କମିଟିର ତଥ୍ୟ ଅନୁସନ୍ଧାନକୁ ଭିତ୍ତି କରି ଲୋକସଭା ବାଚସ୍ପତିଙ୍କ ନିକଟକୁ ଏକ ବିସ୍ତୃତ ରିପୋର୍ଟ ଓ ସୁପାରିଶ ପଠାଯାଉଛି । ବର୍ତ୍ତମାନ ପରବର୍ତ୍ତୀ କାର୍ଯ୍ୟ କେବଳ ସ୍ପିକର ଦ୍ୱାରା ନିଆଯିବ ।

କିଏ ସମର୍ଥନ କଲା ଓ କେଉଁ ସାଂସଦ ବିରୋଧ କଲେ?
ଏହି ରିପୋର୍ଟକୁ ୬ ଜଣ ସାଂସଦ ସମର୍ଥନ କରିଥିଲେ । ଏଥିରେ ନିଲମ୍ବିତ କଂଗ୍ରେସ ସାଂସଦ ପରିନିତି କୌର, ଶିବସେନା ସିନ୍ଦେ ଦଳର ସାଂସଦ ହେମନ୍ତ ଗୋଡସେ, ବିଜେପି ସାଂସଦ ସୁବେଦନନ୍ଦ, ରାଜଦୀପ ରୟ, ଆପରାଜିତା ସାଢ଼ଙ୍ଗୀ ଓ ଅଧ୍ୟକ୍ଷ ବିନୋଦ ସୋନକର ଅନ୍ତର୍ଭୁକ୍ତ । ଏଥି ସହ ବିଏସପିର ଦାନିସ୍ ଅଲି, ସିପିଏମର ପିଆର ନଟରାଜନ୍, କଂଗ୍ରେସର ଭେନେଟାଲିଙ୍ଗମ୍ ଓ ଜେଡିଏର ଗିରିଧାରୀ ଯାଦବ ଏହାର ପ୍ରତିବାଦରେ ମତ ଦେଇଛନ୍ତି ।

ପରିଣୀତି କୌରଙ୍କୁ ଧନ୍ୟବାଦ ଦେଲେ ନିଶିକାନ୍ତ ଦୁବେ 
ଏଥି ସହିତ ନଶିକାନ୍ତ ଦୁବେ ସଦାଚାର କମିଟି ରିପୋର୍ଟକୁ ସମର୍ଥନ କରି ପରିଣିତି କୌରଙ୍କ ଭୋଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦଳରୁ ବହିଷ୍କୃତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପରିଣୀତ କୌରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, 'ପଞ୍ଜାବ ସର୍ବଦା ଭାରତର ପରିଚୟ ଓ ଜାତୀୟ ସୁରକ୍ଷା ପାଇଁ ଛିଡା ହୋଇଛି, ଆଜି ପୁଣି କ୍ୟାପଟେନ ଅମରିନ୍ଦର ସିଂ ଜୀ ଏବଂ କଂଗ୍ରେସ ପାର୍ଟି ସାଂସଦ ପରିଣୀତି କୌର ଜି ଜାତୀୟ ସୁରକ୍ଷା ପାଇଁ କୌଣସି ଆପୋଷ ବୁଝାମଣା କରିନାହାଁନ୍ତି । ଭାରତ ପଞ୍ଜାବର ସାହସୀମାନଙ୍କ ପାଇଁ କୃତଜ୍ଞ ଥିଲା ଓ ରହିବ ।