ଯଦି ଟଙ୍କାର ରହିଛି ଆବଶ୍ୟକତା, ତେବେ କୌଣସି ଡକ୍ୟୁମେଣ୍ଟ ବିନା PF ଆକାଉଣ୍ଟରୁ ଉଠାଇ ପାରିବେ ୧ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ମିଳିବ ଏହି ସୁବିଧା
Advertisement

ଯଦି ଟଙ୍କାର ରହିଛି ଆବଶ୍ୟକତା, ତେବେ କୌଣସି ଡକ୍ୟୁମେଣ୍ଟ ବିନା PF ଆକାଉଣ୍ଟରୁ ଉଠାଇ ପାରିବେ ୧ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ମିଳିବ ଏହି ସୁବିଧା

PF Withdrawal: ମେଡିକାଲ୍ ଆଡଭାନ୍ସ କ୍ଲେମ୍ କରୁଥିବା କର୍ମଚାରୀଙ୍କୁ ସରକାରୀ / ପବ୍ଲିକ୍ ସେକ୍ଟର ୟୁନିଟ୍ / CGHS ଏମ୍ପାନେଲେଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବା ଆବଶ୍ୟକ । ଯଦି ଜରୁରୀକାଳୀନ ପରିସ୍ଥିତିରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛ, ତେବେ ଏ ସମ୍ପର୍କରେ ତଦନ୍ତ କରାଯିବ । 

ଯଦି ଟଙ୍କାର ରହିଛି ଆବଶ୍ୟକତା, ତେବେ କୌଣସି ଡକ୍ୟୁମେଣ୍ଟ ବିନା PF ଆକାଉଣ୍ଟରୁ ଉଠାଇ ପାରିବେ ୧ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: PF Withdrawal: କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO)  ନିଜର ଗ୍ରାହକମାନଙ୍କ ପାଇଁ ଏକ ବଡ଼ ସୁବିଧା ଆରମ୍ଭ କରିଛି । ଏହା ଅଧୀନରେ ଯେକୌଣସି ସଦସ୍ୟ ଆବଶ୍ୟକତା ସମୟରେ କୌଣସି ଡକ୍ୟୁମେଣ୍ଟ ଦାଖଲ ନକରି ନିଜ PF ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ (PF Withdrawal) । ମେଡିକାଲ୍ ଆଡଭାନ୍ସ କ୍ଲେମ୍ (Medical Advance Claim) ଅନୁଯାୟୀ ଦରମା ପ୍ରାପ୍ତ ଲୋକଙ୍କୁ ଇପିଏଫ୍ଓ ଏହି ସୁବିଧା ଯୋଗାଉଛି । ଇପିଏଫଓ ଏକ କାର୍ଯ୍ୟାଳୟ ସ୍ମାରକପତ୍ର ପ୍ରଦାନ ଜାରି ଏହି ସୂଚନା ଦେଇଛି । ଇପିଏଫଓ କହିଛି ଯେ ଯଦି ମାରାତ୍ମକ ରୋଗ ଥିବା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ପାଇଁ ତତ୍କାଳ ୧ ଲକ୍ଷ ଟଙ୍କାର ଜରୁରୀ ଆବଶ୍ୟକତା ଥାଏ, ତେବେ PF ଆକାଉଣ୍ଟଧାରୀ (PF Account Holder) ଏହି ସୁବିଧାର ସୁଯୋଗ ନେଇପାରିବେ ।

ଆବେଦନ କରିବାର ପରଦିନ ଆପଣଙ୍କୁ ମିଳିଯିବ ଟଙ୍କା

ମେଡିକାଲ୍ ଆଡଭାନ୍ସ କ୍ଲେମ୍ କରୁଥିବା କର୍ମଚାରୀଙ୍କୁ ସରକାରୀ / ପବ୍ଲିକ୍ ସେକ୍ଟର ୟୁନିଟ୍ / CGHS ଏମ୍ପାନେଲେଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବା ଆବଶ୍ୟକ । ଯଦି ଜରୁରୀକାଳୀନ ପରିସ୍ଥିତିରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛ, ତେବେ ଏ ସମ୍ପର୍କରେ ତଦନ୍ତ କରାଯିବ । ଏହା ପରେ ହିଁ ଆପଣ ମେଡିକାଲ୍ ଆଡଭାନ୍ସ କ୍ଲେମ୍ ପାଇଁ ଆବେଦନ ପୂରଣ କରିପାରିବେ । ଏହି ସୁବିଧା ଅଧୀନରେ ଆପଣ କେବଳ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ପ୍ରତ୍ୟାହାର କରିପାରିବେ । ଯଦି ଆପଣ କାର୍ଯ୍ୟ ଦିବସରେ ଆବେଦନ କରୁଛନ୍ତି ତେବେ ପରଦିନ ଆପଣଙ୍କ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହେବ । ଏହି ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ କିମ୍ବା ସିଧାସଳଖ ଡାକ୍ତରଖାନାକୁ ଟ୍ରାନ୍ସଫର କରାଯାଇପାରେ ।

ଏହା ବି ପଢ଼ନ୍ତୁ:-ମହାତ୍ମା ଗାନ୍ଧୀ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ, ଯତି ନରସିଂହାନନ୍ଦ ରାଷ୍ଟ୍ର ପିତାଙ୍କୁ କହିଲେ ଅପଶବ୍ଦ; ଭିଡିଓ ଭାଇରାଲ୍

ଏହା ବି ପଢ଼ନ୍ତୁ:-ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଭାରତର ବଢ଼ିବ ଶକ୍ତି, ଋଷ ହେଲା ଖୁସ୍; ଚୀନକୁ ଲାଗିବ ମିର୍ଚି!

ଏହା ବି ପଢ଼ନ୍ତୁ:-ଏହି ଦେଶର ସରକାର ନେଲେ ବଡ଼ ପଦକ୍ଷେପ, ପେଟ୍ରୋଲ ୧୮ ଟଙ୍କା ଓ ଡିଜେଲ ୪୦ ଟଙ୍କା ହେଲା ଶସ୍ତା

ଟଙ୍କା କିପରି ଉଠାଇବେ 

ଡାକ୍ତରଖାନାରୁ ଡିସଚାର୍ଜ ହେବାର ୪୫ ଦିନ ମଧ୍ୟରେ ମେଡିକାଲ ସ୍ଲିପ ଦାଖଲ କରିବାକୁ ପଡିବ । ଆପଣଙ୍କୁ ଅନ୍ତିମ ବିଲର ଆଡଭାନ୍ସ ରାଶି ସହ ଆଡଜଷ୍ଟ କରିଦିଆଯାଇଥାଏ । ଆସନ୍ତୁ ବୁଝିବା ଆପଣ କିପରି ଟଙ୍କା ଉଠାଇ ପାରିବେ…

>> ଅଫିସିଆଲ୍ ୱେବସାଇଟ୍ www.epfindia.gov.in ରେ ଆପଣ ଅନଲାଇନରେ ଆଡଭାନ୍ସ କ୍ଲେମ୍ ନେଇପାରିବେ ।

>> unifiedportalmem.epfindia.gov.in ରୁ ଆଡଭାନ୍ସ କ୍ଲେମ୍ ମଧ୍ୟ କରାଯାଇପାରିବ ।

>> ଏଠାରେ ଆପଣଙ୍କୁ ଅନଲାଇନ୍ ସେବା ଉପରେ କ୍ଲିକ୍ କରିବାକୁ ପଡିବ ।