ମିଜୋରାମରେ ବି ସରକାର ବିରୋଧି ମତ, ଆଗକୁ ସରକାରୀ ଦଳକୁ ଦେଲା ସତର୍କ ଘଣ୍ଟି
Advertisement

ମିଜୋରାମରେ ବି ସରକାର ବିରୋଧି ମତ, ଆଗକୁ ସରକାରୀ ଦଳକୁ ଦେଲା ସତର୍କ ଘଣ୍ଟି

Mizoram Election Result: ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଛି। ୪୦ଟି ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ଲାଗି ଆବଶ୍ୟକ ମ୍ୟାଜିକ୍‍ ସଂଖ୍ୟା ୨୧କୁ ଟପି ମିଜେରାମରେ ବିରୋଧୀ ଦଳ ଆସନ ଗ୍ରହଣ କରିଥିବା ଜୋରାମ ପିପୁଲ୍ସ ମୁଭ୍‍ମେଣ୍ଟ ( ଜେଡ୍‍ପିଏମ୍‍) ସରକାର ଗଠନ ଲାଗି ପ୍ରସ୍ତୁତି ହେଉଛି। 

ସୌ(ସୋସିଆଲ ମିଡିଆ)

Mizoram Election Result 2023: ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଛି। ୪୦ଟି ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ଲାଗି ଆବଶ୍ୟକ ମ୍ୟାଜିକ୍‍ ସଂଖ୍ୟା ୨୧କୁ ଟପି ମିଜେରାମରେ ବିରୋଧୀ ଦଳ ଆସନ ଗ୍ରହଣ କରିଥିବା ଜୋରାମ ପିପୁଲ୍ସ ମୁଭ୍‍ମେଣ୍ଟ ( ଜେଡ୍‍ପିଏମ୍‍) ସରକାର ଗଠନ ଲାଗି ପ୍ରସ୍ତୁତି ହେଉଛି। ଅର୍ଥାତ୍‍ ସରକାରୀ ଦଳ ମିଜୋ ନ୍ୟାସନାଲ୍‍ ଫ୍ରଣ୍ଟ ଲୋକଙ୍କ ଆସ୍ଥା ହରାଇଛି ତଥା ଏହି ରାଜ୍ୟରେ ମଧ୍ୟ ସରକାର ବିରୋଧୀ ତତ୍ତ୍ୱ ସରକାରୀ ଦଳକୁ ବିରୋଧୀ ଦଳ ଆସନରେ ବସାଇଛି। ତିନି ଅଣ ବିଜେପି ଶାସିତ ରାଜ୍ୟ ସହ ମିଜୋରାମର ଫଳାଫଳ ଆଗକୁ ଅନ୍ୟ ରାଜ୍ୟ ନିର୍ବାଚନ ପାଇଁ ସରକାରୀ ଦଳମାନଙ୍କୁ ସତର୍କ ଘଣ୍ଟି ସଦୃଶ ହୋଇଛି।   

ପୂର୍ବରୁ ପ୍ରକାଶିତ ୪ ରାଜ୍ୟ ଭିତରୁ ମଧ୍ୟପ୍ରଦେଶକୁ ଛାଡ଼ି ଅନ୍ୟ ତିନୋଟିରେ ବିରୋଧୀ ଦଳ ସରକାରକୁ ଆସିବା ନିଶ୍ଚିତ ହୋଇଛି। ରାଜସ୍ଥାନରେ ୧୧୫ଟି ଆସନ ଜିତି ବିଜେପି ପୂର୍ଣ୍ଣ ବହୁମତ ହାସଲ କରିଥିବାବେଳେ କଂଗ୍ରେସକୁ ମାତ୍ର ୬୫ଟି ଆସନରେ ସୀମିତ ହେବାକୁ ପଡ଼ିଛି। ଠିକ୍‍ ସେହିପରି ଛତିଶଗଡ଼ରେ ମଧ୍ୟ କଂଗ୍ରେସ ସରକାରକୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ୫୪ ଆସନ ବିଜେପି ଦଖଲ କରିଥିବା ବେଳେ ଶାସକ କଂଗ୍ରେସକୁ ମାତ୍ର ୩୫ଟି ଆସନ ମିଳିଛି।  

Also Read-IAF Plane Crash: ପୁଣି ବିମାନ ଦୁର୍ଘଟଣା, ଦୁଇ ପାଇଲଟଙ୍କ ମୃତ୍ୟୁ

ଏହା ସହ ଦକ୍ଷିଣ ଭାରତର ଅନ୍ୟତମ ରାଜ୍ୟ ତେଲେଙ୍ଗନାରେ ଦୀର୍ଘ ୧୦ ବର୍ଷ ହେଲା ଶାସକ କରୁଥିବା ଭାରତ ରାଷ୍ଟ୍ର ସମିତିକୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ମିଳିଛି। ଏଠାରେ କଂଗ୍ରେସକୁ ଲୋକେ ବିକଳ୍ପ ଭାବେ ଗ୍ରହଣ କରି ସରକାର ବିରୋଧୀ ମତକୁ ବାସ୍ତବରେ ପରିଣତ କରିଛନ୍ତି।  କିଛି ସର୍ଭେ ଏଜେନ୍ସି ମିଜେରାମରେ ଝୁଲା ବିଧାନସଭା ହେବ ବୋଲି ମତ ପୋଷଣ କରିଥିଲେ। କିନ୍ତୁ ପ୍ରାୟ ୨୫ଟି ଆସନରେ ଆଗୁଆ ଥିବା ଜେଡ୍‍ପିଏମ୍‍ କୁ ସ୍ପଷ୍ଟ ବହୁମତ ମିଳିବା ଆସନ୍ତା ୫ ବର୍ଷ ଲାଗି ଏକ ସ୍ଥିର ସରକାରର ସମ୍ଭାବନାକୁ ଉଜ୍ଜଳ କରିଛି। ସକାଳ ୮ଟା ବେଳକୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ୧୩ଟି କେନ୍ଦ୍ରରେ ଭୋଟ ଗଣତି ଏବେ ଜାରି ରହିଛି।