ଫଡନାଭିସଙ୍କ ବଡ଼ ଘୋଷଣା: ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1238838

ଫଡନାଭିସଙ୍କ ବଡ଼ ଘୋଷଣା: ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ

Maharashtra Political Crisis Updates: ମହାରାଷ୍ଟ୍ରର ରାଜନୈତିକ ଖେଳ ସଂପୂର୍ଣ୍ଣ ରୂପେ ରୋଚକ ହେବାକୁ ଯାଉଛି । ଦେବେନ୍ଦ୍ର ଫଡନାଭିସ୍ ଆଜି ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ଯେ ଏକନାଥ ସିନ୍ଦେ ରାଜ୍ୟର ନୂତନ ସିଏମ୍ ହେବେ । 

ସାଙ୍କେତିକ ଫଟୋ

Maharashtra Political Crisis Updates: ମହାରାଷ୍ଟ୍ରର ରାଜନୈତିକ ଖେଳ ସଂପୂର୍ଣ୍ଣ ରୂପେ ରୋଚକ ହେବାକୁ ଯାଉଛି । ଦେବେନ୍ଦ୍ର ଫଡନାଭିସ୍ ଆଜି ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ଯେ ଏକନାଥ ସିନ୍ଦେ ରାଜ୍ୟର ନୂତନ ସିଏମ୍ ହେବେ । ସେ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କର ଅଧିକାଂଶ ଶିବସେନା ବିଧାୟକଙ୍କ ସମର୍ଥନ ରହିଛି ଓ ବିଜେପି ଏବଂ ଅନ୍ୟ ୧୬ ଜଣ ସ୍ୱାଧୀନ ବିଧାୟକ ତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଆଜି ସନ୍ଧ୍ୟା ୭:୩୦ ରେ CM ଭାବରେ ଶପଥ ଗ୍ରହଣ କରିବେ । କେବଳ ଏତିକି ନୁହେଁ ସେ କହିଛନ୍ତି ଯେ ମୁଁ କ୍ୟାବିନେଟରୁ ବାହାରେ ରହିବି । ଏହା ପରେ ଆସନ୍ତା ସମୟରେ କ୍ୟାବିନେଟକୁ ବିସ୍ତାର କରାଯିବ ।

ଦେବେନ୍ଦ୍ର ଫଡନାଭିସ୍ ନିଜେ ସିନ୍ଦେଙ୍କ ଉପସ୍ଥିତିରେ ଏହା ଘୋଷଣା କରିଛନ୍ତି । ଫଡନାଭିସ୍ କହିଛନ୍ତି ଯେ ଆଜି ସନ୍ଧ୍ୟାରେ ଏକନାଥ ସିନ୍ଦେ ଶପଥ ଗ୍ରହଣ କରିବେ । ମୁଁ ଏକନାଥ ସିନ୍ଦେଙ୍କ କ୍ୟାବିନେଟରୁ ବାହାରେ ରହିବି । ୨୦୧୯ ରେ ବିଜେପି ଓ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ । ଆମେ ସେହି ସମୟରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଲୁ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଏକ ବଡ଼ ବିଜୟ ହାସଲ କରିଛୁ ।

ଫଡନାଭିସ୍ କହିଛନ୍ତି ଯେ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କୁ କହିଥିଲେ ଯେ ଆପଣ ମହାବିକାଶ ଆଗାଡି (କଂଗ୍ରେସ-ଏନସିପି-ଶିବସେନା ସହଯୋଗୀ ଦଳ) ସରକାରରୁ ବାହାରି ଯାଆନ୍ତୁ, କିନ୍ତୁ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କ କଥା ଶୁଣି ନ ଥିଲେ ।

ସେ କହିଛନ୍ତି ଯେ ବାଲାସାହେବ ଯାହାଙ୍କ ସହ ସେ ତାଙ୍କ ଜୀବନସାରା ଲଢ଼ିଥିଲେ, ଏପରି ଲୋକଙ୍କ ସହ ସେ ସରକାର ଗଠନ କରିଥିଲେ । ଅଢେଇ ବର୍ଷ ପର୍ଯ୍ୟନ୍ତ କୌଣସି ଅଗ୍ରଗତି ହୋଇନଥିଲା । ଉଦ୍ଧବଙ୍କ ନେତୃତ୍ୱରେ ମହା ବିକାଶ ଅଘାଡି ସରକାର ଚାଲିଥିଲା । ଉଦ୍ଧବ ଠାକରେଙ୍କ ମହା ବିକାଶ ଅଘାଡି ସରକାରଙ୍କ ଉପରେ ଅନେକ ଶିବସେନା ନେତା ଅସନ୍ତୋଷ ପ୍ରକାଶ କରିଥିଲେ ।

ଏଥି ସହିତ, ଏକନାଥ ସିନ୍ଦେ କହିଛନ୍ତି ଯେ ମୁଁ ନେଇଥିବା ନିଷ୍ପତ୍ତି ଆପଣ ସମସ୍ତେ ଜାଣନ୍ତି  । କେଉଁ ପରିସ୍ଥିତିରେ ନିଷ୍ପତ୍ତି ନିଆଯାଇଛି ତାହା ମଧ୍ୟ ଆପଣ ଜାଣନ୍ତି । ମୁଁ ବାଲାସାହେବଙ୍କ ହିନ୍ଦୁତ୍ୱକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବି । ସମସ୍ତ ୫୦ ଜଣ ବିଧାୟକ ଏକାଠି ଅଛନ୍ତି । ଆମ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ସମସ୍ୟା ବିଷୟରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର କହିଥିଲୁ । ମୁଖ୍ୟମନ୍ତ୍ରୀ ଆମ କଥା ପ୍ରତି କଦାପି ଧ୍ୟାନ ଦେଇନାହାଁନ୍ତି ।

ଏହା ବି ପଢ଼ନ୍ତୁ: LPG ସିଲିଣ୍ଡରରେ ଥାଏ ଏକ୍ସପାୟରି ଡେଟ୍? କିପରି ଜାଣିବେ ସିଲିଣ୍ଡର କେବେ ହେବ ଖରାପ