DL ନଥିଲେ ବି କଟିବନି ଚାଲାଣ! ଜାଣନ୍ତୁ କେମିତି
Advertisement

DL ନଥିଲେ ବି କଟିବନି ଚାଲାଣ! ଜାଣନ୍ତୁ କେମିତି

Driving Licence: ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ (DL) ଆପଣଙ୍କ ନିକଟରେ ନାହିଁ ତଥାପି ଚେକିଂ ସମୟରେ ଟ୍ରାଫିକ୍ ପୋଲିସ ଚାଲାଣ ଆପଣଙ୍କ ଚାଲାଣ (Challan) ନ କାଟୁ, ତେବେ ଆଜି ଆମେ ଆପଣଙ୍କ ଏପରି ଉପାୟ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା....

DL ନଥିଲେ ବି କଟିବନି ଚାଲାଣ! ଜାଣନ୍ତୁ କେମିତି

ନୂଆଦିଲ୍ଲୀ: Driving Licence: କୌଣସି ପରିସ୍ଥିତିରେ ଯେତେବେଳେ ଚେକିଂର ଆବଶ୍ୟକତା ପଡ଼ିଥାଏ ସେତେବେଳେ ବାହନଗୁଡ଼ିକ ଟ୍ରାଫିକ୍ ପୋଲିସ୍ (Traffic Police) ଦ୍ୱାରା ରୋକାଯାଏ । ଏହି ସମୟରେ ଗାଡ଼ି ଚାଳକଙ୍କ କାଗଜପତ୍ର ଚେକ୍ କରାଯାଇଥାଏ । ସେଥିରେ ଡ୍ରାଇଭିଂ ଲାଇସେନ୍ସ (Driving Licens) ସମେତ ରେଜିଷ୍ଟ୍ରେଶନ ଓ ପୋଲୁଶନ ପରି ଡକ୍ୟୁମେଣ୍ଟ ସାମିଲ ରହିଥାଏ । ଯଦି ଚେକିଂ ସମୟରେ ଆପଣଙ୍କ ପାଖରେ ଏହା ମଧ୍ୟରୁ କୌଣସି ଡକ୍ୟୁମେଣ୍ଟ ନଥାଏ ତେବେ ଆପଣଙ୍କ ଚାଲାଣ କଟିପାରେ । କାରଣ ଏହି ଡକ୍ୟୁମେଣ୍ଟଗୁଡ଼ିକ ପ୍ରମାଣିତ କରେ ଯେ ସେହି ବାହାନ ଆପଣଙ୍କର । ଏହାର ଅଭାବରେ ଆପଣଙ୍କୁ ଚାଲାଣ (Traffic Challan) ଭରିବାକୁ ପଡ଼ିବ ଥାଏ । ଏହି ଡକ୍ୟୁମେଣ୍ଟର ଅଭାବରେ ଆପଣଙ୍କୁ ୨୦୦୦ ଟଙ୍କା ଠାରୁ ଆରମ୍ଭ କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ (Challan) ଭରିବାକୁ ପଡ଼ିପାରେ । 

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ (DL) ଆପଣଙ୍କ ନିକଟରେ ନାହିଁ ତଥାପି ଚେକିଂ ସମୟରେ ଟ୍ରାଫିକ୍ ପୋଲିସ ଚାଲାଣ ଆପଣଙ୍କ ଚାଲାଣ (Challan) ନ କାଟୁ, ତେବେ ଆଜି ଆମେ ଆପଣଙ୍କ ଏପରି ଉପାୟ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା....

ବଜାରରେ ଏପରି ଏକ ଆପ୍ ଆସିଛି ଯାହା ଡ୍ରାଇଭିଂ ଲାଇସେନ୍ସ ନ ଥିଲେ ମଧ୍ୟ ଆପଣଙ୍କ ଚାଲାଣ କାଟିବାରୁ ରକ୍ଷା କରିଥାଏ । ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାର ଆବଶ୍ୟକତା ନାହିଁ । ଆପଣ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍ଲିକେଶନକୁ ଡାଉନଲୋଡ୍ କରି ନିଅନ୍ତୁ । କେବଳ ଏତିକିରୁ ଆପଣଙ୍କ କାମ ହୋଇଯିବ । ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ଆମେ ଯାହା ବିଷୟରେ କହୁଛି ତାହା ହେଉଛି ଡିଜି ଲୋକର ଆପ୍ (DigiLocker App) । ଯାହା ଆପଣଙ୍କ ଚାଲାଣ କାଟିବାରୁ ରକ୍ଷା କରିଥାଏ । ଏହି ଆପରେ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରହିଥାଏ । ଯାହାକୁ ଆପଣ ଚେକିଂ ସମୟରେ ସ୍ମାର୍ଟଫୋନରେ ଦେଖାଇପାରିବେ ଓ ଚାଲାଣ କାଟିବାରୁ ରକ୍ଷା ପାଇପାରିବେ ।

ଏହା ବି ପଢ଼ନ୍ତୁ:-ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତିଶ କୁମାର, ପୋଲ୍ ଖୋଲିଲେ ମୋଦି

ଏହା ବି ପଢ଼ନ୍ତୁ:-ସର୍ଭେ: ବିହାରରେ ସିଏମ ପଦ ପାଇଁ ତେଜସ୍ୱୀ ଯାଦବ ପ୍ରଥମ ପସନ୍ଦ, ଜାଣନ୍ତୁ ନୀତିଶ କୁମାର ବିଜେପିଠୁ ଅଲଗା ହେବା ପରେ କାହାକୁ ହେଉଛି ଅଧିକ ଲାଭ

ଏହା ବି ପଢ଼ନ୍ତୁ:-ସିଲେକ୍ଟର୍ସ ଦେଲେ ସଙ୍କେତ, ପ୍ରଥମ ଥର ଭାରତ ପାଇଁ ଟି-20 ବିଶ୍ୱକପରେ ଖେଳିବେ ଏହି ୪ ଖେଳାଳି

 

ସୂଚନାଯୋଗ୍ୟ, ଡିଜି ଲୋକର ଆପରେ ଡାଟା ସୁରକ୍ଷିତ ରଖିବା ପରେ ଆପଣ ନିଜ ଡକ୍ୟୁମେଣ୍ଟ ଓ ଡ୍ରାଇଭିଂ ଲାଇସେନ୍ସକୁ ଘରେ ହିଁ ରଖିପାରିବେ । ଏହାର ଫିଜିକାଲ କପିର ଆବଶ୍ୟକତା ନାହିଁ । ଦେଶର ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ଏହାର ବ୍ୟବହାର ଅଧିକ ହେଉଛି । ଅନେକ ଲୋକ ଏହାର ବ୍ୟବହାର ବିଷୟରେ ଜାଣନ୍ତି ନାହିଁ । ତେଣୁ ଆଜି ହିଁ ଆପଣ ଏହି ଆପର ବ୍ୟବହାର ବିଷୟରେ ଜାଣି ନିଅନ୍ତୁ ।