ବୁଝି ପାରୁନି ମହାମହିମଙ୍କୁ 'ଆପଣ' କହିବି ନା 'ତୁ'
Advertisement

ବୁଝି ପାରୁନି ମହାମହିମଙ୍କୁ 'ଆପଣ' କହିବି ନା 'ତୁ'

ପେଶାରେ ଚାଷୀ ରାମଚନ୍ଦ୍ର ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରପତି ମୁର୍ମୁଙ୍କର ସହପାଠୀ ଥିଲେ । ସେ ମନେ ପକାନ୍ତି ଯେ ମୁର୍ମୁ ଜଣେ ଭାରି ମେଳାପି ଓ ସରଳ ଝିଅ ଥିଲେ ।

ବୁଝି ପାରୁନି ମହାମହିମଙ୍କୁ 'ଆପଣ' କହିବି ନା 'ତୁ'

ନୂଆଦିଲ୍ଲୀ: Draupadi Murmu Oath: ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Draupadi Murmu) ଆଜି (ସୋମବାର) ଅର୍ଥାତ ଜୁଲାଇ ୨୫ରେ ରାଜଧାନୀ ଦିଲ୍ଲୀରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ଗ୍ରହଣ କରିବେ । ସେପଟେ ଓଡିଶାର ତାଙ୍କ ବନ୍ଧୁ ଓ ପଡ଼ୋଶୀମାନେ ବର୍ତ୍ତମାନଠାରୁ କିପରି ତାଙ୍କୁ ସମ୍ବୋଧିତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ମୟୂରଭଞ୍ଜର ଉପରବେଡା ଗାଁର ବାସିନ୍ଦା ରାମଚନ୍ଦ୍ର ମୁର୍ମୁ (Ramchandra Murmu) କହିଛନ୍ତି ଯେ, ରାଷ୍ଟ୍ରପତି ମୁର୍ମୁଙ୍କ ଗୃହ ନଗରରେ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି । ଯଦିଓ ସେ ନିଜେ ବୁଝିପାରୁ ନାହାଁନ୍ତି ଯେ ପରବର୍ତ୍ତୀ ସମୟରେ ସେ ନିଜ ବନ୍ଧୁଙ୍କୁ ଭେଟିବା ସମୟରେ  ତାଙ୍କୁ 'ଆପଣ' କହି ସମ୍ବୋଧନ କରିବାକୁ ପଡିବ ନା ପୂର୍ବପରି 'ତୁ' ବୋଲି କହି ଡାକିପାରିବେ? ପ୍ରଥମ ସମ୍ୱୋଧନରେ ଅଧିକ ସମ୍ମାନ ଅଛି ତ ଦ୍ୱିତୀୟରେ ପୁରୁଣା ଆତ୍ମୀୟତା ରହିଛି ।

ପେଶାରେ ଚାଷୀ ରାମଚନ୍ଦ୍ର ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରପତି ମୁର୍ମୁଙ୍କର ସହପାଠୀ ଥିଲେ । ସେ ମନେ ପକାନ୍ତି ଯେ ମୁର୍ମୁ ଜଣେ ଭାରି ମେଳାପି ଓ ସରଳ ଝିଅ ଥିଲେ । ବିଦ୍ୟାଳୟରେ ଆମେ ଦୁହେଁ ଗୋଟିଏ ଥାଳିରେ ଖାଉଥିଲୁ । ଆଜି ମଧ୍ୟ ରାମଚନ୍ଦ୍ର ତାଙ୍କୁ କେବଳ 'ତୁ' କହି ଡାକନ୍ତି, କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଆଜି ସମଗ୍ର ଓଡିଶା ଉତ୍ସବ ପାଳନ କରୁଛି, ରେଳ ଷ୍ଟେସନରେ ଲଡୁ ବଣ୍ଟା ଯାଉଛି । 

ସେହିପରି ମୁର୍ମୁଙ୍କ କଲେଜ ସହପାଠୀ ସୁଚିତ୍ରା ସାମଲ କହନ୍ତି, "ଦୁଇ ଦିନ ପୂର୍ବେ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ମୁର୍ମୁ ମୋତେ କଲ୍ କରିଥିଲେ, ଯାହାର ଆଶା ମୁଁ କରି ନଥିଲି । ସେ ଆଜି ମଧ୍ୟ ସେମିତି ଅଛି, ଯେମିତି ପ୍ରଥମ ଥର ଭେଟିଥିଲି । ମୁଁ ମଧ୍ୟ ତାଙ୍କୁ କିଛି ବର୍ଷ ପୂର୍ବେ ଝାଡଖଣ୍ଡ ରାଜ ଭବନରେ ଭେଟିଛି । ସାକ୍ଷାତ ସମୟରେ ଆମେ ପୁରୁଣା ଦିନ ବିଷୟରେ ବହୁତ କଥାବାର୍ତ୍ତା କରିଥିଲୁ ।"

ମୁର୍ମୁଙ୍କୁ ଆଉ ଜଣେ ବନ୍ଧୁ ଗୋବିନ୍ଦ ମାଝୀ କୁହନ୍ତୁ ଯେ, "ଦ୍ରୌପଦୀ ବିଦ୍ୟାଳୟରେ ଅଧ୍ୟୟନରେ ସ୍ମାର୍ଟ ଥିଲେ । ଦାରିଦ୍ରତା ଯୋଗୁଁ ମୋତେ ସ୍କୁଲ ଛାଡ଼ିବାକୁ ପଡ଼ିଲା, କିନ୍ତୁ ଦ୍ରୌପଦୀ ମୋତେ ଅନେକ ସମୟରେ ତାଙ୍କ ଘରକୁ ଆମନ୍ତ୍ରଣ କରି ମୋତେ 'ପଖାଳ-ଭାତ' ଖୁଆଉଥିଲେ । ମୁଁ ଶେଷ ଥର ପାଇଁ ମୁର୍ମୁଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ସାକ୍ଷାତ କରିଥିଲି । ସେତେବେଳେ ସେ ମଧ୍ୟ ଆମ ଘରକୁ ଆସିଥିଲେ ।"

ଏହା ବି ପଢ଼ନ୍ତୁ:-ଜାଣନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ଦ୍ରୌପଦୀ ମୁର୍ମୁ

ଏହା ବି ପଢ଼ନ୍ତୁ:-କ୍ଲାସ୍ ମନିଟରରୁ ରାଷ୍ଟ୍ରପତି ହେବେ ମୁର୍ମୁ: ଭୋର ୩.୩୦ରେ ଉଠି ଯାଆନ୍ତି, ଜାଣନ୍ତୁ କେମିତି ରହିଥାଏ ତାଙ୍କ ଦିନଚର୍ଯ୍ୟା

ଏହା ବି ପଢ଼ନ୍ତୁ:-ଆଜି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ; ଓଡ଼ିଶାରୁ ସାମିଲ ହେବେ ୬୪ ଖାସ୍ ଅତିଥି

ଶପଥ ଗ୍ରହଣ ସମାରୋହରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଭାଉଜ ସୁକ୍ରୀ ଟୁଡୁ ଆଣିଥିବା ପାରମ୍ପାରିକ ସନ୍ଥାଲି ଶାଢ଼ୀ ପିନ୍ଧିପାରନ୍ତି । ସୁକ୍ରୀ ଓ ତାଙ୍କ ସ୍ୱାମୀ ତଥା ରାଷ୍ଟ୍ରପତିଙ୍କ ଭାଇ ତାରିନସେନ୍ ଟୁଡୁ ଦିଲ୍ଲୀ ଆସି ପହଞ୍ଚିସାରିଛନ୍ତି । ସେ ମୁର୍ମୁଙ୍କୁ ପାଇଁ ଏକ ଲୋକପ୍ରିୟ 'ଆରିସା ପିଠା' ମଧ୍ୟ ଆଣିଛନ୍ତି ।