'ଭାବୀ ଜୀ ଘର ପର୍ ହେ'ରେ ମଲଖାନ୍ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନଙ୍କ ଦେହାନ୍ତ
Advertisement

'ଭାବୀ ଜୀ ଘର ପର୍ ହେ'ରେ ମଲଖାନ୍ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନଙ୍କ ଦେହାନ୍ତ

Deepesh Bhan Passes Away: 'ଭାବୀ ଜୀ ଘର ପର୍ ହେ'ରେ ମଲଖାନ୍ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଦୀପେଶ ଭାନଙ୍କ ଦେହାନ୍ତ ହୋଇଛି । ଏହି ଖବର ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ସେଲିବ୍ରେଟି ମାନଙ୍କୁ ଏକ ବଡ଼ ଝଟକା ଦେଇଛି । ଅଳ୍ପ ବୟସରେ ଦୀପେଶ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ।

ସୌ- ସୋସିଆଲ ମିଡିଆ

Deepesh Bhan Passes Away: 'ଭାବୀ ଜୀ ଘର ପର୍ ହେ'କୁ ନେଇ ଏକ ବଡ଼ ଓ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଶୋ’ରେ ମଲଖାନ୍ ଚରିତ୍ରରେ ଅଭିନୟ କରୁଥିବା ଦୀପେଶ ଭାନଙ୍କ (Deepesh Bhan) ଦେହାନ୍ତ ହୋଇଛି । ସେ ଆଜି ସକାଳେ ଏହି ଦୁନିଆ ଛାଡିଛନ୍ତି । ଅଭିନେତାଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ଖବର ଅନୁଯାୟୀ, ଅଭିନେତା ସକାଳେ କ୍ରିକେଟ୍ ଖେଳୁଥିଲେ ଓ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା । ଦିପେଶଙ୍କ ସହ-ତାରକା ଚାରୁଲ ମଲିକ ସୋସିଆଲ ମିଡିଆରେ ଏହି ଖବର ସେୟାର କରି ଲେଖିଛନ୍ତି, 'ମୁଁ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁ ନାହିଁ । ମୁଁ ତାଙ୍କ ବିଷୟରେ କେବଳ ସକାଳେ ଜାଣିଲି । ମୁଁ ତାଙ୍କୁ ୮ ବର୍ଷ ପର୍ଯ୍ୟନ୍ତ ଜାଣିଥିଲି ଓ ସେ ସେଟ୍ ଗୁଡିକରେ ମୋ ନିକଟତର ଥିଲେ । ସେ ମୋତେ ଅନେକ ଥର ଅଭିନୟ ଟିପ୍ସ ଦେଉଥିଲେ ।"

ଏହି ଶୋ’ରେ ମନମୋହନ ତିୱାରୀ ଭୂମିକାରେ ଅଭିନୟ କରିଥିବା ଅଭିନେତା ରୋହିତାଶ ଗୌର ଦିପେଶଙ୍କ ନିକଟତର ଥିଲେ । ସେ ମଧ୍ୟ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ କହିଥିଲେ, 'ଆଜି ଆମର କଲ ସମୟ ଟିକେ ବିଳମ୍ବ ହୋଇଥିଲା । ତେଣୁ ମୁଁ ଭାବିଲି ସେ ଜିମ୍ ପରେ କ୍ରିକେଟ୍ ଖେଳିବାକୁ ଗ୍ରାଉଣ୍ଡକୁ ଯାଇଛନ୍ତି । ଏହା ତାଙ୍କର ଫିଟନେସ୍ ରୁଟିନ୍ ଥିଲା । କିନ୍ତୁ ଖେଳିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହା ଆମ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର । ସେ ଏକ ସୁସ୍ଥ ଜୀବନଶୈଳୀ ବଞ୍ଚୁଥିଲେ । ମୁଁ କିପରି ଅନୁଭବ କରୁଛି ତାହା କିପରି କହିବି ମୁଁ ଜାଣେ ନାହିଁ । ଆମେ ସମସ୍ତେ ବର୍ତ୍ତମାନ ତାଙ୍କ ଘରେ ଅଛୁ ।"

ଶୋ’ର ନିର୍ମାତା ସଞ୍ଜୟ ଓ ବିନାଫର କୋହଲି ଏହା ଉପରେ କହିଛନ୍ତି, 'ଦୀପେଶ ଭାନଙ୍କ ଦେହାନ୍ତ ଖବର ଶୁଣି ଆମେ ଗଭୀର ଚକିତ ଓ ନିରାଶ ହୋଇଛୁ । ସେ 'ଭାବୀ ଜୀ ଘର ପର୍ ହେ'ର ଅନ୍ୟତମ ଉତ୍ସର୍ଗୀକୃତ ଅଭିନେତା ଓ ଆମ ପରିବାର ପରି ଥିଲେ । ଆମେ ସମସ୍ତେ ତାଙ୍କୁ ବହୁତ ମିସ୍ କରିବାକୁ ଯାଉଛୁ । ତାଙ୍କ ଆତ୍ମା ​​ଶାନ୍ତିରେ ବିଶ୍ରାମ କରନ୍ତୁ ଓ ତାଙ୍କ ପରିବାର ପ୍ରତି ଆମର ହୃଦୟରୁ ସମବେଦନା ।

ଏହା ବି ପଢ଼ନ୍ତୁ: କେବେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋଡ୍ ଆକ୍ଟ? ସଂସଦରେ ଏହି ଜବାବ ଦେଲେ ମୋଦି ସରକାର

ଏହା ବି ପଢ଼ନ୍ତୁ: ତିହାର ଜେଲରେ ଭୋକ ଉପାସରେ ବସିଛନ୍ତି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ, କରୁଛନ୍ତି ଏହି ଦାବି