Demonetisation wrong Decission: 'ନୋଟବନ୍ଦୀ ଭୁଲ ନିଷ୍ପତ୍ତି ରହିଥିଲା'
Advertisement
Article Detail0/zeeodisha/odisha1511464

Demonetisation wrong Decission: 'ନୋଟବନ୍ଦୀ ଭୁଲ ନିଷ୍ପତ୍ତି ରହିଥିଲା'

BV Nagarthna: ସୁପ୍ରିମକୋର୍ଟର ଜଷ୍ଟିସ ବିବି ନାଗରତ୍ନା ଦେଶର ପ୍ରଥମ  ମହିଳା ବିଚାରପତି ହେବାର ଗୌରବ ଆପଣାଇପାରନ୍ତି। ବରିଷ୍ଠତା ଦୃଷ୍ଟିରୁ ୨୦୨୭ ମସିହାରେ ସେ ଦେଶର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବାର ଗୌରବ ହାସଲ କରିପାରନ୍ତି। ତେବେ ଏହା ପୂର୍ବରୁ ଜଷ୍ଟିନ ନାଗରତ୍ନାଙ୍କ ପିଟା ଇଏସ ଭେଙ୍କଟରମୈୟା ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ରହିସାରିଛନ୍ତି। 

Demonetisation wrong Decission: 'ନୋଟବନ୍ଦୀ ଭୁଲ ନିଷ୍ପତ୍ତି ରହିଥିଲା'

Demonetisation wrong Decission:  ନୂଆଦିଲ୍ଲୀ: ଦୁର୍ନୀତି ଏବଂ କଳା ଟଙ୍କାକୁ ରୋକିବା ପାଇଁ ୨୦୧୬ରେ ବିମୁଦ୍ରୀକରଣ ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ ଏହି ରାୟ ଦେଇଥିବାବେଳେ ଏହି ପ୍ରସଙ୍ଗରେ ୫୮ଟି ପୃଥକ ଆବେଦନକୁ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ 'ବିମୁଦ୍ରୀକରଣ ନିଷ୍ପତ୍ତିରେ କୌଣସି ଅସୁବିଧା ନାହିଁ ଏବଂ ଅର୍ଥନୈତିକ ନିଷ୍ପତ୍ତି ଅଗ୍ରାହ୍ୟ ହୋଇପାରିବ ନାହିଁ'। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ବହୁମତ ଆଧାରରେ ନିଷ୍ପତ୍ତି ନେଇଥିଲା। ଏଥିମଧ୍ୟରୁ ୪ ଜଣ ବିଚାରପତି ନୋଟବନ୍ଦୀ ସପକ୍ଷରେ ନିଷ୍ପତ୍ତି ନେଇଥିବା ବେଳେ ଜଣେ ବିଚାରପତି ଏହାକୁ ବିରୋଧ କରିଥିଲେ। ଏହି ବେଞ୍ଚରେ ସାମିଲ ଥିବା ବିବି ନାଗରତ୍ନା ଏହାକୁ ଘୋର ବିରୋଧ କରିଥିଲେ। 

କଣ କହିଥିଲେ ବିଚାରପତି ନାଗରତ୍ନା
ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନୋଟବନ୍ଦୀ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲା। ବେଞ୍ଚର ଅଧ୍ୟକ୍ଷତା କରିଥିଲେ ନ୍ୟାୟମୂର୍ତ୍ତି ଏସଏ ନଜୀର। ବେଞ୍ଚର ନ୍ୟାୟମୂର୍ତ୍ତି ବିବି ନାଗରତ୍ନା, ଏଏସ ବୋପନ୍ନା, ଭି ରାମା ସୁବ୍ରମଣ୍ୟମ ଓ ବିଆର ଗଓ୍ୱଇ ଥିଲେ। ଏଥିରେ ଜଷ୍ଟିସ ବିବି ନାଗରତ୍ନାଙ୍କ ନିଷ୍ପତ୍ତି ନୋଟବନ୍ଦୀ ବିପକ୍ଷରେ ଯାଇଥିଲା। ତାଙ୍କର ଯୁକ୍ତି ରହିଥିଲା କି ନୋଟବନ୍ଦୀର ପ୍ରସ୍ତାବ ସରକାରଙ୍କ ତରଫରୁ ଆସିଥିଲା। ଆରବିଆଇର ମତ ମଧ୍ୟ ଲୋଡାଯାଇଥିଲା। ଆରବିଆଇ ଅଧିନିୟମ ଧାରା ୨୬(୨)ର ଉଦାହରଣ ଦେଇ ସେ କହିଥିଲେ କି ରିଜର୍ଭ ବ୍ୟାଙ୍କର ରାୟକୁ କୌଣସି ପରିସ୍ଥିତିରେ ସୁପାରିଶ ଭାବେ ପରିଗଣିତ କରାଯିବ ନାହିଁ। ନାଗରତ୍ନାଙ୍କ କହିବା ଅନୁଯାୟୀ ନୋଟବନ୍ଦୀ ଯଦି କରିବାର ଥିଲା ତେବେ ଏହି ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ନେଇ ପାରିଥାନ୍ତା। ଏହା କେନ୍ଦ୍ର ସରକାର କାହିଁକି ନିଷ୍ପତ୍ତି ନେଲେ। ୨୦୧୬ରେ ଏଭଳି କରାଗଲା ନାହିଁ କାରଣ ଆଇନଗତ ଦୃଷ୍ଟିରୁ ନୋଟବନ୍ଦୀଙ୍କୁ ସଠିକ ବୋଲି କୁହାଯାଇ ପାରିନଥାନ୍ତା ବୋଲି ସେ କହିଥିଲେ। 

କିଏ ବିବି ନାଗରତ୍ନା ?
ବିବି ନାଗରତ୍ନା ସୁପ୍ରିମକୋର୍ଟରେ ଚିଫ ଜଷ୍ଟିସ ରହିଥିବା ଇଏସ ଭେଙ୍କଟରମୈୟାଙ୍କ ଝିଅ। ତାଙ୍କର ଜନ୍ମ ୩୦ ଅକ୍ଟୋବର ୧୯୬୨ରେ ହୋଇଥିଲା। ୧୯୮୭ରେ ସେ ଏକ ଅଧିବକ୍ତା ଭାବେ ଅଭ୍ୟାସ ଆରମ୍ଭ କରିଥିଲେ। ପାଖାପାଖି ୨୦ ବର୍ଷ ଓକିଲାତି କରିବା ପରେ ୨୦୦୮ ମସିହାରେ କର୍ଣ୍ଣାଟକ ହାଇକୋର୍ଟରେ ଅତିରିକ୍ତ ଜଜ ଭାବେ ନିଯୁକ୍ତି ମିଳିଥିଲା। ଏହାର ଠିକ ଦୁଇ ବର୍ଷ ପରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୨୧ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭି ନାଗରତ୍ନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ। 

୨୦୨୭ରେ ହୋଇପାରନ୍ତି ପ୍ରଥମ ମହିଳା ବିଚାରପତି
ସୁପ୍ରିମକୋର୍ଟର ଜଷ୍ଟିସ ବିବି ନାଗରତ୍ନା ଦେଶର ପ୍ରଥମ  ମହିଳା ବିଚାରପତି ହେବାର ଗୌରବ ଆପଣାଇପାରନ୍ତି। ବରିଷ୍ଠତା ଦୃଷ୍ଟିରୁ ୨୦୨୭ ମସିହାରେ ସେ ଦେଶର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବାର ଗୌରବ ହାସଲ କରିପାରନ୍ତି। ତେବେ ଏହା ପୂର୍ବରୁ ଜଷ୍ଟିନ ନାଗରତ୍ନାଙ୍କ ପିଟା ଇଏସ ଭେଙ୍କଟରମୈୟା ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ରହିସାରିଛନ୍ତି। ପୂର୍ବତନ ବିଚାରପତିମାନେ ଅନେକ ଫୋରମରେ ଉଲ୍ଲେଖ କରିଛନ୍ତି ଯେ ଦେଶକୁ ଜଣେ ମହିଳା ପ୍ରଧାନ ବିଚାରପତି ଦେବାର ସମୟ ଆସିଛି। ପୂର୍ବତନ ପ୍ରଧାନ ବିଚାରପତି ଏସ ବୋବଡ଼େ ଅନେକ ଫୋରମରେ ଏହା ଖୋଲାଖୋଲି ଭାବେ କହିଛନ୍ତି। ଏଭଳି ପରିସ୍ଥିତିରେ ଦେଶର ପ୍ରଥମ ମହିଜା ପ୍ରଧାନ ବିଚାରପତି କେବଳ ବିବି ନାଗରତ୍ନା ହୋଇପାରିବେ ବୋଲି ବିଶ୍ୱାସ କରାଯାଏ।