Delhi MCD Election Result 2022: ଯଦି ଆକଳନ ସତ ହୁଏ ତ ଆପରୁ କିଏ ହେବେ ଦିଲ୍ଲୀର ମେୟର? ରେସରେ ଅଛନ୍ତି ଏସବୁ ନାମ
Advertisement

Delhi MCD Election Result 2022: ଯଦି ଆକଳନ ସତ ହୁଏ ତ ଆପରୁ କିଏ ହେବେ ଦିଲ୍ଲୀର ମେୟର? ରେସରେ ଅଛନ୍ତି ଏସବୁ ନାମ

Delhi MCD Election Result 2022: ଆମ୍ ଆଦମୀ ପାର୍ଟି ଏଥର ଦିଲ୍ଲୀ ଏମସିଡି ଜିତିବ । ଏହି ବିଜୟ ମଧ୍ୟ ବଡ଼ ଧରଣର ହେବ ବୋଲି ଆକଳନ କରାଯାଉଛି । ଭୋଟ୍ ଗଣନା ଆରମ୍ଭ ହେବା ପରେ ଚିତ୍ର ଆହୁରି ସ୍ପଷ୍ଟ ହୋଇଯାଇଛି । ଗତ ୧୫ ବର୍ଷ ଧରି ଦିଲ୍ଲୀର ଏମସିଡି ଭାରତୀୟ ଜନତା ପାର୍ଟିର ଦଖଲରେ ରହିଆସିଛି ।

Delhi MCD Election Result 2022: ଯଦି ଆକଳନ ସତ ହୁଏ ତ ଆପରୁ କିଏ ହେବେ ଦିଲ୍ଲୀର ମେୟର? ରେସରେ ଅଛନ୍ତି ଏସବୁ ନାମ

Delhi MCD Election Result 2022: ଯଦି ଆକଳନକୁ ବିଶ୍ୱାସ କରାଯାଏ ତେବେ ଆମ୍ ଆଦମୀ ପାର୍ଟି (AAP) ଏଥର ଦିଲ୍ଲୀ ଏମସିଡି (Delhi MCD) ଜିତିବ । ଏହି ବିଜୟ ମଧ୍ୟ ବଡ଼ ଧରଣର ହେବ ବୋଲି ଆକଳନ କରାଯାଉଛି । ଭୋଟ୍ ଗଣନା ଆରମ୍ଭ ହେବା ପରେ ଚିତ୍ର ଆହୁରି ସ୍ପଷ୍ଟ ହୋଇଯାଇଛି । ଗତ ୧୫ ବର୍ଷ ଧରି ଦିଲ୍ଲୀର ଏମସିଡି ଭାରତୀୟ ଜନତା ପାର୍ଟି (BJP) ର ଦଖଲରେ ରହିଆସିଛି । ଏହା ପୂର୍ବରୁ ବିଭିନ୍ନ ଏକଜିଟ୍ ପୋଲ୍ (EXIT POLL) ମଧ୍ୟ ବିଜେପି ହାତରୁ ଦିଲ୍ଲୀ ଏମସିଡି ଯିବାର ଆକଳନ କରିଛି । ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଏମସିଡି ନିର୍ବାଚନରେ ବୃହତ ବିଜୟ ହାସଲ କରିବ ବୋଲି ଆକଳନରୁ ସ୍ପଷ୍ଟ ଜଣାପଡ଼ୁଛି । ଏଭଳି ପରିସ୍ଥିତିରେ ଆଲୋଚନା ଆରମ୍ଭ ହୋଇଛି ଯେ ଯଦି ଆମ୍ ଆଦମୀ ପାର୍ଟି ଏମସିଡି ନିର୍ବାଚନରେ ​​ଜିତେ ତେବେ କିଏ ମେୟର ହେବେ । 

BARC ଏକଜିଟ୍ ପୋଲ୍ ଅନୁଯାୟୀ, ୨୦୨୨ MCD ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି (AAP)୧୩୪-୧୪୬ ୱାର୍ଡ, ଭାରତୀୟ ଜନତା ପାର୍ଟି (BJP) ୮୨-୯୪, କଂଗ୍ରେସ (Congress) ୮-୧୪ ଏବଂ ଅନ୍ୟ ୧୪-୧୯ ୱାର୍ଡରେ ଜିତିବ । ଏଠାରେ କହି ରଖୁଛୁ ଯେ, ଦିଲ୍ଲୀରେ ମେୟରଙ୍କ ପ୍ରତ୍ୟକ୍ଷ ନିର୍ବାଚନ ହୁଏ ନାହିଁ । କେବଳ ବିଜେତା କାଉନସିଲରମାନେ ମେୟର ଚୟନ କରନ୍ତି । ଯେଉଁ ଦଳ ଏମସିଡି ନିର୍ବାଚନରେ ​​ଜିତିବ, ସେହି ଦଳର କାର୍ଯ୍ୟକାଳ ୫ ବର୍ଷ ହେବ । କିନ୍ତୁ ଜଣେ ବ୍ୟକ୍ତି ୫ ବର୍ଷ ମେୟର ରହିବେ, ତାହା ମଧ୍ୟ ହୁଏ ନାହିଁ । ପୂର୍ବରୁ ଦିଲ୍ଲୀରେ ୩ଟି ଏମସିଡି ଥିଲା, ଏବେ ଗୋଟିଏ ଅଛି । ମେୟରଙ୍କ କାର୍ଯ୍ୟକାଳ ୧ ବର୍ଷ ହୋଇଥାଏ । ପ୍ରତିବର୍ଷ କାଉନସିଲରମାନେ ମେୟର ଚୟନ କରନ୍ତି ।

ଏହା ବି ପଢ଼ନ୍ତୁ:-ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିଛି ଢାକାର ପାଣିପାଗ

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ଝଟକା; ପେନସନକୁ ନେଇ ଏହି ବଡ଼ ନିଷ୍ପତ୍ତି ନେଲେ ସରକାର, ଜାରି ହେଲା ନୋଟିଫିକେଶନ!

ଏହା ବି ପଢ଼ନ୍ତୁ:-ଆକ୍ସନ୍ ମୋଡରେ ଅଧିନାୟକ ରୋହିତ ଶର୍ମା, ଦ୍ୱିତୀୟ ଦିନିକିଆରେ ଏହି ୩ ଫ୍ଲପ୍ ଖେଳାଳୀଙ୍କୁ ଚୂଡ଼ାନ୍ତ ଏକାଦଶରୁ କରିବେ ବାହାର!

 

ମେୟରଙ୍କ ୫ ବର୍ଷର କାର୍ଯ୍ୟକାଳର ପ୍ରଥମ ବର୍ଷ ଜଣେ ମହିଳା କାଉନସିଲରଙ୍କ ପାଇଁ ସଂରକ୍ଷିତ ରହିଥାଏ । ଅନ୍ୟପଟେ ତୃତୀୟ ଅନୁସୂଚିତ ଜାତି ପାଇଁ ରହିଥାଏ । ଅବଶିଷ୍ଟ ୩ ବର୍ଷ ପାଇଁ ମେୟର ପଦବୀ ସଂରକ୍ଷିତ ନୁହେଁ । ସେଥିପାଇଁ ପ୍ରତିବର୍ଷ କାଉନସିଲରମାନେ ମେୟର ଚୟନ କରନ୍ତି । ଦିଲ୍ଲୀର ୨୫୦ ୱାର୍ଡର ଅଧିକାଂଶରେ ଆମ୍ ଆଦମୀ ପାର୍ଟି ଏକଜିଟ୍ ପୋଲରେ ଜିତୁଥିବା ଜଣାପଡିଛି । ତେବେ ବର୍ତ୍ତମାନ ଆଜି ସକାଳ ୮ଟାରୁ ମତ ଗଣନା ଆରମ୍ଭ ହୋଇସାରିଛି । ଏଥିରେ ମଧ୍ୟ ଆମ୍ ଆଦମୀ ପାର୍ଟି ଆଗରେ ରହିଛି । ଯଦି ଏହି ଆକଳନ ସଂଖ୍ୟା ବାସ୍ତବରେ ପରିଣତ ହୁଏ, ତେବେ ପ୍ରଥମ ବର୍ଷରେ ଜଣେ ମହିଳା ମେୟର ହେବେ । 

ଏହି ରେସରେ ଦିଲ୍ଲୀ ମହିଳା ଆୟୋଗର ସଦସ୍ୟ ପ୍ରମିଲା ଗୁପ୍ତା, AAP ର ମହିଳା ୟୁନିଟ୍ ରାଜ୍ୟ ସଂଯୋଜକ ନିର୍ମଳା ଦେବୀ ଏବଂ ଦଳର ନେତ୍ରୀ କ୍ୟାପଟେନ୍ ଶାଲିନୀ ସିଂ ଏଥିରେ ସାମିଲ ହୋଇଛନ୍ତି । ଅନ୍ୟ କେତେକ ନାମ ମଧ୍ୟ ରେସରେ ଅଛନ୍ତି, ଯେଉଁଥିରେ ଫଳାଫଳ ବାହାରିବା ପରେ ସ୍ଥିତି ସ୍ପଷ୍ଟ ହୋଇଯିବ ।