Air Pollution: ଗ୍ୟାସ ଚାମ୍ବର ପାଲଟିଲା ରାଜଧାନୀ! ସ୍କୁଲରେ ଝୁଲିଲା ତାଲା, ସଂକଟରେ ଜନତା
Advertisement
Article Detail0/zeeodisha/odisha1424405

Air Pollution: ଗ୍ୟାସ ଚାମ୍ବର ପାଲଟିଲା ରାଜଧାନୀ! ସ୍କୁଲରେ ଝୁଲିଲା ତାଲା, ସଂକଟରେ ଜନତା

Delhi Air Pollution: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଗୁରୁବାର ଗୁରୁତର ଏବଂ ବିପଜ୍ଜନକ ସ୍ତରକୁ ଖସି ଆସିଛି। କ୍ରବାର ଠାରୁ ନୋଏଡାର ପ୍ରାୟ ସ୍କୁଲରେ ଅନଲାଇନ କ୍ସାସ ଆରମ୍ଭ ହୋଇଛି। ଦିଲ୍ଲୀରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜଧାନୀରେ ଡିଜେଲ ଟ୍ରକର ପ୍ରବେଶ ବନ୍ଦ କରାଯାଇଛି।

Air Pollution: ଗ୍ୟାସ ଚାମ୍ବର ପାଲଟିଲା ରାଜଧାନୀ! ସ୍କୁଲରେ ଝୁଲିଲା ତାଲା, ସଂକଟରେ ଜନତା

 

Delhi Air Pollution, ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଏବେ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି! ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଗୁରୁବାର ଗୁରୁତର ଏବଂ ବିପଜ୍ଜନକ ସ୍ତରକୁ ଖସି ଆସିଛି। ଧୂଳି, ପାଣିପାଗ ପରିବର୍ତ୍ତନ, ଯାନ ବାହନ ଏବଂ ଶିଳ୍ପ ନିର୍ଗମନ ଏବଂ ପଡୋଶୀ ରାଜ୍ୟର ନଡ଼ା ଧୂଆଁର ମିଶ୍ରଣରୁ ଏହି ସଙ୍କଟ ସୃଷ୍ଟି ହୋଇଛି। ଫଳରେ ଅଭିଭାବକ ଏବଂ ପରିବେଶବିତମାନେ ସ୍କୁଲ ବନ୍ଦ ଡାକରା ଦେଇଛନ୍ତି। ସେପଟେ ଶୁକ୍ରବାର ଠାରୁ ନୋଏଡାର ପ୍ରାୟ ସ୍କୁଲରେ ଅନଲାଇନ କ୍ସାସ ଆରମ୍ଭ ହୋଇଛି।

ଦିଲ୍ଲୀରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜଧାନୀରେ ଡିଜେଲ ଟ୍ରକର ପ୍ରବେଶ ବନ୍ଦ କରାଯାଇଛି। ଅଧିକାଂଶ ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟ ବନ୍ଦ ହୋଇଯାଇଛି। ସରକାର, ଲୋକଙ୍କୁ ଘରୁ କାମ କରିବାକୁ ଅନୁରୋଧ କରିଛନ୍ତି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ହେତୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହାର ପ୍ରଭାବ ପିଲାମାନଙ୍କ ଉପରେ ଅଧିକ ହୋଇପାରେ। ଏଭଳି ପରିସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଅନଲାଇନ କ୍ଲାସ ବାଧ୍ୟତାମୂଳକ କରିବାକୁ ସ୍କୁଲ ଗୁଡିକୁ ଗୌତମବୁଦ୍ଧ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଶୁକ୍ରବାରରୁ ଏହି ବ୍ୟବସ୍ଥା ନଭେମ୍ବର ୮ ପର୍ଯ୍ୟନ୍ତ ଚାଲିବ। ନବମରୁ ଦ୍ୱାଦଶ ଶ୍ରେଣୀ ପିଲା ମଧ୍ୟ ଅନଲାଇନ କ୍ଲାସ କରିପାରିବେ।

Also Read: Delhi Pollution:ଦିଲ୍ଲୀ-ଏନସିଆରରେ ଗଡ଼ିବନି ଡିଜେଲ ଚାଳିତ ଯାନ, GRAP ଷ୍ଟେଜ-୪ ଲାଗୁ

ସେପଟେ ନୋଏଡାକୁ ଲାଗିଥିବା ଦିଲ୍ଲୀର ସ୍କୁଲଗୁଡିକ ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଶୁକ୍ରବାରଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏଭଳି ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକ ବିଷୟରେ କ’ଣ ନିଷ୍ପତ୍ତି ନିଆଯାଇଛି ତାହା ଉପରେ ନଜର ରଖାଯିବ। ତେବେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜଧାନୀରେ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି। ଗୁରୁବାର ଜାତୀୟ ରାଜସ୍ୱ ସୁରକ୍ଷା କମିଶନ (ଏନସିପିସିଆର) ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ସ୍ଥିତି ସୁଧାରିବା ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ବୁଧବାର କହିଛନ୍ତି ଯେ, ବାୟୁ ପ୍ରଦୂଷଣ ଦେଶ ପାଇଁ ଏକ ବଡ ସମସ୍ୟା ଏବଂ ଏହାକୁ ହ୍ରାସ କରିବାର ଜରୁରୀ ଆବଶ୍ୟକତା ରହିଛି। ଜାତୀୟ ରାଜଧାନୀର ପଡୋଶୀ ରାଜ୍ୟରେ ନଡା ଜଳିବା କାରଣରୁ ଦିଲ୍ଲୀର ବାୟୁର ଗୁଣବତ୍ତା ଏହାର ଖରାପ ସ୍ତରକୁ ଖସୁଛି। International Conclave on Clean Fuels-2022କୁ ସମ୍ବୋଧିତ କରିବାବେଳେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ କହିଛନ୍ତି ଯେ, ପରିବେଶ ଏବଂ ପରିବେଶ ପାଇଁ ପ୍ରଦୂଷଣର ସମାଧାନ ହେବା ଆବଶ୍ୟକ। ନଡାକୁ ବାୟୋ-ଭିଟାମିନରେ ପରିଣତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏହା ସହ ଧାନ ନଡାରୁ Bio-CNG ଓ Bio-LNG ପ୍ରସ୍ତୁତ କରାଯାଉଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। 

Also Read: ED's Complaint: ଜେଲରେ ମନ୍ତ୍ରୀଙ୍କ ମସାଜ ଦେଖି ଚିଡ଼ିଗଲା ଇଡ଼ି, ଅମିତ ଶାହଙ୍କ ଅଫିସରୁ ଆସିଲା ଏ

ଜାତୀୟ ରାଜଧାନୀରେ AQI, ୪୫୦ ମାର୍କ ପାର କରିଛି। ଫଳରେ ଦୁଇ କୋଟି ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଚିନ୍ତା ବୃଦ୍ଧି ପାଇଛି। ୪୦୦ରୁ ଅଧିକ AQI ବିପଜ୍ଜନକ। ଏହା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରିବା ସହ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଅନୁସନ୍ଧାନ ଅନୁଯାୟୀ, ସହରର କିଛି ଅଞ୍ଚଳରେ AQI, ୮୦୦ ଅତିକ୍ରମ କରିଛି। ଦିଲ୍ଲୀରେ ଅସ୍ୱାଭାବିକ ବାୟୁ ପ୍ରଦୂଷଣ ଯୋଗୁଁ ସଚେତନ ହୋଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗୁରୁବାର ସନ୍ଧ୍ୟାରେ ରାଜଧାନୀରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଡିଜେଲ ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି।