Cyclone Alert: ଆସୁଛି ବଡ଼ ବାତ୍ୟା, ସରକାର ଚଳାଇଛନ୍ତି ସ୍ଥାନାନ୍ତରଣ କାର୍ଯ୍ୟ
Advertisement
Article Detail0/zeeodisha/odisha1853436

Cyclone Alert: ଆସୁଛି ବଡ଼ ବାତ୍ୟା, ସରକାର ଚଳାଇଛନ୍ତି ସ୍ଥାନାନ୍ତରଣ କାର୍ଯ୍ୟ

Cyclone Alert:  ତାଇୱାନକୁ ବାତ୍ୟାର(Cyclone) ଭୟ। ମାଡ଼ି ଆସୁଛି ସାମୁଦ୍ରିକ ବାତ୍ୟା ‘ହାଇକୁଇ’(haikui )।ଏହାକୁ ନେଇ ପୂର୍ବାଞ୍ଚଳ ତାଇୱାନ୍‌ର ବିପଦପୂର୍ଣ୍ଣ ସ୍ଥାନରୁ ପ୍ରାୟ ୩୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ଦେଇଚନ୍ତି ସରକାରୀ ଅଧିକାରୀ। ପ୍ରାୟ ୪ ବର୍ଷର ବ୍ୟବଧାନ ପରେ ଏଭଳି ଏକ ବଡ଼ ଧରଣର ବାତ୍ୟା ସିଧାସଳଖ ତାଇୱାନ୍‌ ଦ୍ବୀପ ଉପରେ ପ୍ରବାହିତ ହେବାକୁ ଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଥିବା ଦେଖିବାକୁ  ମିଳିଛି।

ବାତ୍ୟା ପ୍ରଭାବରେ ଆଜି ସକାଳୁ ବେଗ ୧୪୦ କିଲୋମିଟର୍‌ ପବନ ବହୁଥିବା ସ୍ଥାନୀୟ ଗଣମାଧ୍ୟମରୁ ଜଣା ପଡ଼ିଛି। ସେହିପରି ଆଜି ସନ୍ଧ୍ୟା ୫ଟା ବେଳକୁ ‘ହାଇକୁଇ’ ବାତ୍ୟା ଦ୍ବୀପର ପୂର୍ବ ପ୍ରାନ୍ତରେ ଥିବା ତାଇତୁଙ୍ଗ୍‌ ଅଞ୍ଚଳରେ ସ୍ଥଳଭାଗରେ ପ୍ରବେଶ କରିବ।ବାତ୍ୟାକୁ ଆଖି ଆଗରେ ରଖି ଆଜି ତାଇୱାନ ଦ୍ବୀପର ଦକ୍ଷିଣ ଓ ପୂର୍ବାଞ୍ଚଳରେ ଥିବା ସ୍କୁଲ୍‌ ଓ ଅଫିସ୍‌ ବନ୍ଦ ରଖାଯାଇଛି। ସେହିପରି, ଦ୍ବୀପରେ ମଧ୍ୟରେ ଚଳାଚଳ କରୁଥିବା ପ୍ରାୟ ୨୦୦ ବିମାନ ଉଡ଼ାଣ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ତାଇୱାନ୍‌ର ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌ କହିଛନ୍ତି,ଯେ ‘ହାଇକୁଇ’ ହେଉଛି ୪ ବର୍ଷ ପରେ ତାଇୱାନ୍‌ରେ ସ୍ଥଳଭାଗ ପ୍ରବେଶ କରିବାକୁ ଥିବା ପ୍ରଥମ ସାମୁଦ୍ରିକ ବାତ୍ୟା। ଝଡ଼ ବର୍ଷା ପ୍ରଭାବରୁ ରକ୍ଷା ପାଇବା ଲାଗି ପ୍ରସ୍ତୁତି କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ନିଜ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘରୁ ବାହାରକୁ ଯିବାରୁ କିମ୍ବା ବିପଜ୍ଜନକ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌ ।

ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଇୱାନ୍‌ର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋ କହିଛି ଆଜି ସକାଳ ୯ଟା ସୁଦ୍ଧା ବାତ୍ୟା ‘ହାଇକୁଇ’ ତାଇୱାନ୍‌ଠାରୁ ମାତ୍ର ୧୮୦ କିଲୋମିଟର୍‌ ଦୂରରେ ଥିଲା। ଗତକାଲିଠାରୁ ଏହା କିଛି ବଳ ଏକଜୁଟ କରିଛି। ତେଣୁ, ସାବଧାନ ରହିବାକୁ ଅନୁରୋଧ। ପଶ୍ଚିମକୁ ଗତି କରି ସୋମବାର ସକାଳ ସୁଦ୍ଧା ଏହା ତାଇୱାନ୍‌ ପ୍ରଣାଳୀକୁ ଚାଲିଯିବାର ସମ୍ଭାବନା ରହିଛି।

Also Read: Illigal cow transport: ଗୋରୁ ଚାଲାଣ ବେଳେ ଗାଡ଼ି ଜାଳି ଦେଲେ ଲୋକେ..