ଇଡି ରାଜନୀତିରେ ରାହୁଲ କଲବଲ , ବଳ ଦେବା ପାଇଁ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ
Advertisement
Article Detail0/zeeodisha/odisha1222240

ଇଡି ରାଜନୀତିରେ ରାହୁଲ କଲବଲ , ବଳ ଦେବା ପାଇଁ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

Congress Holds Nationwide Protest - ନେସନାଲ ହେରାଲ୍ଡ଼ ମାମଲାରେ ଗାନ୍ଧୀ ପରିବାରକୁ ଲଗାତର ହଇରାଣ ବିରୋଧରେ କଂଗ୍ରେସ ଆନ୍ଦୋଳନକୁ ତୀବ୍ର କରିଛି। ଇଡ଼ି ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା କରିବା ଓ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ। ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା। ଆସନ୍ତା କାଲି ଜିଲ୍ଳା ସ୍ତରରେ ଆନ୍ଦୋଳନ କରିବ ଦଳ। ଅନ୍ୟପଟେ ବିଜେପି କଂଗ୍ରେସର  ଅଭିଯୋଗର ପାଲଟା ଜବାବ ଦେଇଛି ।

ଇଡି ରାଜନୀତିରେ ରାହୁଲ କଲବଲ , ବଳ ଦେବା ପାଇଁ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଗଣତନ୍ତ୍ର ଶାସନରେ ବିରୋଧୀଙ୍କ ସ୍ବରକୁ ଚପାଇଦେବା ପାଇଁ କେନ୍ଦ୍ର ଇଡ଼ି ଓ ସିବିଆଇକୁ ଢାଲ କରିଛି ବୋଲି ଅଭିଯୋଗ କରି କଂଗ୍ରେସ ଆନ୍ଦୋଳନକୁ ତୀବ୍ର କରିଛି। ନ୍ୟାସନାଲ ହେରାଲ୍ଡ଼ ମାମଲାକୁ ଆଳ କରି ଇଡ଼ି ଜରିଆରେ ଗାନ୍ଧୀ ପରିବାରକୁ ଅଯଥା ଟାର୍ଗେଟ ଓ ହାଇରାଣ କରାଯାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ରାଜ୍ୟ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାରେ ଏଭଳି ଢଙ୍ଗରେ ଗର୍ଜନ କରିଛି। ଶହ ଶହ କଂଗ୍ରେସ କର୍ମୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କକ ନେତୃତ୍ବରେ ଶୋଭାଯାତ୍ରାରେ ରାଜଭବନ ପାଖକୁ ଆସି କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ଧାରଣା ଦେଇଥିଲେ। ରାଜଭବନ ପାଖରେ କେନ୍ଦ୍ର ବିରୋଧରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜଣକ ପରେ ଜଣେ କଂଗ୍ରେସର ତୁଙ୍ଗନେତା କେନ୍ଦ୍ର ସରକାର ବିରୋଧରେ ବର୍ଷିବା ସହ ଇଡ଼ିର କାଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଆଗକୁ ଯଦି କେନ୍ଦ୍ର ସରକାର ଇଡ଼ି ଜରିଆରେ ଗାନ୍ଧୀ ପରିବାରକୁ ହଇରାଣ କରେ ତେବେ କଂଗ୍ରେସ କେନ୍ଦ୍ରୀୟ କାଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ କେନ୍ଦ୍ରର ଗଣତନ୍ତ୍ର ବିରୋଧୀ ଆଭିମୁଖ୍ୟ ବିରୋଧରେ ତୃଣମୂଳସ୍ତରୁ ଆନ୍ଦୋନଳ କରିବାକୁ ଦଳ ଚେତାଇ ଦେଇଛି ।

ସେପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି। ନ୍ୟାସନାଲ ହେରାଲ୍ଡ଼ ମାମଲା ଯେଉଁ ଭଷ୍ଟ୍ରାଚାର ହୋଇଛି ସେଥିରେ ଗାନ୍ଧୀ ପରିବାର ସଂପୃକ୍ତ ଥିବା ସନ୍ଦେହରେ ରାହୁଲ ଗାନ୍ଧୀଙ୍କୁ ଜେରା କରାଯାଇଛି । ଜେରାକୁ କାହିକିଁ କଂଗ୍ରେସ ଡ଼ରୁଛି ଵୋଲି  ପୃଥୀରାଜ ହରିଚନ୍ଦନ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। 

ନ୍ୟାସନାଲ ହେରାଲ୍ଡ଼ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ପରେ ସମନ କରିଚାଲିଛି । ଏ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି । ଯାହାକୁ ନେଇ ସାରା ଦେଶର ରାଜନୀତିକୁ ଅଧିକ ଗରମ କରିଦେଇଛି। ସୁତରାଂ ଏହି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇଡିର ପଛ ଚିମୁଡା କାମ ବୋଲି କହି କଂଗ୍ରେସ ନିନ୍ଦା କରୁଛି 
। କଂଗ୍ରେସର କହିବା କଥା ଯେତେବେଳେ ଇଡିର ମନେ ପଡୁଛି ସେତେବେଳେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାମ୍ନାକୁ ଆସିଯାଉଛି। ଯାହାକି ଇଡିର ମନମୁଖୀ କାର୍ଯ୍ୟ ଓ ରାହୁଲଙ୍କୁ ଟାର୍ଗେଟ କରି ଏହିପରି କାର୍ଯ୍ୟାନୁଷ୍ଠାନ କରାଯାଉଛି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ଦେଶର ଅନ୍ୟ ବିରୋଧୀଙ୍କ ଆଭିମୁଖ୍ୟ ହିଁ   ଏହି ମାମଲାକୁ ଆହୁରି ଅଧିକ ବଳ ଦେବା ବୋଲି କୁହାଯାଉଛି ନେସନାଲ ହେରାଲ୍ଡ଼ ମାମଲାରେ ଗାନ୍ଧୀ ପରିବାରକୁ ଲଗାତର ହଇରାଣ ବିରୋଧରେ କଂଗ୍ରେସ ଆନ୍ଦୋଳନକୁ ତୀବ୍ର କରିଛି। ଇଡ଼ି ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା କରିବା ଓ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ। ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା। ଆସନ୍ତା କାଲି ଜିଲ୍ଳା ସ୍ତରରେ ଆନ୍ଦୋଳନ କରିବ ଦଳ। ଅନ୍ୟପଟେ ବିଜେପି କଂଗ୍ରେସର  ଅଭିଯୋଗର ପାଲଟା ଜବାବ ଦେଇଛି ।

ଗଣତନ୍ତ୍ର ଶାସନରେ ବିରୋଧୀଙ୍କ ସ୍ବରକୁ ଚପାଇଦେବା ପାଇଁ କେନ୍ଦ୍ର ଇଡ଼ି ଓ ସିବିଆଇକୁ ଢାଲ କରିଛି ବୋଲି ଅଭିଯୋଗ କରି କଂଗ୍ରେସ ଆନ୍ଦୋଳନକୁ ତୀବ୍ର କରିଛି। ନ୍ୟାସନାଲ ହେରାଲ୍ଡ଼ ମାମଲାକୁ ଆଳ କରି ଇଡ଼ି ଜରିଆରେ ଗାନ୍ଧୀ ପରିବାରକୁ ଅଯଥା ଟାର୍ଗେଟ ଓ ହାଇରାଣ କରାଯାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ରାଜ୍ୟ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାରେ ଏଭଳି ଢଙ୍ଗରେ ଗର୍ଜନ କରିଛି। ଶହ ଶହ କଂଗ୍ରେସ କର୍ମୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କକ ନେତୃତ୍ବରେ ଶୋଭାଯାତ୍ରାରେ ରାଜଭବନ ପାଖକୁ ଆସି କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ଧାରଣା ଦେଇଥିଲେ। ରାଜଭବନ ପାଖରେ କେନ୍ଦ୍ର ବିରୋଧରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜଣକ ପରେ ଜଣେ କଂଗ୍ରେସର ତୁଙ୍ଗନେତା କେନ୍ଦ୍ର ସରକାର ବିରୋଧରେ ବର୍ଷିବା ସହ ଇଡ଼ିର କାଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଆଗକୁ ଯଦି କେନ୍ଦ୍ର ସରକାର ଇଡ଼ି ଜରିଆରେ ଗାନ୍ଧୀ ପରିବାରକୁ ହଇରାଣ କରେ ତେବେ କଂଗ୍ରେସ କେନ୍ଦ୍ରୀୟ କାଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ କେନ୍ଦ୍ରର ଗଣତନ୍ତ୍ର ବିରୋଧୀ ଆଭିମୁଖ୍ୟ ବିରୋଧରେ ତୃଣମୂଳସ୍ତରୁ ଆନ୍ଦୋନଳ କରିବାକୁ ଦଳ ଚେତାଇ ଦେଇଛି ।

ସେପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି। ନ୍ୟାସନାଲ ହେରାଲ୍ଡ଼ ମାମଲା ଯେଉଁ ଭଷ୍ଟ୍ରାଚାର ହୋଇଛି ସେଥିରେ ଗାନ୍ଧୀ ପରିବାର ସଂପୃକ୍ତ ଥିବା ସନ୍ଦେହରେ ରାହୁଲ ଗାନ୍ଧୀଙ୍କୁ ଜେରା କରାଯାଇଛି । ଜେରାକୁ କାହିକିଁ କଂଗ୍ରେସ ଡ଼ରୁଛି ଵୋଲି  ପୃଥୀରାଜ ହରିଚନ୍ଦନ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। 

ନ୍ୟାସନାଲ ହେରାଲ୍ଡ଼ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ପରେ ସମନ କରିଚାଲିଛି । ଏ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି । ଯାହାକୁ ନେଇ ସାରା ଦେଶର ରାଜନୀତିକୁ ଅଧିକ ଗରମ କରିଦେଇଛି। ସୁତରାଂ ଏହି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇଡିର ପଛ ଚିମୁଡା କାମ ବୋଲି କହି କଂଗ୍ରେସ ନିନ୍ଦା କରୁଛି 
। କଂଗ୍ରେସର କହିବା କଥା ଯେତେବେଳେ ଇଡିର ମନେ ପଡୁଛି ସେତେବେଳେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାମ୍ନାକୁ ଆସିଯାଉଛି। ଯାହାକି ଇଡିର ମନମୁଖୀ କାର୍ଯ୍ୟ ଓ ରାହୁଲଙ୍କୁ ଟାର୍ଗେଟ କରି ଏହିପରି କାର୍ଯ୍ୟାନୁଷ୍ଠାନ କରାଯାଉଛି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି ।