ଭାରତ ଯୋଡୋ ଯାତ୍ରା: ନିଜର ଏହି ନୂଆ ଘରେ ଆଗାମୀ ୧୫୦ ଦିନ ରହିବେ ରାହୁଲ ଗାନ୍ଧୀ, ରହିଛି ଏସବୁ ସୁବିଧା
Advertisement
Article Detail0/zeeodisha/odisha1339130

ଭାରତ ଯୋଡୋ ଯାତ୍ରା: ନିଜର ଏହି ନୂଆ ଘରେ ଆଗାମୀ ୧୫୦ ଦିନ ରହିବେ ରାହୁଲ ଗାନ୍ଧୀ, ରହିଛି ଏସବୁ ସୁବିଧା

Congress Bharat Jodo Yatra: ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ୧୧୮ ନେତାଙ୍କୁ 'ଭାରତ ଯୋଡୋ ଯାତ୍ରୀ' ଭାବରେ ତାଲିକାଭୁକ୍ତ କରିଛି, ଯେଉଁମାନେ କନ୍ୟାକୁମାରୀ ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବ । ସେମାନେ ଦୈନିକ ହାରାହାରି ୨୦ରୁ ୨୫ କିଲୋମିଟର ଦୂରତା ଅତିକ୍ରମ କରିବେ ।

ସୌ: ସୋସିଆଲ ମିଡିଆ

Bharat Jodo Yatra: କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ୭ ସେପ୍ଟେମ୍ବରରୁ 'ଭାରତ ଯୋଡୋ ଯାତ୍ରା' (Bharat Jodo Yatra) ଆରମ୍ଭ କରୁଛନ୍ତି । କଂଗ୍ରେସ ସାଂସଦମାନେ କନ୍ୟାକୁମାରୀ (Kanyakumari) ଠାରୁ ୩୫୭୦ କିଲୋମିଟର ଯାତ୍ରା ଆରମ୍ଭ କରିବେ,  ଯାହା ପ୍ରାୟ ୧୫୦ ଦିନ ଧରି ଚାଲିବ । ୨୦୨୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ପରାସ୍ତ କରିବା ପାଇଁ ଏହା ରାହୁଲ ଗାନ୍ଧୀଙ୍କ ମାଷ୍ଟର ଷ୍ଟ୍ରୋକ ବୋଲି ବିବେଚନା କରାଯାଏ । ରାହୁଲ ଗାନ୍ଧୀ ୭ ସେପ୍ଟେମ୍ବର ସକାଳେ ଶ୍ରୀପେରୁମୁଦୁର ରାଜୀବ ଗାନ୍ଧୀ ମେମୋରିଆଲରେ (Rajiv Gandhi Memorial) ଏକ ପ୍ରାର୍ଥନା ସଭାରେ ଯୋଗଦେବେ, ଯେଉଁଠାରେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ ବୋମା ବିସ୍ଫୋରଣରେ ହତ୍ୟା କରାଯାଇଥିଲା । ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ତାଙ୍କ ପିତାଙ୍କ ସ୍ମୃତିରେ ଏଠାରେ ପହଞ୍ଚିବେ । ଏହା ପରେ ରାହୁଲ ଗାନ୍ଧୀ କନ୍ୟାକୁମାରୀ ଯିବେ, ଯେଉଁଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (MK Stalin) ତାଙ୍କୁ ତ୍ରିରଙ୍ଗା ଭେଟି ଦେବେ, ତା’ପରେ ରାହୁଲ ଗାନ୍ଧୀ ଏକ ରାଲିକୁ ସମ୍ବୋଧିତ କରିବେ ଓ ଏହା ପରେ 'ଭାରତ ଯୋଡା ଯାତ୍ରା' ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ।

'ଭାରତ ଯୋଡୋ ଯାତ୍ରା' ସମୟରେ ରାହୁଲ ଗାନ୍ଧୀ କେଉଁଠାରେ ଓ କିପରି ରହିବେ? ସେମାନଙ୍କ ସହିତ ଆସୁଥିବା ପ୍ରାୟ ୩୦୦ ଯାତ୍ରୀ କେଉଁଠାରେ ରହିବେ? ରାହୁଲ ଗାନ୍ଧୀ କେଉଁଠାରେ ଖାଇବେ, ସେ କେଉଁଠାରେ ଶୋଇବେ? ଏହି ସବୁ ପ୍ରଶ୍ନ ଉପରେ ଲୋକଙ୍କ ଆଖି ରହିଛି । ରାହୁଲ ଗାନ୍ଧୀ ଏହି ସମୟରେ କୌଣସି ହୋଟେଲରେ ରହିବେ ନାହିଁ ବୋଲି କଂଗ୍ରେସ ସ୍ପଷ୍ଟ କରିସାରିଛି । କୌଣସି ବିଳାସପୂର୍ଣ୍ଣ ଯାତ୍ରା ହେବ ନାହିଁ ଓ ରାହୁଲ ଗାନ୍ଧୀ ଏହି ସରଳ ଯାତ୍ରାକୁ ସରଳ ଉପାୟରେ ସମାପ୍ତ କରିବେ ।

ରାହୁଲ ଗାନ୍ଧୀ ଆସନ୍ତା ୧୫୦ ଦିନ ଏକ କଣ୍ଟେନରରେ ରହିବାକୁ ଯାଉଛନ୍ତି । ଶୋଇବା ପାଇଁ ଏହି କଣ୍ଟେନରରେ ଏକ ବେଡ୍ ଅଛି ଓ ଏଥିରେ ଟଏଲେଟ୍ ଓ କିଛି ଏସି ମଧ୍ୟ ଲଗାଯାଇଛି । ଯାତ୍ରା ସମୟରେ, ତାପମାତ୍ରା ଓ ଉତ୍ତାପ ଅନେକ କ୍ଷେତ୍ରରେ ବୃଦ୍ଧି ପାଇବ, ୩୫୭୦ କିଲୋମିଟର ଯାତ୍ରାରେ ଅନେକ ସ୍ଥାନ ଅଛି, ଯେଉଁଠାରେ ପ୍ରବଳ ଉତ୍ତାପ ଓ ଆର୍ଦ୍ରତା ରହିବ ... ତେଣୁ ଏସି ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଶୋଇବା ପାଇଁ ବେଡ଼ ଓ ଶୌଚାଳୟ ମଧ୍ୟ କଣ୍ଟେନରରେ ପ୍ରସ୍ତୁତ କରାଯାଇଛି ।

ଏହିପରି ପ୍ରାୟ ୬୦ ଟି କଣ୍ଟେନର ପ୍ରସ୍ତୁତ ହୋଇ କନ୍ୟାକୁମାରୀକୁ ପଠାଯାଇଛି, ଯେଉଁଠାରେ ଏକ ଗ୍ରାମ ପ୍ରତିଷ୍ଠା ହୋଇଛି ଓ ସମସ୍ତ କଣ୍ଟେନର ସେଠାରେ ଠିଆ ହୋଇଛି । ରାତିର ବିଶ୍ରାମ ପାଇଁ, ପ୍ରତିଦିନ ଏକ ଗାଁ ଆକାରରେ ଏକ ନୂତନ ସ୍ଥାନରେ କଣ୍ଟେନର ନିର୍ମାଣ କରାଯିବ । ଏହି ଗାଁରେ ସମସ୍ତ ଯାତ୍ରୀ ରାହୁଲ ଗାନ୍ଧୀଙ୍କ ସହ ଏକ ତମ୍ବୁରେ ଖାଦ୍ୟ ଖାଇବେ । ରାହୁଲ ଗାନ୍ଧୀଙ୍କ ସହିତ ରହୁଥିବା ପୂର୍ଣ୍ଣକାଳୀନ ଯାତ୍ରୀମାନେ ଏକାଠି ଖାଇବେ ଓ ପାଖରେ ରହିବେ ।

ରାହୁଲ ଗାନ୍ଧୀ 'ଭାରତ ଯୋଡୋ ଯାତ୍ରା'କୁ ସାଧାରଣ ଲୋକଙ୍କ ସହ ଯୋଡିବାର ଏକ ମାଧ୍ୟମ ଭାବରେ ବିବେଚନା କରନ୍ତି, ସେଥିପାଇଁ ସେ ଏହି ଯାତ୍ରାକୁ ଗ୍ଲାମରଠାରୁ ସରଳ ଉପାୟରେ ସମ୍ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି । ଆଜ୍ଞା 'ହଁ' ରାହୁଲ ଗାନ୍ଧୀ ଏହାକୁ ଏକ ଯାତ୍ରା ବୋଲି କହିଛନ୍ତି, କିନ୍ତୁ ରାଜନୈତିକ ବିଶ୍ଳେଷକମାନେ ଏହାକୁ ୨୦୨୪ ପାଇଁ ଏକ ପ୍ରସ୍ତୁତି ବୋଲି ବିବେଚନା କରୁଛନ୍ତି ।

ଏହା ବି ପଢ଼ନ୍ତୁ: କାହିଁକି ଲିଜ୍ ଟ୍ରସଙ୍କ ଠାରୁ ହାରିଲେ ଋଷି ସୁନକ? ଭାରତ ଉପରେ କ’ଣ ପଡିବ ଏହାର ପ୍ରଭାବ?