Communal Riots in India: କେଉଁ ସରକାର ଅମଳରେ ହୋଇଛି ସର୍ବାଧିକ ସାମ୍ପ୍ରଦାୟିକ ଦଙ୍ଗା? ଜାଣନ୍ତୁ
Advertisement
Article Detail0/zeeodisha/odisha1740993

Communal Riots in India: କେଉଁ ସରକାର ଅମଳରେ ହୋଇଛି ସର୍ବାଧିକ ସାମ୍ପ୍ରଦାୟିକ ଦଙ୍ଗା? ଜାଣନ୍ତୁ

NCRB Data on Communal Riot: ବିଜେପି ନାଁ କଂଗ୍ରେସ କେଉଁ ସରକାର ଅମଳରେ ହୋଇଛି ସର୍ବାଧିକ ସାମ୍ପ୍ରଦାୟିକ ଦଙ୍ଗା? ଏନସିଆରବି ପକ୍ଷରୁ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଏହାର ଉତ୍ତର ମିଳିଯାଇଛି।

Communal Riots in India: କେଉଁ ସରକାର ଅମଳରେ ହୋଇଛି ସର୍ବାଧିକ ସାମ୍ପ୍ରଦାୟିକ ଦଙ୍ଗା? ଜାଣନ୍ତୁ

NCRB Report on Communal Riot: ବିଗତ ୫୦ ବର୍ଷ ମଧ୍ୟରେ ଦେଶ ସବୁଠାରୁ ଶାନ୍ତିପୂର୍ଣ୍ଣ ରହିଆସିଛି। ହେଲେ କ'ଣ ଆପଣ ଜାଣିଛନ୍ତି କେଉଁ ସରକାର ଅମଳରେ ହୋଇଛି ସର୍ବାଧିକ ସାମ୍ପ୍ରଦାୟିକ ଦଙ୍ଗା? କେଉଁ ସରକାର ଅମଳରେ ହ୍ରାସ ପାଇଛି ଦଙ୍ଗା? ଏହାର ଉତ୍ତର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ମିଳିଯାଇଛି। ବିଗତ ୫୦ ବର୍ଷ ମଧ୍ୟରେ ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଇଛି। 

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (National Crime Records Bureau) ଏନସିଆରବି (NCRB) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଗତ ୫୦ ବର୍ଷ ମଧ୍ୟରେ ଦେଶ ସବୁଠାରୁ ଶାନ୍ତିପୂର୍ଣ୍ଣ ରହିଛି। ଏନସିଆରବି ତଥ୍ୟ ଅନୁଯାୟୀ ସାମ୍ପ୍ରଦାୟିକ ଦଙ୍ଗା (Communal Riots) ଏବଂ ହିଂସାକାଣ୍ଡ ଜନିତ ମାମଲାରେ (Violent Cases) ହ୍ରାସ ଘଟିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଅର୍ଥନୈତିକ ପରାମର୍ଶଦାତା ପରିଷଦ (Economic Advisory Council to the Prime Minister) ସଦସ୍ୟ ପ୍ରଫେସର ଶାମିକା ରବି (Professor Shamika Ravi) ଏହି ସୂଚନା ନିଜ ଟ୍ୱିଟ ମାଧ୍ୟମରେ ସେୟାର କରିଛନ୍ତି।

ପ୍ରଫେସର ଶାମିକା ରବି ତାଙ୍କ ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ ଗତ ୨୦୧୪ ବର୍ଷରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ହିଂସା ଏବଂ ଦଙ୍ଗା ଘଟଣାରେ କ୍ରମାଗତ ହ୍ରାସ ଘଟିଛି। ଏନସିଆରବି ତଥ୍ୟ ଅନୁଯାୟୀ ଗତ ୨୦୨୧ ବର୍ଷରେ ଭାରତରେ ସର୍ବନିମ୍ନ ଦଙ୍ଗା (Communal Riots in India) ହୋଇଥିଲା।

ଯଦି ଏନସିଆରବି ତଥ୍ୟ ଉପରେ ନଜର ପକାଯାଏ ୧୯୮୦ ମସିହାରୁ ୧୯୯୦ ମଧ୍ୟରେ ଦେଶରେ ସର୍ବାଧିକ ଦଙ୍ଗା (NCRB Data on Communal Riots) ହୋଇଥିବାର ରେକର୍ଡ କରାଯାଇଛି। ଏହା ଏପରି ଏକ ସମୟ ଥିଲା ଯେତେବେଳେ ହିଂସାକାଣ୍ଡ ଘଟଣା ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଏନସିଆରବି ତଥ୍ୟ ଅନୁଯାୟୀ ୧୯୮୧ ମସିହାରେ ସର୍ବାଧିକ ହିଂସାକାଣ୍ଡ ଜନିତ ଘଟଣା ଘଟିଥିଲା। ସେହି ବର୍ଷ ପ୍ରାୟ ୧ ଲକ୍ଷ ୧୦ ହଜାର ୩୬୧ ହିଂସାକାଣ୍ଡ ହୋଇଥିବାର ଜଣାପଡ଼ିଛି। 

ସେହିପରି ୧୯୯୦ ଦଶକରୁ ୨୦୦୦ ମସିହା ମଧ୍ୟରେ ଏହି ସଂଖ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହୋଇଥିଲା। ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଦେଶରେ ଦଙ୍ଗା ସଂଖ୍ୟା ସମ୍ପୂର୍ଣ୍ଣ ଭାବରେ ହ୍ରାସ ପାଇଥିଲା। ଏହି ସମୟରେ ଭାରତୀୟ ଜନତା ପାର୍ଟି (BJP Govt) କ୍ଷମତାରେ ଥିଲା ଏବଂ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ (Atal Bihari Vajpayee) ରହିଥିଲେ।

ହେଲେ ୨୦୦୪ ମସିହାରେ ଦେଶରେ କ୍ଷମତା ପରିବର୍ତ୍ତନ ହୋଇଥିଲା ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିଥିଲା। ୨୦୦୪ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଡକ୍ଟର ମନମୋହନ ସିଂହ (Dr Manmohan Singh) ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ମନମୋହନ ସିଂହଙ୍କ କାର୍ଯ୍ୟକାଳ ସମୟରେ ଦେଶରେ ଦଙ୍ଗା ସଂଖ୍ୟା ବୃଦ୍ଧି ପାଇଥିଲା। ହେଲେ ୨୦୧୪ ବର୍ଷରେ ପୁନର୍ବାର କେନ୍ଦ୍ରରେ ବିଜେପି ସରକାର ଗଠିତ ହେବା ସହ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ। ଯାହା ପର ଠାରୁ ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସଂଖ୍ୟା ପୁଣି ହ୍ରାସ ପାଇଥିବାର ଜଣାପଡ଼ିଛି।