Coal Scam Case: ପାର୍ବଣ ପୂର୍ବରୁ ମମତାଙ୍କୁ ପୁଣି ଝଟକା ଦେଲା ED, ପୁତୁରାକୁ କଲା ସମନ
Advertisement
Article Detail0/zeeodisha/odisha1326659

Coal Scam Case: ପାର୍ବଣ ପୂର୍ବରୁ ମମତାଙ୍କୁ ପୁଣି ଝଟକା ଦେଲା ED, ପୁତୁରାକୁ କଲା ସମନ

ED summons Abhishek Banerjee: ସିବିଆଇ ଦ୍ୱାରା ନଭେମ୍ବର ୨୦୨୦ ରେ ପଞ୍ଜିକୃତ ହୋଇଥିବା FIR କୁ ଆଧାର କରି, PMLA ର ବ୍ୟବସ୍ଥା ଅନୁଯାୟୀ ଇଡି ଏକ ମାମଲା ରୁଜୁ କରିଥିଲା ​​। ଏହି ସମୟରେ ଇଡି ଦାବି କରିଥିଲା ଯେ ସାଂସଦ ଅଭିଷେକ ବାନାର୍ଜୀ (Abhishek Banerjee) ଏହି ବେଆଇନ ବ୍ୟବସାୟରୁ ଅନେକ ଟଙ୍କା ଠୁଳ କରିଛନ୍ତି ।

ପ୍ରତୀକାତ୍ମକ ଛବି

Coal Scam Case: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ପୁତୁରା ତଥା ତୃଣମୂଳ କଂଗ୍ରେସ (Trinamool Congress) ନେତା ଅଭିଷେକ ବାନାର୍ଜୀଙ୍କୁ (Abhishek Banerjee) ଇଡି ପୁଣିଥରେ ସମନ ପଠାଇଛି । ଖବର ଅନୁଯାୟୀ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (Central Investigation Agency) କୋଇଲା ଘୋଟଲା (Coal Scam) ମାମଲାରେ ତାଙ୍କୁ ୨ ସେପ୍ଟେମ୍ବରରେ ପଚରାଉଚରା ପାଇଁସମନ ପଠାଇଛି । ସେ ପଶ୍ଚିମବଙ୍ଗ ରାଜଧାନୀ କୋଲକାତା (Kolkata) ଅଫିସରେ ହାଜର ହୋଇପାରନ୍ତି । ବିଶେଷ କଥା ହେଉଛି ବେଙ୍ଗଲର ଉଭୟ ନେତା ମଙ୍ଗଳବାର ଦିନ କେନ୍ଦ୍ରୀୟ ଏଜେନ୍ସି କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏହି ସନ୍ଦର୍ଭରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଷେକଙ୍କୁ ପୂର୍ବରୁ ମାର୍ଚ୍ଚ ମାସରେ ପଚରାଉଚୁରା କରିସାରିଛି । ଏହି ମାମଲାରେ ପଶ୍ଚିମବଙ୍ଗର କିଛି ଆଇପିଏସ୍ ଅଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ଏଥି ସହିତ ଟିଏମସି ଯୁବ ନେତା ବିନୟ ମିଶ୍ର ଓ ସ୍ଥାନୀୟ କୋଇଲା ଅପରେଟର ଅନୁପ ମଞ୍ଜୀ ଏହି ଘୋଟାଲାର ମୁଖ୍ୟ ଅଭିଯୁକ୍ତ । ସେ ଅଭିଷେକଙ୍କ ନିକଟବର୍ତ୍ତୀ ବୋଲି ଜଣାପଡିଛି । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (CBI) ଏହା ପୂର୍ବରୁ କୋଇଲା ସ୍କାମରେ ତଦନ୍ତ ଆରମ୍ଭ କରିଥିଲା । ଏକାସାଙ୍ଗରେ ଇଡି ଯାଞ୍ଚ ମଧ୍ୟ ସମାନ ମାମଲାରେ ଚାଲିଛି ।

ନଭେମ୍ବର ୨୦୨୦ ରେ, ସିବିଆଇ ଏକ ମାମଲା ରୁଜୁ କରିଥିଲା ଓ ଅଭିଯୋଗ କରିଥିଲା ​​ଯେ ବେଆଇନ ଭାବେ ଖଣି ଖନନ ହୋଇଥିବା କୋଇଲା ବର୍ଷ ବର୍ଷ ଧରି କଳା ବଜାରରେ ବିକ୍ରି ହେଉଛି । ଯାଞ୍ଚକାରୀ ସଂସ୍ଥା ଅଭିଯୋଗ କରିଛି ଯେ ପଶ୍ଚିମବଙ୍ଗର ପଶ୍ଚିମ ଭାଗରେ କାର୍ଯ୍ୟ କରୁଥିବା ଏକ ରାକେଟ୍ ସାହାଯ୍ୟରେ ଏହି କାର୍ଯ୍ୟ ଚାଲିଛି, ଯେଉଁଠାରେ ଇଷ୍ଟର୍ନ କୋଲଫିଲ୍ଡସ୍ ଲିମିଟେଡ୍ ଅନେକ ଖଣି ଖନନ ଚଳାଇଥାଏ ।

୨୧ ଫେବୃଆରୀ ୨୦୨୧ ରେ, ସିବିଆଇ ଟିମ୍ ଅଭିଷେକଙ୍କ ବାସଭବନରେ ପହଞ୍ଚି ତାଙ୍କ ପତ୍ନୀ ରୁଜିରା ଓ ସମ୍ପର୍କୀୟ ମନେକା ଗମ୍ଭୀରଙ୍କୁ ସମନ ପଠାଇଥିଲେ । ନଭେମ୍ବର ୨୦୨୦ ରେ ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବା FIR ଉପରେ ଆଧାର କରି, PMLA ର ବ୍ୟବସ୍ଥା ଅନୁଯାୟୀ ଇଡି ଏକ ମାମଲା ରୁଜୁ କରିଥିଲା ​​। ସାଂସଦ ଏହି ବେଆଇନ ବ୍ୟବସାୟରୁ ଟଙ୍କା ଉଠାଇଛନ୍ତି ବୋଲି ଇଡି ଦାବି କରିଛି ।

ସୋମବାର ଏକ କାର୍ଯ୍ୟକ୍ରମ ସମୟରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଟାର୍ଗେଟ କରି କେନ୍ଦ୍ରୀୟ ଏଜେନ୍ସିମାନେ ତାଙ୍କ ପୁତୁରା ଓ ଅନ୍ୟ ଦଳର ନେତାଙ୍କୁ ସମନ କରି ପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଥିଲେ । ଅଭିଷେକ ଟିଏମସି ପାର୍ଟିର ଦୁଇ ନମ୍ବର ନେତା ଭାବେ ବିବେଚିତ ହୋଇଥାନ୍ତି । ଏହି ମାମଲାରେ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।

ଏହା ବି ପଢ଼ନ୍ତୁ: ଅକ୍ଟୋବର ୧ରୁ ବଦଳିଯିବ ବ୍ୟାଙ୍କିଙ୍ଗ ସହ ଜଡିତ ବଡ଼ ନିୟମ, ଗ୍ରାହକଙ୍କୁ କରିବ ପ୍ରଭାବିତ