କିଙ୍ଗ ଜୋଙ୍ଗ ଉନଙ୍କ ଅପେକ୍ଷା ଅଧିକ ଖତରନାକ 'ଏକଛତ୍ରବାଦୀ' ସି ଜିନପିଙ୍ଗ, ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଦେଉଛନ୍ତି ମୃତ୍ୟୁ ଦଣ୍ଡ, ଜାଣନ୍ତୁ କ'ଣ ରହିଛି କାରଣ
Advertisement

କିଙ୍ଗ ଜୋଙ୍ଗ ଉନଙ୍କ ଅପେକ୍ଷା ଅଧିକ ଖତରନାକ 'ଏକଛତ୍ରବାଦୀ' ସି ଜିନପିଙ୍ଗ, ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଦେଉଛନ୍ତି ମୃତ୍ୟୁ ଦଣ୍ଡ, ଜାଣନ୍ତୁ କ'ଣ ରହିଛି କାରଣ

Xi Jinping: ସ୍ଥାନୀୟ ଗଣମାଧ୍ୟମ କହିଛି ଯେ, ସୁନଙ୍କ ଦଣ୍ଡାଦେଶ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ପାଞ୍ଚ ଜଣ ପୂର୍ବତନ ପୋଲିସ ମୁଖ୍ୟ ଏହି ସପ୍ତାହରେ ଜେଲରେ ଯାଇଛନ୍ତି । ସୁନ ଲୁଜନଙ୍କ ମୃତ୍ୟୁ ଦଣ୍ଡର ନିଷ୍ପତ୍ତିକୁ ନେଇ ଦୁଇ ବର୍ଷର ପ୍ରକ୍ରିୟା ଚାଲିବ । ଶୁକ୍ରବାର ଦିନ କୋର୍ଟ କହିଛି ଯେ, ଏହା ପ୍ରମାଣିତ ହୋଇଛି ଯେ ସୁନ ୨୦୦୧ରୁ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ପଦବୀର ଲାଭ ଉଠାଇ ମୋଟ ୯୨.୩୦ ମିଲିୟନ ଡଲାରରୁ ଅଧିକ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ପ୍ରାପ୍ତ କରିଛନ୍ତି ।

କିଙ୍ଗ ଜୋଙ୍ଗ ଉନଙ୍କ ଅପେକ୍ଷା ଅଧିକ ଖତରନାକ 'ଏକଛତ୍ରବାଦୀ' ସି ଜିନପିଙ୍ଗ, ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଦେଉଛନ୍ତି ମୃତ୍ୟୁ ଦଣ୍ଡ, ଜାଣନ୍ତୁ କ'ଣ ରହିଛି କାରଣ

ବେଜିଂ: Xi Jinping: ଚୀନରେ ଚଳିତ ସପ୍ତାହରେ ଦୁଇ ପୂର୍ବତନ ମନ୍ତ୍ରୀଙ୍କୁ ମୃତ୍ୟୁ ଦଣ୍ଡ ଓ ୪ ଶୀର୍ଷ ଅଧିକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ସହ ଜଡିତ ଥିବା ସମସ୍ତେ ଏକ 'ରାଜନୈତିକ ଗୋଷ୍ଠୀ'ର ଅଂଶ ଥିଲେ । ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟିର (Communist Party of China) ୨୦ତମ ଜାତୀୟ କଂଗ୍ରେସ ପୂର୍ବରୁ ରାଷ୍ଟ୍ରପତି (Chinese President) ସି ଜିନପିଙ୍ଗ (Xi Jinping) ଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଚାଲିଛି । ଚୀନରେ ଏହି ଅଧିକାରୀ ତଥା ପୂର୍ବତନ ମନ୍ତ୍ରୀମାନେ ଜିନପିଙ୍ଗଙ୍କ ବିରୋଧରେ ଯାଇଥିବାରୁ ଦଣ୍ଡିତ ହୋଇଛନ୍ତି । ଏହା ଚୀନ ରାଷ୍ଟ୍ରପତିଙ୍କ ଏକଛତ୍ରବାଦୀ ମନୋଭାବକୁ ଦର୍ଶାଉଛି ଯିଏ ଆଗାମୀ କଂଗ୍ରେସରେ ରାଷ୍ଟ୍ରପତି ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇପାରନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ଚୀନର ପୂର୍ବତନ ପବ୍ଲିକ ସିକ୍ୟୁରିଟି ମନ୍ତ୍ରୀ ସୁନ ଲିଜୁନ (Sun Lijun) ଙ୍କୁ ଶୁକ୍ରବାର ଲାଞ୍ଚ, ଶେୟାର ବଜାରରେ କାରବାର ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା କାରଣରୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଲିଜୁନ୍ ଏକ 'ରାଜନୈତିକ ଗୋଷ୍ଠୀ'ର ନେତୃତ୍ୱ ନେଇଥିବା ଓ ଜିନପିଙ୍ଗଙ୍କୁ ବିରୋଧ କରୁଥିବା ଅଭିଯୋଗ ହୋଇଥିଲା । ଚୀନର ଜାତୀୟ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ସୁନଙ୍କୁ ସାରା ଜୀବନ ପାଇଁ ରାଜନୈତିକ ଅଧିକାରରୁ ବଞ୍ଚିତ କରାଯାଇଥିଲା ଓ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଜବତ କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ କହିଛି ଯେ, ସୁନଙ୍କ ଦଣ୍ଡାଦେଶ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ପାଞ୍ଚ ଜଣ ପୂର୍ବତନ ପୋଲିସ ମୁଖ୍ୟ ଏହି ସପ୍ତାହରେ ଜେଲରେ ଯାଇଛନ୍ତି । 

ଅଧିକ ପଢ଼ନ୍ତୁ:-ଋଷ ପାଇଁ ଭାରତ ଠାରୁ ପ୍ରତିଶୋଧ ନେବାକୁ ଆମେରିକା ପାକିସ୍ତାନ ପାଇଁ ନେଲା ଏହି ବଡ଼ ପଦକ୍ଷେପ!

ସୁନ ଲୁଜନଙ୍କ ମୃତ୍ୟୁ ଦଣ୍ଡର ନିଷ୍ପତ୍ତିକୁ ନେଇ ଦୁଇ ବର୍ଷର ପ୍ରକ୍ରିୟା ଚାଲିବ । ଶୁକ୍ରବାର ଦିନ କୋର୍ଟ କହିଛି ଯେ, ଏହା ପ୍ରମାଣିତ ହୋଇଛି ଯେ ସୁନ ୨୦୦୧ରୁ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ପଦବୀର ଲାଭ ଉଠାଇ ମୋଟ ୯୨.୩୦ ମିଲିୟନ ଡଲାରରୁ ଅଧିକ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ପ୍ରାପ୍ତ କରିଛନ୍ତି । ଏହାପୂର୍ବରୁ ଚୀନରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଦୁର୍ନୀତି ଓ କାର୍ଯ୍ୟାଳୟର ଅପବ୍ୟବହାର ଅଭିଯୋଗରେ କୋର୍ଟ ଦଣ୍ଡିତ କରିଥିଲେ । ଗୁରୁବାର ଉକ୍ତ କୋର୍ଟ ଜଣେ ବରିଷ୍ଠ ପୂର୍ବତନ ନ୍ୟାୟ ମନ୍ତ୍ରୀ ଫୁ ଜେଙ୍ଗୁଆଙ୍କ ସମେତ ଦୁଇଜଣ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ତେବେ ଏହାର କାର୍ଯ୍ୟକାରିତା ଉପରେ ଦୁଇ ବର୍ଷର ପ୍ରକ୍ରିୟା ଚାଲିବ । ଏହାର କିଛି ଘଣ୍ଟା ପରେ ଜିଆଙ୍ଗସୁ ଅଧିକାରୀ ୱାଙ୍ଗ ଲାଇକଙ୍କୁ କୋର୍ଟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି । ସେ ଜିଆଙ୍ଗସୁ ପ୍ରାଦେଶିକ କମିଟି କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି) ର ପୂର୍ବତନ ସଦସ୍ୟ ଅଟନ୍ତି ।