ଆମେରିକା, ତାଇୱାନକୁ ନେଇ ଆକ୍ସନ ମୁଡ଼ରେ ଚୀନ୍; ନେଲା ଏହି ବଡ଼ ନିଷ୍ପତ୍ତି
Advertisement

ଆମେରିକା, ତାଇୱାନକୁ ନେଇ ଆକ୍ସନ ମୁଡ଼ରେ ଚୀନ୍; ନେଲା ଏହି ବଡ଼ ନିଷ୍ପତ୍ତି

America-China-Taiwan Crisis: ୟୁରୋପୀୟ ୟୁନିଅନରେ ସାମିଲ ଥିବା ୭ ଟି ଦେଶର ରାଷ୍ଟ୍ରଦୂତଙ୍କୁ ଡକାଇ ଚୀନ୍ ଏହାକୁ ବିରୋଧ କରିଛି । ଏହି ଦେଶଗୁଡିକ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ଯେ ତାଇୱାନ ସୀମାରେ ଚୀନ୍‌ର ସାମରିକ ଅଭ୍ୟାସ ଭୁଲ ଓ ଏହାକୁ ବନ୍ଦ କରାଯିବା ଉଚିତ ।

ସାଙ୍କେତିକ ଫଟୋ

US-China-Taiwan Crisis: ଆମେରିକା (America) ସଂସଦର ବାଚସ୍ପତି ନାନସୀ ପେଲୋସିଙ୍କ (Nancy Pelosi) ତାଇୱାନ ଗସ୍ତକୁ ନେଇ ଚୀନ୍‌ର (China) କ୍ରୋଧ ବଢ଼ିବାରେ ଲାଗିଛି । ଆମେରିକାରେ (America) ଉପରେ ରାଗକୁ ନେଇ ଚୀନ୍ ବର୍ତ୍ତମାନ ୟୁରୋପୀୟ ୟୁନିଅନର (European Union) ଦେଶମାନଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛି । ୟୁରୋପୀୟ ୟୁନିଅନରେ ସାମିଲ ଥିବା ୭ ଟି ଦେଶର ରାଷ୍ଟ୍ରଦୂତଙ୍କୁ ଡକାଇ ଚୀନ୍ ଏହାକୁ ବିରୋଧ କରିଛି । ଏହି ଦେଶଗୁଡିକ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ଯେ ତାଇୱାନ ସୀମାରେ ଚୀନ୍‌ର ସାମରିକ ଅଭ୍ୟାସ ଭୁଲ ଓ ଏହାକୁ ବନ୍ଦ କରାଯିବା ଉଚିତ । ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (Ministry of Foreign Affairs) ପକ୍ଷରୁ କୁହାଯାଇଛି ଯେ ଡେପୁଟି ମନ୍ତ୍ରୀ ଡେଙ୍ଗ ଲି ଏହାକୁ ବିରୋଧ କରିଛନ୍ତି ଓ ୟୁରୋପୀୟ ଦେଶମାନଙ୍କୁ କହିଛନ୍ତି ଯେ ସେମାନଙ୍କ ତରଫରୁ ବୟାନ ପ୍ରଦାନ କରିବା ଆମର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ଅଟେ । ଏହାକୁ ଆଦୌ ଗ୍ରହଣ କରାଯାଇପାରିବ ନାହିଁ ୟୁରୋପୀୟ ୟୁନିଅନରେ ସାମିଲ ଥିବା ୭ ଟି ଦେଶର ରାଷ୍ଟ୍ରଦୂତଙ୍କୁ ଡକାଇ ଚୀନ୍ ଏହାକୁ ବିରୋଧ କରିଛି । ଏହି ଦେଶଗୁଡିକ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ଯେ ତାଇୱାନ ସୀମାରେ ଚୀନ୍‌ର ସାମରିକ ଅଭ୍ୟାସ ଭୁଲ ଓ ଏହାକୁ ବନ୍ଦ କରାଯିବା ଉଚିତ ।

ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତକୁ ବିରୋଧ କରି ଚୀନ୍ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ତାଇୱାନ ଗଲ୍ଫରେ ନିଜ ପାର୍ଶ୍ୱରୁ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ତାଇୱାନ ସୀମାନ୍ତରେ ବଡ଼ ଆକାରର ଜାହାଜ ନିୟୋଜିତ ମଧ୍ୟ କରିଛି ଓ ଯୁଦ୍ଧ ବିମାନ ମଧ୍ୟ ଆକାଶରେ ଉଡାଉଛି । ଚୀନ୍ ତାଇୱାନକୁ ଏହାର ଅଂଶ ଭାବରେ ବିଚାର କରୁଛି ଓ କହିଛି ଯେ ଆବଶ୍ୟକ ହେଲେ ଏହା ସାମରିକ ଅଭିଯାନ ମାଧ୍ୟମରେ ମଧ୍ୟ ଏହାକୁ ସଂଲଗ୍ନ କରିପାରିବ । କେତେକ ଚାଇନାର ଯୁଦ୍ଧ ବିମାନ ମଧ୍ୟ ତାଇୱାନର ଆକାଶକୁ ଅତିକ୍ରମ କରିଛନ୍ତି । ଏହା ବ୍ୟତୀତ ଜାହାଜରେ ଥିବା ଚୀନ୍ ସୌନିକମାନେ ଟେକ୍ ବ୍ୟାକ୍ ତାଇୱାନର ସ୍ଲୋଗାନ ଦେଉଥିବାର ନଜର ଆସିଛନ୍ତି ।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚୀନ୍ ଏହାର ନିକଟବର୍ତ୍ତୀ ଅଂଚଳରେ ସାମରିକ ଜାହାଜ ପଠାଇଛି । ବଫର ଜୋନ୍ ପାର ହେବା ପାଇଁ ଚାଇନାର ଜାହାଜ ଦ୍ୱାରା ମଧ୍ୟ ଉଦ୍ୟମ କରାଯାଇଛି । ଦଶନ୍ଧି ପରେ ତାଇୱାନ ଓ ଚୀନ୍ ମଧ୍ୟରେ ଏଭଳି ଉତ୍ତେଜନା ଦେଖାଦେଇଛି । କେବଳ ଏତିକି ନୁହେଁ ଜାପାନ ପର୍ଯ୍ୟନ୍ତ ଚୀନ୍‌ର ଆକ୍ରୋଶର ପ୍ରଭାବ ଦେଖିବାକୁ ମିଳୁଛି । ଜାପାନର ହାଟେରୁମାସ୍ଥିତ ଅର୍ଥନୈତିକ ଅଞ୍ଚଳରେ ଚାଇନାର କେତେକ କ୍ଷେପଣାସ୍ତ୍ର ପଡିଛି । ଜାପାନ ଏହାକୁ ବିରୋଧ କରି କହିଛି ଯେ ଏହା ଏହାର ସୁରକ୍ଷା ପାଇଁ ଗୁରୁତର ବିପଦ । କହିରଖୁଛୁ ଯେ ତାଇୱାନ ସହିତ ଭଲ ସମ୍ପର୍କ ଥିବା ଦେଶମାନଙ୍କ ମଧ୍ୟରୁ ଜାପାନ ମଧ୍ୟ ଅନ୍ୟତମ ।

ଏହି ସମୟରେ ଚାଇନାକୁ ପୁଣି ଥରେ ନାନସୀ ପେଲୋସି ଚ୍ୟାଲେଞ୍ଜ କରିଛନ୍ତି । ଭବିଷ୍ୟତରେ ଆମେରିକୀୟମାନେ ମଧ୍ୟ ତାଇୱାନ ଯିବେ ଓ ଯଦି ଚୀନ୍ ପାରିବ ତେବେ ସେମାନଙ୍କୁ ଅଟକାଇ ଦେଖାଉ ବୋଲି ସେ କହିଛନ୍ତି । ବର୍ତ୍ତମାନର ପରିସ୍ଥିତି ଉପରେ ବୟାନ ଦେଇ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା କହିଛନ୍ତି ଯେ ଚୀନ୍‌ର ଆକ୍ରମଣାତ୍ମକ ସାମରିକ ଅଭ୍ୟାସ ଏକ ଚିନ୍ତାର ବିଷୟ ଓ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି ।

ଏହା ବି ପଢ଼ନ୍ତୁ: ମୋଦି ସରକାର ଉପରେ ରାହୁଲ ଗାନ୍ଧୀଙ୍କ କଡ଼ା ପ୍ରହାର, କହିଲେ- ପ୍ରତିଦିନ ହେଉଛି ଗଣତନ୍ତ୍ରର ହତ୍ୟା