Arvind Kejriwal: ଆସନ୍ତାକାଲି ଆତ୍ମସମର୍ପଣ କରିବେ କେଜ୍ରିୱାଲ, ସାମ୍ୱାଦିକ ସମ୍ମିଳନୀରେ ଦେଲେ ଏଭଳି ରୋଚକ ସୂଚନା
Advertisement
Article Detail0/zeeodisha/odisha2272750

Arvind Kejriwal: ଆସନ୍ତାକାଲି ଆତ୍ମସମର୍ପଣ କରିବେ କେଜ୍ରିୱାଲ, ସାମ୍ୱାଦିକ ସମ୍ମିଳନୀରେ ଦେଲେ ଏଭଳି ରୋଚକ ସୂଚନା

ଏଭଳି ସ୍ଥିତିରେ କିଡ୍‌ନୀ ଓ କର୍କଟ ଭଳି ମେଡିକାଲ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଡାକ୍ତରମାନେ ତାଙ୍କ ପିଇଟି ସ୍କାନ ଠାରୁ ଆରମ୍ଭ କରି ଅନ୍ୟ ପରୀକ୍ଷା ସବୁ କରିବାକୁ କହିଛନ୍ତି।

Arvind Kejriwal: ଆସନ୍ତାକାଲି ଆତ୍ମସମର୍ପଣ କରିବେ କେଜ୍ରିୱାଲ, ସାମ୍ୱାଦିକ ସମ୍ମିଳନୀରେ ଦେଲେ ଏଭଳି ରୋଚକ ସୂଚନା

Arvind Kejriwal: ନୂଆଦିଲ୍ଲୀ (ଦେବବ୍ରତ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨ତାରିଖରେ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଅନ୍ତରୀଣ ଜାମିନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବେଶ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଶ୍ରୀ କେଜ୍ରିୱାଲ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ। ତାଙ୍କ ଶରୀରରେ ଅତି ଗୁରୁତର ରୋଗ ରହିଥିବା ଡାକ୍ତରମାନେ ତାଙ୍କୁ କହିଥିବା ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। 

ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦେଶକୁ ଏକଛତ୍ରବାଦରୁ ରକ୍ଷା କରିବା ପାଇଁ ସେ ଜେଲ୍ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଜାଣିନାହାନ୍ତି ସେ କେତେଦିନ ଜେଲରେ ରହିବେ, କିନ୍ତୁ ତାଙ୍କ ମନୋବଳ ସୁଦୃଢ଼ ଅଛି ବୋଲି ମତ ଦେଇଛନ୍ତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରି ସେ କହିଛନ୍ତି ଯେ, ସେମାନେ ମୋତେ ଭାଙ୍ଗିବାକୁ ଓ ନିରବ କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଜେଲରେ ଥିବା ବେଳେ ସେମାନେ ତାଙ୍କୁ ବହୁ ନିର୍ଯାତନା ଦେଇଛନ୍ତି। ମୁଁ ଜାଣେନି ଏ ଲୋକମାନେ ପ୍ରକୃତରେ କଣ ଚାହାଁନ୍ତି ଓ କାହିଁକି ସେମାନେ ମୋ ମେଡିସିନ ବନ୍ଦ କରିଦେଲେ। 

କେଜ୍ରିୱାଲ ଆହୁରି ବର୍ଷିଛନ୍ତି ଯେ, ମୁଁ ଜେଲ୍ ଯିବା ବେଳେ ମୋର ଓଜନ ୭୦କିଲୋ ଥିଲା, ଏବେ ୬୪କିଲୋ ଅଛି। ଜେଲ୍ ରୁ ବାହାରିବା ପରେ ମଧ୍ୟ ଓଜନ ବଢ଼ୁ ନାହିଁ। ଫଳରେ ଡାକ୍ତରମାନେ କହୁଛନ୍ତି ଏହା ଶରୀରରେ କୌଣସି ସାଙ୍ଘାତିକ ରୋଗର ଲକ୍ଷଣ। ଏଥିପାଇଁ ଅନେକ ପ୍ରକାର ଟେଷ୍ଟ କରିବାକୁ ପଡ଼ିବ। କୋର୍ଟ ମୋତେ ୨୧ ଦିନ ଜାମିନ୍ ଦେଲେ, ଆସନ୍ତାକାଲି ଅପରାହ୍ନରେ ଘର ଛାଡ଼ି ଜେଲ୍ ଯିବି। ନିଜର ବୃଦ୍ଧ ବାପାମା’ଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ କେଜ୍ରିୱାଲ ଭାବବିହ୍ୱଳ ହୋଇ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ମୋ ବାପା ମା’ ବେଶ ବୃଦ୍ଧ। ଯଦି ଆପଣମାନେ ମୋ ମା’ ଙ୍କ ପାଇଁ ସବୁଦିନ ପ୍ରାର୍ଥନା କରିବେ, ତା ହେଲେ ନିଶ୍ଚିତ ଭାବେ ସେ ସୁସ୍ଥ ରହିବେ। ଯାହାକୁ ନେଇ ଜେଲରେ ବହୁତ ଚିନ୍ତାରେ ରହିବି ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ମନ୍ତ୍ରୀ ଆତିଶୀ କହିଛନ୍ତି, ଯେତେବେଳେ କେଜ୍ରିୱାଲ ଇଡି ଓ ବିଚାର ବିଭାଗୀୟ ହାଜତରେ ଥିଲେ ସେତେବେଳେ ୭ କେଜି ଓଜନ ହରାଇଥିଲା। ହଠାତ୍‌ ଓଜନ ହ୍ରାସକୁ ନେଇ ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି। ସେ ଜାମିନରୁ ମୁକୁଳିଥିଲେ ହେଁ ଓଜନ ବୃଦ୍ଧି କରି ପାରି ନାହାନ୍ତି। ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କର କେଟୋନ ସ୍ତର ଅତ୍ୟଧିକ ବଢ଼ିଯାଇଛି। ଏଭଳି ସ୍ଥିତିରେ କିଡ୍‌ନୀ ଓ କର୍କଟ ଭଳି ମେଡିକାଲ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଡାକ୍ତରମାନେ ତାଙ୍କ ପିଇଟି ସ୍କାନ ଠାରୁ ଆରମ୍ଭ କରି ଅନ୍ୟ ପରୀକ୍ଷା ସବୁ କରିବାକୁ କହିଛନ୍ତି।