Reservation in India: କେନ୍ଦ୍ର ସରକାରଙ୍କ ସତ୍ୟପାଠ, ଇସଲାମ-ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଦଳିତଙ୍କୁ ମିଳିପାରିବ ନାହିଁ ଅନୁସୂଚିତ ଜାତିର ମାନ୍ୟତା
Advertisement
Article Detail0/zeeodisha/odisha1434953

Reservation in India: କେନ୍ଦ୍ର ସରକାରଙ୍କ ସତ୍ୟପାଠ, ଇସଲାମ-ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଦଳିତଙ୍କୁ ମିଳିପାରିବ ନାହିଁ ଅନୁସୂଚିତ ଜାତିର ମାନ୍ୟତା

Reservation case in Supreme Court: ଧର୍ମ ପରିବର୍ତ୍ତନ କରିଥିବା ଦଳିତଙ୍କୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ସତ୍ୟପାଠରେ ରାଷ୍ଟ୍ରୀୟ ଧାର୍ମିକ ତଥା ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟ ଆୟୋଗର ନୋଟ ବାବଦରେ ଦର୍ଶାଯାଇଛି। ଯେଉଁଥିରେ କୁହାଯାଉଛି ଖ୍ରୀଷ୍ଟିଆନ ତଥା ଇସଲାମ ଧର୍ମରେ ଜାତି ବ୍ୟବସ୍ଥା ଏତେ ମାତ୍ରାରେ ପ୍ରାଧାନ୍ୟ ବିସ୍ତାର କରିନାହିଁ।

Reservation in India: କେନ୍ଦ୍ର ସରକାରଙ୍କ ସତ୍ୟପାଠ, ଇସଲାମ-ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଦଳିତଙ୍କୁ ମିଳିପାରିବ ନାହିଁ ଅନୁସୂଚିତ ଜାତିର ମାନ୍ୟତା

Reservation for Converted Dalits: ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଦଳିତଙ୍କୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଏହି ମାମଲାରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ସୁପ୍ରିମକୋର୍ଟ ଠାରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଖ୍ରୀଷ୍ଟିଆନ ଏବଂ ଇସଲାମ ସମ୍ପ୍ରଦାୟରେ ଜାତି ଭିତ୍ତିକ ଛୁଆଁ ଅଛୁଆଁ ନାହିଁ। ରଙ୍ଗନାଥ ଆୟୋଗ ତୃଣମୂଳସ୍ତରର ବାସ୍ତବତାକୁ ଅଧ୍ୟୟନ ନକରି ଧର୍ମ ପରିବର୍ତ୍ତନ କରିଥିବା ସମସ୍ତ ଦଳିତଙ୍କୁ ଅନୁସୂଚିତ ଜାତି ମାନ୍ୟତା ଦେବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ସରକାର ସେହି ପ୍ରସ୍ତାବକୁ ଗ୍ରହଣ କରୁନାହାଁନ୍ତି।

ସତ୍ୟପାଠରେ ରାଷ୍ଟ୍ରୀୟ ଧାର୍ମିକ ତଥା ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟ ଆୟୋଗର ନୋଟ ବାବଦରେ ଦର୍ଶାଯାଇଛି। ଯେଉଁଥିରେ କୁହାଯାଉଛି ଖ୍ରୀଷ୍ଟିଆନ ତଥା ଇସଲାମ ଧର୍ମରେ ଜାତି ବ୍ୟବସ୍ଥା ଏତେ ମାତ୍ରାରେ ପ୍ରାଧାନ୍ୟ ବିସ୍ତାର କରିନାହିଁ। କାରଣ ଖ୍ରୀଷ୍ଟିଆନ ଏବଂ ଇସଲାମ ହେଉଛି ମୂଳତଃ ବିଦେଶୀ ଧର୍ମ। ଯଦି ଏହି ବିଦେଶୀ ଧର୍ମକୁ ସ୍ୱୀକାର କରିଥିବା ଦଳିତଙ୍କୁ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ କରାଯାଏ, ତାହେଲେ ସେହି ଧର୍ମରେ ଜାତି ବ୍ୟବସ୍ଥା ସୃଷ୍ଟି ହେବ।

Also Read: EWS Reservation: ସଂରକ୍ଷଣ ପ୍ରସଙ୍ଗରେ କୋର୍ଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଉଦିତ ରାଜ, କହିଲେ..

କେନ୍ଦ୍ର ସରକାର କହିଛନ୍ତି ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୂର୍ବତନ ପ୍ରଧାନ ବିଚାରପତି କେ.ଜି ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ମଧ୍ୟ ଗଠନ କରାଯାଇଛି। ଯାହା ଧର୍ମ ପରିବର୍ତ୍ତନ କରିଥିବା ଦଳିତଙ୍କୁ ଅନୁସୂଚିତ ଜାତିର ମାନତ୍ୟ ପ୍ରଦାନ କରିବା ଉପରେ ବିଚାର କରିବ। ବର୍ତ୍ତମାନ କେବଳ ହିନ୍ଦୁ, ଶିଖ, ବୌଦ୍ଧ ଧର୍ମର ଦଳିତ ଅନୁସୂଚିତ ଜାତିର ମାନ୍ୟତା ପାଇଛନ୍ତି ଏବଂ ଜାତିଭିତ୍ତିକ ଆରକ୍ଷଣ ସୁବିଧା ମିଳୁଛି। ହେଲେ ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁଥିବା ଦଳିତ, ଅନୁସୂଚିତ ଜାତିର ମାନ୍ୟତା ପାଇନାହାଁନ୍ତି। ଏହି ସଂରକ୍ଷଣ  ଭାରତୀୟ ସମ୍ବିଧାନର ୧୯୫୦ ଆଦେଶ ଅନୁଯାୟୀ ଏହି ସଂରକ୍ଷଣ ପ୍ରଦାନ କରାଯାଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ପିଟିସନ ଜରିଆରେ ଏହାକୁ ଚ୍ୟାଲେଞ୍ଜ କରାଯାଇଛି।

Also Read: ଧର୍ମ ପରିବର୍ତ୍ତନ କରିଥିବା ଦଳିତଙ୍କୁ ମିଳିବନି ଜାତିଗତ ଆରକ୍ଷଣ ସୁବିଧା!

ଜାତିଗତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପୂର୍ବରୁ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ପୂର୍ବତନ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଖ୍ରୀଷ୍ଟିଆନ କିମ୍ବା ମୁସଲିମ ଧର୍ମ ଗ୍ରହଣ କରିଥିବା ଲୋକ ଆରକ୍ଷଣ ଲାଭ ପାଇବେ ନାହିଁ। ଅନ୍ୟପେଟେ ଅନୁସୂଚିତ ଜାତି ବର୍ଗର ଲୋକ ଯେଉଁମାନେ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି ସେମାନଙ୍କୁ ସଂରକ୍ଷଣ ସୁବିଧା ମିଳିବା ଜାରି ରହିବ। ଯଦି ଜଣେ ଦଳିତ ବର୍ଗର (Dalit Community) ବ୍ୟକ୍ତି ଧର୍ମ ପରିବର୍ତ୍ତନ ଖ୍ରୀଷ୍ଟିଆନ (Christian) କିମ୍ବା ମୁସଲିମ (Muslim) ଧର୍ମ ଗ୍ରହଣ କରନ୍ତି ସେମାନଙ୍କୁ ଆରକ୍ଷଣରୁ ମିଳୁଥିବା ସୁବିଧା ପାଇବାରୁ ବଞ୍ଚିତ ହେବେ। ଏପରିକି ସେମାନେ ଅନୁସୂଚିତ ଜାତି (Scheduled Caste) ଏସସି (SC) ଲାଗି ସଂରକ୍ଷିତ ରହିଥିବା ଲୋକସଭା ସିଟ (Loksabha Seat) କିମ୍ବା ବିଧାନସଭା ଆସନରୁ (Assembly Constituency) ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ।