No more Toll Plazas on Highways: ଫେଲ୍ ମାରିଲା ନିତିନ ଗଡ଼କରୀଙ୍କ FASTag, ଜାଣନ୍ତୁ କ'ଣ ହେବ ବିକଳ୍ପ ବ୍ୟବସ୍ଥା?
Advertisement
Article Detail0/zeeodisha/odisha1318229

No more Toll Plazas on Highways: ଫେଲ୍ ମାରିଲା ନିତିନ ଗଡ଼କରୀଙ୍କ FASTag, ଜାଣନ୍ତୁ କ'ଣ ହେବ ବିକଳ୍ପ ବ୍ୟବସ୍ଥା?

ସମସ୍ତ ଜାତୀୟ ରାଜପଥରୁ ଟୋଲ ପ୍ଲାଜା ହଟାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ରାଜପଥରେ ଏଭଳି କ୍ୟାମେରା ଲଗାଯିବ ଯାହା ଗାଡିର ନମ୍ବର ପ୍ଲେଟ୍ ସ୍କାନ୍ କରିବ ଏବଂ ତା’ପରେ ଟୋଲ୍ ଟଙ୍କା ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କଟାଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ, ରାଜପଥରେ ଯାତ୍ରା କରିବା ସମୟରେ ଆପଣଙ୍କୁ ବାରମ୍ବାର ଟୋଲରେ ଅଟକି ରହିବାକୁ ପଡିବ ନାହିଁ । 

No more Toll Plazas on Highways: ଫେଲ୍ ମାରିଲା ନିତିନ ଗଡ଼କରୀଙ୍କ FASTag, ଜାଣନ୍ତୁ କ'ଣ ହେବ ବିକଳ୍ପ ବ୍ୟବସ୍ଥା?

Toll Plazas on Highways, ନୂଆଦିଲ୍ଲୀ: ଟ୍ରାଫିକ୍ ଜାମ୍ ହେବାର ଅନ୍ୟତମ କାରଣ ହେଉଛି ଟୋଲ୍ ପ୍ଲାଜା । ବର୍ତ୍ତମାନ ସରକାର ମଧ୍ୟ ଏହି ସମସ୍ୟାର ସମାଧାନ ପାଇଛନ୍ତି । ରାଜପଥରେ ଯାତାୟାତ ଜନିତ ସମସ୍ୟାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ରାଜପଥରୁ ସମସ୍ତ ଟୋଲ୍ ପ୍ଲାଜା ହଟାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଟୋଲ ପ୍ଲାଜା ବଦଳରେ କ୍ୟାମେରା ଲଗାଇ ଯିବ । ଏହା ମାନବ ହସ୍ତକ୍ଷେପର ଆବଶ୍ୟକତା ବିନା ଟିକସ କାଟିବାରେ ସାହାଯ୍ୟ କରିବ । ନୂତନ ଯୋଜନା ପଛରେ ଥିବା କାରଣଗୁଡିକ ଏବଂ କେନ୍ଦ୍ର ସରକାର ଆଲୋଚନା କରୁଥିବା ବିକଳ୍ପ ଯୋଜନା ବିଷୟରେ ଆସନ୍ତୁ ଜାଣିବା..

ସମସ୍ତ ଜାତୀୟ ରାଜପଥରୁ ଟୋଲ ପ୍ଲାଜା ହଟାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ରାଜପଥରେ ଏଭଳି କ୍ୟାମେରା ଲଗାଯିବ ଯାହା ଗାଡିର ନମ୍ବର ପ୍ଲେଟ୍ ସ୍କାନ୍ କରିବ ଏବଂ ତା’ପରେ ଟୋଲ୍ ଟଙ୍କା ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କଟାଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ, ରାଜପଥରେ ଯାତ୍ରା କରିବା ସମୟରେ ଆପଣଙ୍କୁ ବାରମ୍ବାର ଟୋଲରେ ଅଟକି ରହିବାକୁ ପଡିବ ନାହିଁ । ଟୋଲ ପ୍ଲାଜାରେ ଗାଡି ଅଟକିବ ନାହିଁ ଏବଂ ଟୋଲ୍ ସ୍ୱୟଂଚାଳିତ ଭାବରେ କଟାଯିବ । ଏଥିପାଇଁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଏକ ପାଇଲଟ୍ ପ୍ରକଳ୍ପ ମଧ୍ୟ ଆରମ୍ଭ କରିଛି । ଥରେ ଏହି ନୂତନ ସିଷ୍ଟମ ଲାଗୁ ହେବା ପରେ ସମସ୍ତ ଟୋଲ୍ ପ୍ଲାଜା ଏବଂ ଫାଷ୍ଟ ଟ୍ୟାଗ୍ ସିଷ୍ଟମ୍ ରଦ୍ଦ ହୋଇଯିବ । 

Also Read: ରେଲୱେ ବାତିଲ କଲା ପୁଣି ୧୨୭ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଚେକ୍ କରନ୍ତୁ ଲିଷ୍ଟ୍

ଫେବୃଆରୀ ୨୦୨୧ରେ ଭାରତରେ FASTag ବାଧ୍ୟତାମୂଳକ କରାଯାଇଥିଲା । ଟୋଲ୍ ପ୍ଲାଜାରେ ଲମ୍ବା ଟ୍ରାଫିକ୍ ଜାମ୍ ଦୂର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କିନ୍ତୁ ଏହି ସିଷ୍ଟମ୍ ମଧ୍ୟ ସଫଳ ହେଲାନାହିଁ, ଯେଉଁଥିପାଇଁ ଟୋଲ୍ ପ୍ଲାଜାରେ ଏବେ ମଧ୍ୟ ଯାନବାହାନର ଲମ୍ବା ଲାଇନ ଲାଗୁଛି । ବେଳେବେଳେ ଏକ FASTag କାମ କରେ ନାହିଁ ଏବଂ ବେଳେବେଳେ FASTag ସ୍କାନିଂ ସିଷ୍ଟମ ଖରାପ ହୋଇଯାଏ । ଏହା ବ୍ୟତୀତ ଦୂର ଦୂରାନ୍ତର ଟୋଲ ପ୍ଲାଜାରେ ଇଣ୍ଟରନେଟ ସଂଯୋଗର ସମସ୍ୟା ହୋଇପାରେ, ଯେଉଁଥିପାଇଁ ଟୋଲ ସଂଗ୍ରହରେ ବିଳମ୍ବ ହେଉଛି ଏବଂ ଏହି ବିଳମ୍ବ ଲମ୍ବା ଟ୍ରାଫିକ ଜାମ୍ ହେବାର କାରଣ ପାଲଟୁଛି ।

ବର୍ତ୍ତମାନ ଟୋଲ୍ ସଂଗ୍ରହର ୯୭ ପ୍ରତିଶତ FASTag ମାଧ୍ୟମରେ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୪୦ ହଜାର କୋଟି ଟଙ୍କା ହେବ । FASTag ଥିଲେ ମଧ୍ୟ ଗୋଟିଏ ଗାଡିକୁ ଟୋଲ୍ ପ୍ଲାଜା ଅତିକ୍ରମ କରିବାକୁ ହାରାହାରି ୪୭ ସେକେଣ୍ଡ ସମୟ ଲାଗେ । ସରକାରୀ ତଥ୍ୟ ଅନୁଯାୟୀ, ମାନୁଆଲ ଟୋଲ ସଂଗ୍ରହ ମାଧ୍ୟମରେ ଘଣ୍ଟାକୁ ୧୧୨ଟି ଗାଡ଼ି ଟୋଲ ଅତିକ୍ରମ କରେ । FASTagରେ ଏହି ସଂଖ୍ୟା ୨୬୦ ହୋଇଥାଏ । ସରକାର ଯୋଜନା କରିଛନ୍ତି ଯେ, ଟୋଲ ସଂଗ୍ରହର ନୂତନ ଯୋଜନା କାର୍ଯ୍ୟକାରୀ ହେବା ପରେ ଟୋଲ ସଂଗ୍ରହ ପାଇଁ FASTag ବ୍ୟବସ୍ଥା ରଦ୍ଦ ହେବ।

Also Read: ପୁଣି ନିଜ ସରକାରଙ୍କୁ ଟାର୍ଗେଟ କଲେ ଗଡ଼କରୀ! ମୋଦି ସରକାରଙ୍କ ସବୁଠାରୁ ବଡ଼ ବିଫଳତାର କଲେ ଖୁଲାସା

ନୂତନ ପ୍ରକ୍ରିୟା କିପରି କାର୍ଯ୍ୟ କରିବ?

ଟୋଲ ରାସ୍ତାର ଏଣ୍ଟ୍ରୀ ଏବଂ ଏକ୍ସିଟ୍ ପଏଣ୍ଟରେ କ୍ୟାମେରା ଲଗାଯିବ । ANPR କ୍ୟାମେରା କାରଗୁଡିକର ନମ୍ବର ପ୍ଲେଟ୍ ସ୍କାନ କରିବ ଏବଂ ସମ୍ପୃକ୍ତ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଟ୍ୟାକ୍ସ କଟାଯିବ । 

କେବଳ ୨୦୧୯ ପରେ ତିଆରି ହୋଇଥିବା ନମ୍ବର ପ୍ଲେଟଗୁଡିକ କ୍ୟାମେରା ଦ୍ୱାରା ସ୍ୱୟଂଚାଳିତ ଭାବରେ ସ୍କାନ୍ ହେବ ।

ଏହି ସିଷ୍ଟମକୁ ବୃହତ ଆକାରରେ କାର୍ଯ୍ୟକାରୀ କରିବା ପାଇଁ ବର୍ତ୍ତମାନ ଗାଡି ଗୁଡିକରେ ଅତ୍ୟାଧୁନିକ ନମ୍ବର ପ୍ଲେଟ୍ ଲଗାଇବା ଆବଶ୍ୟକ ।

କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ଏହିପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପାଇଁ କିଛି ସମୟ ଲାଗିବ, ପାଇଲଟ୍ ଅଧ୍ୟୟନ ଚାଲିଛି ।

ଆସନ୍ତା ଛଅ ମାସ ମଧ୍ୟରେ ନୂଆ ସିଷ୍ଟମ କାର୍ଯ୍ୟକାରୀ ହେବ ଓ ଟୋଲ୍ ପ୍ଲାଜା ହଟିବ ବୋଲି ଆଶା କରାଯାଉଛି ।