Corona: ନୂଆ ଶୀତକାଳୀନ ଭାରିଏଣ୍ଟକୁ ନେଇ ସତର୍କ କଲା କେନ୍ଦ୍ର; ଦୀପାବଳିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ପରାମର୍ଶ
Advertisement

Corona: ନୂଆ ଶୀତକାଳୀନ ଭାରିଏଣ୍ଟକୁ ନେଇ ସତର୍କ କଲା କେନ୍ଦ୍ର; ଦୀପାବଳିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ପରାମର୍ଶ

Corona SOP: ନୂଆ ଶୀତକାଳୀନ  କୋରୋନା ଭାରିଏଣ୍ଟକୁ ନେଇ ସତର୍କତା ଜାରି କରିଛି କେନ୍ଦ୍ର। ଅନ୍ୟପଟେ ଦିପାବଳୀକୁ ନେଇ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। 

Corona: ନୂଆ ଶୀତକାଳୀନ ଭାରିଏଣ୍ଟକୁ ନେଇ ସତର୍କ କଲା କେନ୍ଦ୍ର; ଦୀପାବଳିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ପରାମର୍ଶ

Covid19 Alert: କୋରୋନା ଭାଇରସର ନୂଆ ସବ୍‌-ଭାରିଏଣ୍ଟ ବିଏଫ.୭କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର SOP। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଯେଉଁଥିରେ ଆଗାମୀ  ଶୀତକାଳୀନ ଭାରିଏଣ୍ଟକୁ ନେଇ ସତର୍କ କରିବା ସହ ଦୀପାବଳିକୁ ନେଇ ଦେଲେ ପରାମର୍ଶ।
 
ଭାରତରେ ମିଳିଥିବା କୋରୋନା ଭାଇରସର ନୂଆ ସବ୍‌-ଭାରିଏଣ୍ଟ ବିଏଫ.୭କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଲର୍ଟ ଜାରି କରିଛନ୍ତି। ଦେଶରେ ଓମିକ୍ରନର ଏହି ସବ୍‌ଭାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଙ୍ଗଳବାର ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଯେଉଁଥିରେ ଇନସାକଗ୍, ଡିବିଟି ଓଏନଟିଏଜିଆଇର ଅଧିକାରୀମାନେ ଯୋଗ ଦେଇଥିଲେ।

ସ୍ୱାସ୍ଥ୍ୟମନ୍ତ୍ରାଳୟ କୋଭିଡର ଏହି ଉଚ୍ଚ ସଂକ୍ରାମକ ମନେ କରାଯାଉଥିବା ନୂଆ ସବ୍‌ଭାରିଏଣ୍ଟ ବିଏଫ.୭କୁ ନଜରରେ ରଖି ଦୀପାବଳି ସମେତ ଆଗାମୀ ଉତ୍ସବମାନଙ୍କରେ କରୋନାକୁ ନେଇ ଜରୁରି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚୀନରେ ସଂକ୍ରମଣ କରୁଥିବା ଓମିକ୍ରନର ସବ୍‌ଭାରିଏଣ୍ଟ ବିଏଫ.୭ ଭାରତରେ ମଧ୍ୟ ମିଳିଥିବାର ପୁଷ୍ଟି ହୋଇଛି। ଏଣୁ ଦେଶରେ କୋଭିଡ କେସ୍ ପୁଣି ବଢିବାର ଆଶଙ୍କା ଦେଖା ଦେଇଛି। ଏହିଆଶଙ୍କାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।

ଦେଶରେ କୋରୋନା ଭୂତାଣୁ ମାମଲା (Coronavirus Cases) କ୍ରମାଗତ ହ୍ରାସକୁ ଦୃଷ୍ଟିରେ ରଖି ଅଧିକାଂଶ ପ୍ରତିବନ୍ଧକ ହଟାଯାଉଥିଲା । କିନ୍ତୁ ନିକଟ ଅତୀତରେ କୋରୋନାର ଏକ ନୂତନ ଭାରିଆଣ୍ଟ ବା ପ୍ରକାର (New COVID19 Variant) ସମସ୍ତଙ୍କ ଚିନ୍ତାକୁ ପୁଣି ବଢ଼ାଇ ଦେଇଛି । ଖବର ଅନୁଯାୟୀ, କୋରୋନାର ଏହି ନୂତନ ପ୍ରକାର ହେଉଛି ଓମିକ୍ରନର ଏକ ସବ୍-ଭାରିଆଣ୍ଟ (Omicron New Sub Variant) । ଏହାର ନାମ BA.5.1.7 ଓ ଏହି ଭୂତାଣୁ ଅତି ଶୀଘ୍ର ବ୍ୟାପିଥାଏ । ସୂଚନା ଅନୁଯାୟୀ, ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଭାରତରେ BF.7 ସବ୍-ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଛି । ନୂତନ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

କାରଣ ଚୀନରେ କୋରୋନା ମାମଲାରେ ବୃଦ୍ଧିର କାରଣ କଥିତ ଭାବେ BF.7 ଓ BA.5.1.7 ଭାରିଆଣ୍ଟ ହିଁ ବୋଲି କୁହାଯାଉଛି । ଓମିକ୍ରନର ନୂତନ ସବ୍-ଭାରିଆଣ୍ଟ  BA.5.1.7 ଓ BF.7, ଅତ୍ୟଧିକ ସଂକ୍ରାମକ ଭାବରେ ଜଣାଶୁଣା । ବର୍ତ୍ତମାନ ଏହା ସମଗ୍ର ଦୁନିଆରେ ବ୍ୟାପିବାରେ ଲାଗିଛି । ଲକଡାଉନ୍ ଓ ପ୍ରତିବନ୍ଧକକୁ କୋହଳ କରିବା ପରେ ଭାରତର ଲୋକମାନେ ଉତ୍ସାହର ସହିତ ଦେଶର ସବୁଠାରୁ ପ୍ରମୁଖ ପର୍ବଗୁଡ଼ିକ ମଧ୍ୟରୁ ଅନ୍ୟତମ ଦୀପାବଳୀ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଦୀପାବଳୀ, ଧନତେରସ୍ ଏବଂ ଗୋବର୍ଦ୍ଧନ ପୂଜା ପୂର୍ବରୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ମାସ୍କ ପିନ୍ଧିବା ବନ୍ଦ କରିବା ଉଚିତ ନୁହେଁ ଓ ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ନିଜକୁ ଆଇସୋଲେଟ କରିନିଅନ୍ତୁ । ଦୁଇଟି ଅଧ୍ୟୟନରୁ ଜଣାପଡିଛି ଯେ BF.7 ଭାରିଆଣ୍ଟ ଅନ୍ୟ ଓମିକ୍ରନ୍ ସବ୍-ଭାରିଆଣ୍ଟ ଅପେକ୍ଷା ପୂର୍ବରୁ କରାଯାଇଥିବା ଟିକାକରଣ ଓ ଆଣ୍ଟିବଡିରୁ ବଞ୍ଚିପାରେ । ତେଣୁ ଏହା ଅଧିକ ସଂକ୍ରାମକ ବୋଲି ମନେ କରାଯାଉଛି ।ମହାରାଷ୍ଟ୍ରରେ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ଭାଇରସ ସଂକ୍ରମଣରେ ୧୭.୭ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଏହାର ଯାଞ୍ଚ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଂକ୍ରମଣ ବଢିବାରେ ଓମିକ୍ରନର ବିଏଫ.୭ ଓ ଏକ୍ସବିବି ଦାୟିବୋଲି ଜାଣିବାକୁ ପାଇଛନ୍ତି। ଏହି ଭାରିଏଣ୍ଟ ଭାରତରେ ପ୍ରଥମ ଥର ମିଳିଛି। ଯାହା ଉତ୍ସବ ଋତୁରେ ତୀବ୍ର ବ୍ୟାପିବାର ଆଶଙ୍କା କରାଯାଉଛି। ଏଣୁ ଫ୍ଲୁ ଭଳି ଲକ୍ଷଣ ଦେଖା ଗଲେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ସେହିପରି ସମସ୍ତଙ୍କୁ କୋଭିଡ ଅନୁରୂପ ବ୍ୟବହାର କରିବା ଲାଗି ମଧ୍ୟ କୁହାଯାଇଛି।