Nitin Gadkari on Road Accidents: ସଡକ ଦୁର୍ଘଟଣା ରୋକିବାକୁ ଜାଣନ୍ତୁ ଗଡକରୀଙ୍କ ରୋଡ ମ୍ୟାପ୍
Advertisement
Article Detail0/zeeodisha/odisha1343924

Nitin Gadkari on Road Accidents: ସଡକ ଦୁର୍ଘଟଣା ରୋକିବାକୁ ଜାଣନ୍ତୁ ଗଡକରୀଙ୍କ ରୋଡ ମ୍ୟାପ୍

Nitin Gadkari: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ (Nitin Gadkari) ସାରା ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା (Road Accident) ସମ୍ପର୍କରେ ଏକ ଆଶ୍ବସ୍ତ କଳାଭଳି ଖବର ଦେଇଛନ୍ତି। ସେ କହିଛନ୍ତି, ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର (Central Govt) ନିରନ୍ତର କାର୍ଯ୍ୟ କରୁଛନ୍ତି।

ପ୍ରତୀକାତ୍ମକ

Nitin Gadkari: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ (Nitin Gadkari) ଏକ ବଡ ବୟାନ ଦେଇଛନ୍ତି। ସେ ସାରା ଦେଶରେ ଘଟୁଥିବା ସଡ଼କ ଦୁର୍ଘଟଣା (Road Accident) ସମ୍ପର୍କରେ ଏକ ଆଶ୍ବସ୍ତ କଳାଭଳି ଖବର ଦେଇଛନ୍ତି। ସେ କହିଛନ୍ତି, ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର (Central Govt) ନିରନ୍ତର କାର୍ଯ୍ୟ କରୁଛନ୍ତି। ଦେଶରେ ଘଟୁଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ପରିବହନ ମନ୍ତ୍ରୀମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଗଡକରୀ ଆହୁରି କହିଛନ୍ତି ଯେ, ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇବ।

ନୀତିନ ଗଡକରୀ କହିଛନ୍ତି ଯେ, ଏହି ସମୟରେ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସାରା ଦେଶରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ (To Stop Road Accident) ସରକାର ଏକ ସ୍ୱତନ୍ତ୍ର ଯୋଜନା (Special Scheme) ପ୍ରସ୍ତୁତ କରୁଛନ୍ତି। ଦୁର୍ଘଟଣାକୁ ରୋକିବା ପାଇଁ ଏହାର କାରଣ ଜାଣିବା ଏବଂ ଏହାର ସମାଧାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହିପରି  ଭାବେ ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ହ୍ରାସ କରାଯାଇପାରେ।

ସେ କହିଥିଲେ ଯେ ମନ୍ତ୍ରଣାଳୟ, ଇଞ୍ଜିନିୟରିଂ ଛାତ୍ର ମାନଙ୍କୁ ସୁରକ୍ଷା ଅଡିଟ୍ ଉପରେ ତାଲିମ ଦେବ। ବେଙ୍ଗାଲୁରୁରେ ସଡ଼କ ପରିବହନ ମନ୍ତ୍ରଣାଳୟର ଦୁଇ ଦିନିଆ ମନ୍ଥନକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ସମୁଦାୟ ୩୬୬୧୩୮ ସଡ଼କ ଦୁର୍ଘଟଣା ଘଟିଛି। ସେହିପରି ଏହି ସମୟରେ ଦୁର୍ଘଟଣାରେ ୧୩୧୭୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୪୮୨୭୯ ଜଣ ଆହତ ହୋଇଛନ୍ତି। ୨୦୧୯ ବର୍ଷ ତୁଳନାରେ ଏହା ୧୮ ପ୍ରତିଶତ କମ୍ ଅଟେ। ଆପଣଙ୍କୁ କହିରଖୁଛୁ ଯେ, ୨୦୨୦ରେ ଲକଡାଉନ୍ ହେତୁ ଏହି ଦୁର୍ଘଟଣା ଗୁଡ଼ିକରେ ଯଥେଷ୍ଟ ହ୍ରାସ ଘଟିଛି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆହୁରି କହିଛନ୍ତି ଯେ, ଦେଶରେ ବୈଦ୍ୟୁତିକ ଯାନ ଦ୍ରୁତ ଗତିରେ ବୃଦ୍ଧି କରାଯିବ। ପ୍ରଯୁକ୍ତିବିଦ୍ୟା ଏବଂ ସବୁଜ ଇନ୍ଧନରେ ଦ୍ରୁତ ଅଗ୍ରଗତି ଫଳରେ ବୈଦ୍ୟୁତିକ ଅଟୋମୋବାଇଲର ମୂଲ୍ୟ ହ୍ରାସ ପାଇବ। ଅର୍ଥାତ୍, ସାଧାରଣ ଲୋକମାନେ ଏଥିରୁ ଉପକୃତ ହେବେ। ଆଗାମୀ ଦୁଇ ବର୍ଷରେ ପେଟ୍ରୋଲରେ ଚାଲୁଥିବା ଯାନର ମୂଲ୍ୟ ସହିତ ବୈଦ୍ୟୁତିକ ଯାନର ଦାମ୍ ସମନ ହୋଇଯିବ। ଆଉ ଆଗାମୀ ଦିନରେ ଏହା ଏକ ବିପ୍ଳବ ଆଣିପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହା ସତ ଯେ, ଆମ ରାଜ୍ୟ ତଥା ଦେଶରେ ଅସଂଖ୍ୟ ଲୋକ ସଡକ ଦୁର୍ଘଟଣାରେ ଶିକାର ହୋଇ ସେମାନଙ୍କ ଜୀବନ ଚାଲିଯାଉଛି। ଅନେକ ଲୋକ ପଙ୍ଗୁ ମଧ୍ୟ ହୋଇଯାଉଛନ୍ତି। ତେଣୁ ଅନେକ ସମୟରେ ଏଥିପାଇଁ ସରକାଙ୍କ ଟ୍ରାଫିକ୍ ନିୟନ୍ତ୍ରଣରେ ଥିବା ଦୁର୍ବାଳତାକୁ ଦୋଷ ଦିଆଯାଏ। କେତେକ ସମୟରେ ବୁଲା ପଶୁଙ୍କ ପାଇଁ ହୃଦୟ ଥରାଇଲା ଭଳି ଦୁର୍ଘଟଣା ଆଦି ଦେଖାଯାଏ। ତେଣୁ ଏସବୁ ବିଷୟ ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେଇ ଏହାର ନିରାକରଣ ନିମନ୍ତେ କରାଯାଉଥିବା ପ୍ରୟାସ ନିଶ୍ଚିତ ଭାବେ ଲୋକଙ୍କୁ ସହାୟକ ହେବ।