Delhi Excise Case: ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମରେ FIR ପଞ୍ଜିକରଣ କଲା CBI
Advertisement
Article Detail0/zeeodisha/odisha1310102

Delhi Excise Case: ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମରେ FIR ପଞ୍ଜିକରଣ କଲା CBI

Delhi CBI Raid: ମଦ ନୀତିରେ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ (Manish Sisodia) ଘରେ ଆଜି ସିବିଆଇ ଚଢ଼ାଉ କରିଥିଲା । ସିବିଆଇ କଥିତ ଅବକାରୀ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୫ ଅଭିଯୁକ୍ତଙ୍କୁ କରି ନିଜର ପ୍ରଥମିତ FIR ପଞ୍ଜିକୃତ କରିଛି ।

ସୌ: ସୋସିଆଲ ମିଡିଆ

Delhi Excise Case: ସିବିଆଇ (CBI) କଥିତ ଅବକାରୀ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ (Manish Sisodia) ସମେତ ୧୫ ରୋଲୋକହ ଅଭିଯୁକ୍ତ କରି ନିଜର ପ୍ରଥମ FIR ପଞ୍ଜିକୃତ କରିଛି । ସିବିଆଇ ଅଧିକାରୀ ଏହି ସୂଚନା ଦେଇଛନ୍ତି । କେତେକ ମଦ କମ୍ପାନୀଗୁଡିକ ନାମ ମଧ୍ୟ FIR ରେ ନାମିତ କରାଯାଇଛି । ଏହା ସହିତ, ୧୫ ଜଣଙ୍କ ବ୍ୟତୀତ, ଅନେକ ଅଜ୍ଞାତ ବ୍ୟକ୍ତିଙ୍କ ନାମ ମଧ୍ୟ FIR ରେ ଅନ୍ତର୍ଭୁକ୍ତ କରାଯାଇଛି । ସିବିଆଇ ଅନୁଯାୟୀ ମନୀଷ ସିସୋଦିଆ ମଧ୍ୟ ଅପରାଧିକ ଷଡଯନ୍ତ୍ର ଓ ଆକାଉଣ୍ଟକୁ ମନିପ୍ୟୁଲେସନ୍ କରିଥିବା ଅଭିଯୋଗ ହୋଇଛି । ଏହି FIR ୧୨୦-B, 477-A ଓ ସେକ୍ସନ -୭ ଅଧୀନରେ ପଞ୍ଜିକୃତ ହୋଇଛି ।

ଦିଲ୍ଲୀର ଏକ୍ସାଇଜ୍ ପଲିସି ୨୦୨୧-୨୨ ମାମଲାରେ ଶୁକ୍ରବାର ଦିନ ସକାଳେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ଅନେକ ରାଜ୍ୟରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଉପରେ ଚଢ଼ାଉ କରିଥିଲା । ତାଙ୍କ ବାସଭବନ ବ୍ୟତୀତ ଅଧିକାରୀମାନେ ମନୀଷ ସିସୋଦିଆଙ୍କ ଅଫିସିଆଲ୍ କାରରେ ଯାଞ୍ଚ କରାଯାଇଛି ।

ଗତ ବର୍ଷ ନଭେମ୍ବରରେ ଅଣାଯାଇଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସିର କାର୍ଯ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗରେ ସିବିଆଇ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଛି । ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ନିୟମ ଉଲ୍ଲଂଘନ ଓ ଏକ୍ସାଇଜ୍ ପଲିସିରେ ତ୍ରୁଟି ଥିବା ନେଇ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଯାହାର ଏକ ମାସ ପରେ ଏହି ଚଢ଼ାଉ କରାଯାଇଛି ।

ଅବକାରୀ ବିଭାଗର ସମ୍ଭାଳୁଥିବା ମନୀଷ ସିସୋଦିଆ କହିଛନ୍ତି ଯେ ସରକାରୀ ମଦ ଦୋକାନରେ ଦୁର୍ନୀତିର ମୁକାବିଲା ପାଇଁ ଏହି ନୀତି ଥିଲା । ସିସୋଦିଆ କହିଛନ୍ତି ଯେ ମୁଁ ଯାଞ୍ଚକାରୀ ସଂସ୍ଥା ସହିତ ସମ୍ପୂର୍ଣ୍ଣ ସହଯୋଗ କରିବି । ଏଥି ସହିତ ଆମ୍ ଆଦମୀ ପାର୍ଟି ଏହି ଚଢ଼ାଉକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛି ।

ଖବର ମୁତାବକ, ସିବିଆଇ ଅଧିକାରୀମାନେ ଦିଲ୍ଲୀ ଓ ଏନସିଆରର ୨୧ ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ସିସୋଦିଆ ଶୁକ୍ରବାର ଦିନ ଟ୍ୱିଟ୍ କରି କହିଛନ୍ତି, 'ସିବିଆଇ ପହଞ୍ଚିଛି । ତାଙ୍କୁ ସ୍ୱାଗତ । ଆମେ ଅତ୍ୟନ୍ତ ସଚ୍ଚୋଟ । ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେଉଁମାନେ ଆମ ଦେଶରେ ଭଲ କାମ କରନ୍ତି, ତାଙ୍କୁ ଏହିପରି ହଇରାଣ ହରକତ କରାଜିଥାଏ । ସେଥିପାଇଁ ଆମ ଦେଶ ଏପର୍ଯ୍ୟନ୍ତ ନମ୍ବର -୧ ହୋଇପାରି ନାହିଁ ।"

ଏହା ବି ପଢ଼ନ୍ତୁ: ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିବା ଅଭିଯୋଗରେ ରାହୁଲଙ୍କ PA ସମେତ ୪ ଗିରଫ

ଏହା ବି ପଢ଼ନ୍ତୁ: Digital Seva Yojana: ଏହି ରାଜ୍ୟରେ ୧.୩୫ କୋଟି ମହିଳାଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ୍, ସରକାର ଖର୍ଚ୍ଚ କରିବେ ୧୨୦୦୦ କୋଟି