Justin Trudeau: କାନାଡା ଫେରି ପାରୁନାହାନ୍ତି ଟ୍ରୁଡ଼ୋ, ଜାଣନ୍ତୁ ପୂରା କାରଣ
Advertisement

Justin Trudeau: କାନାଡା ଫେରି ପାରୁନାହାନ୍ତି ଟ୍ରୁଡ଼ୋ, ଜାଣନ୍ତୁ ପୂରା କାରଣ

ଜି -20 ବୈଠକରେ ଭାଗ ନେବାକୁ ଭାରତ ଆସିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (Justin Trudeau) ରବିବାର ଦିନ ନିଜ ଦେଶ କାନାଡ଼ା (Canada) ଫେରି ପାରିନାହାନ୍ତି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ତାଙ୍କୁ ରବିବାର ରାତିରେ ଦିଲ୍ଲୀରେ ରହିବାକୁ ପଡ଼ିଛି। ସୂଚନାନୁସାରେ, ଟ୍ରୁଡୋ ରବିବାର ରାତିରେ କାନାଡା ପ୍ର

Justin Trudeau: କାନାଡା ଫେରି ପାରୁନାହାନ୍ତି ଟ୍ରୁଡ଼ୋ, ଜାଣନ୍ତୁ ପୂରା କାରଣ

Justin Trudeau ନୂଆଦିଲ୍ଲୀ: ଜି -20 ବୈଠକରେ ଭାଗ ନେବାକୁ ଭାରତ ଆସିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (Justin Trudeau) ରବିବାର ଦିନ ନିଜ ଦେଶ କାନାଡ଼ା (Canada) ଫେରି ପାରିନାହାନ୍ତି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ତାଙ୍କୁ ରବିବାର ରାତିରେ ଦିଲ୍ଲୀରେ ରହିବାକୁ ପଡ଼ିଛି। ସୂଚନାନୁସାରେ, ଟ୍ରୁଡୋ ରବିବାର ରାତିରେ କାନାଡା ପ୍ରତ୍ୟାବର୍ତ୍ତନ କରିବାର ଥିଲା। କିନ୍ତୁ ସେ ଓ ତାଙ୍କର ପ୍ରତିନିଧି ମଣ୍ଡଳୀ ବିମାନରେ ଚଢିବା ପରେ ତାଙ୍କ ସରକାରୀ ବିମାନରେ ଯାନ୍ତ୍ରିକ ତୃଟି ଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ ରାତିରେ ହିଁ ଦିଲ୍ଲୀରେ ରହିବାକୁ ପଡ଼ିଛି। ତେବେ ଶୁଣିବାକୁ ମିଳୁଛି ଯେ ବିମାନର ଯାନ୍ତ୍ରିକ ତୃଟିକୁ ସଜାଡ଼ିବା ପରେ ହିଁ ସେ କାନାଡ଼ା ପ୍ରତ୍ୟାବର୍ତ୍ତନ କରିପାରିବେ। 

କୁହାଯାଉଛି ଯେ ବିମାନରେ ଥିବା ତ୍ରୁଟିର ସମାଧାନ ନହେବା ପର୍ଯ୍ୟନ୍ତ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ପ୍ରତିନିଧୀ ଭାରତରେ ରହିବେ। ଜି -20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଶୁକ୍ରବାର ସନ୍ଧ୍ୟାରେ କାନାଡାର ପ୍ରତିନିଧୀମଣ୍ଡଳୀ ସହିତ ସେ ଦିଲ୍ଲୀରେ ପହଞ୍ଚିଥିଲେ। ଦୁଇ ଦିନିଆ ଶିଖର ସମ୍ମିଳନୀ ଶେଷ ହେବା ପରେ ଟ୍ରୁଡୋ ରବିବାର ରାତିରେ କାନାଡା ପାଇଁ ଉଡ଼ାଣ ଭରିବାର ଥିଲା। ବିମାନରେ କେଉଁ ପ୍ରକାର ତ୍ରୁଟି ଘଟିଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ।

ଜି -20 ଶିଖର ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନରେ ଟ୍ରୁଡୋ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି ବୈଠକରେ ଉଭୟ ଦେଶର ନେତାମାନେ ନିୟମ ଏବଂ ନିୟମାବଳୀ ଅନୁସରଣ କରିବା ଏବଂ ବିଦେଶୀ ହସ୍ତକ୍ଷେପ ଉପରେ ଆଲୋଚନା କରିଥିଲେ। ଏହା ସହିତ ଖାଲିସ୍ତାନୀ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଖାଲିସ୍ତାନୀଙ୍କ ପ୍ରସଙ୍ଗରେ ଟ୍ରୁଡୋ କହିଛନ୍ତି ଯେ ଆମେ ହିଂସା ଏବଂ ଘୃଣା ବିରୁଦ୍ଧରେ। ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଶାନ୍ତିପୂର୍ଣ୍ଣ ବିରୋଧ କାନାଡା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିଂସା ସହିତ ଜଡ଼ିତ କେତେକଙ୍କ କାର୍ଯ୍ୟ ସମଗ୍ର ସମ୍ପ୍ରଦାୟର ପ୍ରତିନିଧୀ ନୁହେଁ କି କାନାଡା ନୁହେଁ। ହିଂସା ଏବଂ ଘୃଣା ବନ୍ଦ କରିବାକୁ ଆମେ ସବୁବେଳେ ଛିଡା ହୋଇଥାଉ ବୋଲି ସେ କହିଥିଲେ।

ଦ୍ୱିପାକ୍ଷିକ ବୈଠକରେ କଣ କହିଛି ବୈଦେଶିକ ମନ୍ତ୍ରଣାଳୟ
ଏଥି ସହିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଟ୍ରୁଡୋ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ସମୟରେ ଭାରତ-କାନାଡା ସମ୍ପର୍କ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଏବଂ ଲୋକଙ୍କ ମଧ୍ୟରେ ଦୃଢ ସମ୍ପର୍କ ଉପରେ ଆଧାରିତ। ଦୁଇଟି ଦେଶ ଏହା ସହିତ କାନାଡାର ଉଗ୍ରବାଦୀ ଉପାଦାନ ଦ୍ୱାରା ଭାରତ ବିରୋଧୀ କାର୍ଯ୍ୟକଳାପର ଅବ୍ୟାହତି ନେଇ ଭାରତର ଚିନ୍ତାଧାରା ପ୍ରକାଶ ପାଇଥିଲା।

Also Read: G20 Summit: ପ୍ରଧାନମନ୍ତ୍ରୀଙ୍କ ଟ୍ରୁଡ଼ୋଙ୍କୁ କଡ଼ା ଜବାବ ଦେଲେ ମୋଦି, ଜାଣନ୍ତୁ କଣ କହିଲେ

Also Read: ରାଜ୍ୟରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ, ଆଜି ପୁରୀ-ତାଳଚେର ଟ୍ରାଏଲ ରନ୍

Also Read: ସରକାର ଦେଲେ ଖୁସି ଖବର, ୨୩ ବର୍ଷରୁ ଅଧିକ ବୟସର ମହିଳାଙ୍କ ଆକାଣ୍ଟକୁ ଯିବ ୧ ହଜାର..