Cabinet Meeting: ଏଣିକି ୨୦୦୦ ୟୁନିଟ ବିଦ୍ୟୁତ ମାଗଣା ବାଣ୍ଟିବ ଏହି ରାଜ୍ୟ ସରକାର
Advertisement

Cabinet Meeting: ଏଣିକି ୨୦୦୦ ୟୁନିଟ ବିଦ୍ୟୁତ ମାଗଣା ବାଣ୍ଟିବ ଏହି ରାଜ୍ୟ ସରକାର

ରାଜ୍ୟ ସରକାର ମୋଟ ୨୦୦୦ ୟୁନିଟ ମାଗଣା ଦେବାକୁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି। 

Cabinet Meeting: ଏଣିକି ୨୦୦୦ ୟୁନିଟ ବିଦ୍ୟୁତ ମାଗଣା ବାଣ୍ଟିବ ଏହି ରାଜ୍ୟ ସରକାର

Cabinet Meeting Bihar: ପାଟନା: ସ୍ୱାସ୍ଥ୍ୟ ବିଭାଗ ପରେ ରାଜସ୍ୱ ବିଭାଗରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବିହାର ସରକାର। ଏଥିପାଇଁ ସେ ରାଜସ୍ୱ ବିଭାଗରେ ୭୫୯୫ ପଦପାଇଁ ନିଯୁକ୍ତି ବାହାର କରିଛନ୍ତି। ଏହା ସହିତ ମଣ୍ଡଳ କାରା ଅରଓ୍ୱଲ ଏବଂ ଉପକାରାଗାର ପାଲିଗଞ୍ଜରେ ମଧ୍ୟ ୨୦୦ଟି ପଦ ପାଇଁ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଛନ୍ତି ବିହାର ସରକାର। ସେହିପରି ରାଜ୍ୟ ସରକାର ମୋଟ ୨୦୦୦ ୟୁନିଟ ମାଗଣା ଦେବାକୁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଧାୟକ, ବିଧାନ ପାର୍ଷଦଙ୍କୁ ସବୁ ମାସରେ ୨୦୦୦ ୟୁନିଟ ଲେଖାଏ ବିଦ୍ୟୁତ ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟ କ୍ୟାବିନେଟ ବୈଠରେ ମୋଟ ୧୬ଟି ପ୍ରସ୍ତାବ ଉପରେ ମୋହର ମରାଯାଇଛି। 

ମିଳିଥିବା ସୂଚନା ଅନୁଯାୟୀ ବିହାର ସ୍ୱତନ୍ତ୍ର ସର୍ବେକ୍ଷଣ ଓ ବନ୍ଦୋବସ୍ତ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ଲକ୍ଷକୁ ପୁରଣ କରିବା ପାଇଁ ୭୫୯୫ଟି ପଦ ପାଇଁ ନିଯୁକ୍ତି ପ୍ରସ୍ତାବକୁ ମୋହର ମାରିଛନି କ୍ୟାବିନେଟ। ନିଷ୍ପତ୍ତି ଅନୁଯାୟୀ ସର୍ବେକ୍ଷଣ ସହାୟକ ବନ୍ଦୋବସ୍ତ ଅଫିସର ୨୫୯, ସର୍ବେକ୍ଷଣ କାନୁନଗୋ ୫୧୮ଟି, ଅମୀନ ୬୩୦୦ ପଦ ଏବଂ ସର୍ବେକ୍ଷଣ ଲିପିକ ପାଇଁ ୫୧୮ଟି ପଦ ପାଇଁ ନିଯୁକ୍ତି ବାହାର କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ସମସ୍ତ ପୋଷ୍ଟଗୁଡିକ ଚୁକ୍ତିନାମା ଆଧାରରେ ହେବ। ଏହା ସହିତ କଳା ସଂସ୍କୃତି ବିଭାଗରେ ବିଭିନ୍ନ ବର୍ଗର ୨୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ମଧ୍ୟ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍ ପାରା ଡେଣ୍ଟାଲ୍, ନର୍ସିଂ ଏବଂ ଫାର୍ମାସି ଶିକ୍ଷାନୁଷ୍ଠାନର ଛାତ୍ରମାନଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଛାତ୍ରବୃତ୍ତି ସ୍ଥିର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଡାକ୍ତରୀ ଛାତ୍ରମାନେ ଛାତ୍ରବୃତ୍ତି ପାଉଥିଲେ। ସଂସଦୀୟ ବ୍ୟାପାର ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ବିହାର ବିଧାନସଭା ନିୟମ, ୨୦୦୬ର ସଦସ୍ୟମାନଙ୍କ ଦରମା, ଭତ୍ତା ଏବଂ ପେନ୍ସନ୍ ର ନିୟମ ୧୫ରେ ମଧ୍ୟ ସଂଶୋଧନ କରିଛି। ସଂଶୋଧନ ପରେ ବିଧାୟକ, ବିଧାନ ପରିଷଦର ସଦସ୍ୟ ପ୍ରତି ମାସରେ ୨୦୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ। ବିଧାୟକ, ଏମଏଲସିମାନେ ଗୋଟିଏ ବର୍ଷରେ ୩୦ ହଜାର ୟୁନିଟ୍ ବିଦ୍ୟୁତ୍ ଜାଳିବାରେ ସକ୍ଷମ ହେବେ। ରାଜ୍ୟ ପାଇଁ ଜଳଭଣ୍ଡାର ମତ୍ସ୍ୟ ନୀତି ୨୦୨୨କୁ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି। ମତ୍ସ୍ୟ ନୀତି ଗଠନ ପରେ ୨୬ ହଜାର ହେକ୍ଟର ଉପରେ ବିସ୍ତାରିତ ୩୭ ଜଳଭଣ୍ଡାରରେ ମତ୍ସ୍ୟ ଚାଷ କରାଯାଇପାରିବ।