Britain Bans TikTok: ବ୍ରିଟେନ ସରକାରଙ୍କ ବଡ଼ ନିଷ୍ପତ୍ତି, ସରକାରୀ ଫୋନରେ ଚାଲିପାରିବ ନାହିଁ ଟିକଟକ୍, ଜାଣନ୍ତୁ କାରଣ
Advertisement

Britain Bans TikTok: ବ୍ରିଟେନ ସରକାରଙ୍କ ବଡ଼ ନିଷ୍ପତ୍ତି, ସରକାରୀ ଫୋନରେ ଚାଲିପାରିବ ନାହିଁ ଟିକଟକ୍, ଜାଣନ୍ତୁ କାରଣ

TikTok Ban in Britain:  ବ୍ରିଟେନ ପୂର୍ବରୁ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ୟୁରୋପୀୟ ସଂଘ ଆଦି ଦେଶରେ ଚୀନୀ ଭିଡିଓ ଆପ୍ 'ଟିକଟକ' ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇସାରିଛି।

Britain Bans TikTok: ବ୍ରିଟେନ ସରକାରଙ୍କ ବଡ଼ ନିଷ୍ପତ୍ତି, ସରକାରୀ ଫୋନରେ ଚାଲିପାରିବ ନାହିଁ ଟିକଟକ୍, ଜାଣନ୍ତୁ କାରଣ

Britain Bans TikTok On Govt Devices: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରିଟିଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସରକାରୀ ଫୋନରେ ଚୀନୀ ଭିଡିଓ ଆପ୍ 'ଟିକଟକ' ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ବ୍ରିଟେନ କ୍ୟାବିନେଟ କାର୍ଯ୍ୟାଳୟ ମନ୍ତ୍ରୀ ଅଲିଭର ଡାଉଡେନ ଦେଶର ସଂସଦରେ ଏହି ନିଷେଧାଦେଶ ସମ୍ପର୍କରେ ଘୋଷଣା କରିଛନ୍ତି। ବ୍ରିଟେନ ପୂର୍ବରୁ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ୟୁରୋପୀୟ ସଂଘ ଆଦି ଦେଶରେ ଚୀନୀ ଭିଡିଓ ଆପ୍ 'ଟିକଟକ' ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇସାରିଛି।

ହେଲେ ଟିକଟକ୍ ଆପ୍ (TikTok App) ମାଲିକାନା ରଖିଥିବା ଚୀନ ଭିତ୍ତିକ କମ୍ପାନୀ (Chinese Company) ଚୀନ୍ ସରକାରଙ୍କ (China Govt) ସହ ଟିକଟକ୍ ବ୍ୟବହାରକାରୀଙ୍କ (TikTok User) ତଥ୍ୟ ବାଣ୍ଟିଥିବା ଅଭିଯୋଗକୁ ଅସ୍ୱୀକାର କରିଛି। ଗୁରୁବାର ଚୀନ୍ (China), ଯୁକ୍ତରାଷ୍ଟ୍ର ଆମେରିକା (United States of America) ବିରୋଧରେ ଭୁଲ ତଥ୍ୟ ବିସ୍ତାର କରି ଟିକଟକ୍ ବନ୍ଦ କରିବାକୁ ଉଦ୍ୟମ କରୁଥିବାର ଅଭିଯୋଗ କରିଛି। କମ୍ପାନୀ ଏହାର ବିବୃତ୍ତିରେ କହିଛି ଯେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ (USA President Biden Led Administration) ଏହାର ଚୀନ ମାଲିକଙ୍କୁ ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ (Video Sharing App) ମଧ୍ୟମରେ ଅଂଶଧନ ବିକ୍ରୟ କରିବାକୁ କହୁଛି। 

Also Read: Britain Bans TikTok: ବ୍ରିଟେନ ସରକାରଙ୍କ ବଡ଼ ନିଷ୍ପତ୍ତି, ସରକାରୀ ଫୋନରେ ଚାଲିପାରିବ ନାହିଁ ଟିକଟକ୍, ଜାଣନ୍ତୁ କାରଣ

ଏହା ଉପରେ ଜବାବ ରଖି ବ୍ରିଟେନ କ୍ୟାବିନେଟ କାର୍ଯ୍ୟାଳୟ ମନ୍ତ୍ରୀ ଅଲିଭର ଡାଉଡେନ (UK Cabinet Office Minister Oliver Dowden) ବ୍ରିଟିଶ ସାଂସଦଙ୍କୁ (British MP) କହିଛନ୍ତି ଯେ ଟିକଟକ ଦ୍ୱାରା ସରକାରୀ ତଥ୍ୟ ଏବଂ ସୂଚନା କିପରି ବ୍ୟବହାର କରାଯାଏ ସେଥିରେ ଏପରି ବିପଦ ଘଟିବାର ସମ୍ଭାବନା ରହିଛି। ସମ୍ବେଦନଶୀଳ ସରକାରୀ ସୂଚନାର ସୁରକ୍ଷା ଏକ ପ୍ରାଥମିକତା। ଏହାକୁ ନଜରରେ ରଖି ବ୍ରିଟେନ ସରକାର (British Govt) ସରକାରୀ ଯନ୍ତ୍ରପାତି ଉପରେ ଭିଡିଓ ଆପ୍ ଟିକଟକ (Video App Tiktok) ବ୍ୟବହାରକୁ ନିଷିଦ୍ଧ କରିଛି। ସାଇବର ସୁରକ୍ଷା ବିଶେଷଜ୍ଞଙ୍କ (Cyber Security Expert) ପରାମର୍ଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ବ୍ୟକ୍ତିଗତ ଫୋନ୍ ଏବଂ ଡିଭାଇସ୍ ପାଇଁ ଏହି ପ୍ରତିବନ୍ଧକ ପ୍ରଯୁଜ୍ୟ ନୁହେଁ। 

Also Read: ପାକିସ୍ତାନକୁ ଘାରିଲା ଚୀୟ ଭୟ! ୧୦ ଦିନରେ ଟିକଟକ ଉପରୁ ହଟାଇଦେଲା ବ୍ୟାନ

ଏହା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ସରକାର (United States of America Administration) ଗତ ମାସରେ ନିର୍ଦ୍ଦେଶ ଦେଇଥିଲେ ଯେ ଫେଡେରାଲ ଏଜେନ୍ସି କର୍ମଚାରୀଙ୍କୁ (US Federal Agency Staff) ସମସ୍ତ ସରକାରୀ ମୋବାଇଲ୍ (Govt Cell Phone) ଉପକରଣରୁ ଟିକଟକ ହଟାଇବାକୁ ପଡିବ। ଆମେରିକୀୟ ସଂସଦ (US Congress), ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ (USA President Office White House), ଆମେରିକୀୟ ସଶସ୍ତ୍ର ବାହିନୀ (US Armed Force) ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଅଧାରୁ ଅଧିକ ରାଜ୍ୟ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ୟୁରୋପୀୟ ସଂଘ (European Union) ସମେତ ବେଲଜିୟମ (Belgium) ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଫୋନରୁ ଏହି ଆପ ସାମୟିକ ଭାବେ ହଟାଯାଇଛି।