Osama Bin Laden: ୯/୧୧ ଆକ୍ରମଣ ପୂର୍ବରୁ ସଫା ହୋଇ ଯାଇଥାନ୍ତା ଓସାମା ବିନ ଲାଡେନ, ହେଲେ...
Advertisement

Osama Bin Laden: ୯/୧୧ ଆକ୍ରମଣ ପୂର୍ବରୁ ସଫା ହୋଇ ଯାଇଥାନ୍ତା ଓସାମା ବିନ ଲାଡେନ, ହେଲେ...

9/11 Attack:  ସଦ୍ୟ ଓସାମା ବିନ ଲାଡେନକୁ ନେଇ ଏକ ଆଶ୍ଚର୍ଯ୍ୟ ଚକିତ ତଥ୍ୟ ମିଳିଛି। ବର୍ତ୍ତମାନ ଏକ ଗୁପ୍ତ ଦଲିଲରୁ ଜଣାପଡିଛି ବହୁଚର୍ଚ୍ଚିତ ୯/୧୧  ଆତଙ୍କବାଦୀ ଆକ୍ରମଣ ଘଟଣା ପୂର୍ବରୁ  ଓସାମା ବିନ୍ ଲାଡେନକୁ ହତ୍ୟା କରିବାକୁ ପ୍ରସ୍ତୁତି ହୋଇଥିଲା। 

Osama Bin Laden: ୯/୧୧ ଆକ୍ରମଣ ପୂର୍ବରୁ ସଫା ହୋଇ ଯାଇଥାନ୍ତା ଓସାମା ବିନ ଲାଡେନ, ହେଲେ...

Osam Bin Laden News: ବହୁଚର୍ଚ୍ଚିତ ୯/୧୧  ଆତଙ୍କବାଦୀ ଆକ୍ରମଣ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଓସାମା ବିନ ଲାଡେନକୁ ନେଇ ଆସିଛି ଏକ ଚମକାଇବା ଭଳି ଖବର। ଗତ ୨୦୦୧ ମସିହା ସେପ୍ଟମ୍ବର ୧୧ ତାରିଖରେ ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଉପରେ ଆକ୍ରମଣ ବିଶ୍ୱରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିଲା ଓସାମା। ଏହି ଘଟଣା ପର ଠାରୁ ଓସାମା ପଛରେ ପଡ଼ି ଯାଇଥିଲା ଆମେରିକା। ଶେଷରେ ଗତ ୨୦୧୧ ମସିହା ମେ ୨ ତାରିଖରେ ଆମେରିକା ସେନା ଅପରେସନ ନେପଚୁନ ସ୍ପିଅର ନାମକ ଏକ ସାମରିକ ଅଭିଯାନ ମାଧ୍ୟମରେ ଓସାମା ବିନ ଲାଡେନକୁ ହତ୍ୟା କରିଥିଲା।

ସଦ୍ୟ ଓସାମା ବିନ ଲାଡେନକୁ ନେଇ ଏକ ଆଶ୍ଚର୍ଯ୍ୟ ଚକିତ ତଥ୍ୟ ମିଳିଛି। ବର୍ତ୍ତମାନ ଏକ ଗୁପ୍ତ ଦଲିଲରୁ ଜଣାପଡିଛି ବହୁଚର୍ଚ୍ଚିତ ୯/୧୧  ଆତଙ୍କବାଦୀ ଆକ୍ରମଣ ଘଟଣା ପୂର୍ବରୁ ବ୍ରିଟେନ ଓସାମା ବିନ୍ ଲାଡେନକୁ ହତ୍ୟା କରିବାକୁ ପ୍ରସ୍ତୁତ କରି ଦେଇଥିଲା। ଯେତେବେଳେ ବ୍ରିଟେନ ଏହି ଅପରେସନ୍ ବିଷୟରେ କହିଲା, ସେତେବେଳେ ପ୍ରଥମେ ଆମେରିକା ରାଜି ହୋଇଥିଲା। ହେଲେ ପରେ ବ୍ରିଟେନ ଏହାର ଅପରେସନ୍ ଆରମ୍ଭ କରିବା ପୂର୍ବରୁ ମଧ୍ୟ ଆମେରିକା ଆଫଗାନିସ୍ତାନରେ ଟୋମାହାକ୍ କ୍ଷେପଣାସ୍ତ୍ର ସହିତ ଓସାମା ବିନ୍ ଲାଡେନ ଲୁଚି ରହିଥିବା ସ୍ଥାନ ନିକଟରେ ବୋମା ମାଡ଼ କରିଥିଲା। ଯାହାର ଫଳ ସ୍ୱରୂପ ଲାଡେନ ଆଗୁଆ ସତର୍କ କରାଇ ଆଫଗାନିସ୍ତାନର ଅନ୍ୟ କୌଣସି ସ୍ଥାନରେ ଲୁଚି ଯାଇଥିଲା।

୯/୧୧ ଆକ୍ରମଣ କରିବା ପୂର୍ବରୁ ଓସାମା ବିନ୍ ଲାଡେନ ୧୯୯୮ ମସିହାରେ କେନିଆ ଏବଂ ତାଞ୍ଜାନିଆ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲା।  ଏହା ପରେ ୨୦୦୦ ମସିହାରେ ୟମେନ ଠାରେ ଆମେରିକା ନୌସେନାର ବିଧ୍ୱସଂକ ୟୁଏସଏସ କୋଲ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲା ଲାଡେନ। ଏହି ଘଟଣା ପରେ ଅଲକାଏଦା ପ୍ରତିଷ୍ଠାତା ଓସାମା ବିନା ଲାଡେନ ଆମେରିକୀୟ ସଂଘୀୟ ଯାଞ୍ଚ ଏଜେନ୍ସି ୱାଣ୍ଟେଡ୍  ତାଲିକାରେ ସାମିଲ ହୋଇଥିଲା। ଏହି କାରଣରୁ ବ୍ରିଟେନ ଲାଡେନକୁ ହତ୍ୟା କରି ତାହାର ଚିହ୍ନ ବର୍ଣ୍ଣ ବିଶ୍ୱରୁ ଲିଭାଇ ଦେବାକୁ ଚାହୁଁଥିଲା। ଯଦି ସେତେବେଳେ ଆମେରିକା ବ୍ରିଟେନ ପକ୍ଷରୁ କରାଯିବାକୁ ଥିବା ଏହି ସାମରିକ ଅଭିଯାନ ବିଫଳ କରିନଥାନ୍ତା, ତାହେଲେ ଅଲ କାଏଦା ଆତଙ୍କବାଦୀ ସଙ୍ଗଠନର ଆତଙ୍କୀ କାର୍ଯ୍ୟକଳାପକୁ ସାମ୍ନା କରିନଥାନ୍ତା। 

Also Read: Osama Bin Laden: 'ମୋତେ ଆତଙ୍କବାଦୀ କରିବାକୁ ଚାହୁଁଥିଲେ ମୋର ପିତା, କୁକୁର ଉପରେ କରୁଥିଲେ ରାସାୟନିକ ପରୀକ୍ଷଣ'

"ଦି ଟାଇମ୍ସ" ନାମକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେହି ସମୟରେ ସେତେବେଳେର ଆମେରିକୀୟ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ସହ ରାତ୍ରୀ ଭୋଜନ ପୂର୍ବରୁ ତତ୍କାଳୀନ ବ୍ରିଟେନ ପ୍ରଧାନମନ୍ତ୍ରୀ ଟନି ବ୍ଲେୟାରଙ୍କୁ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଥିଲେ ଯେ ଆମେ ସମସ୍ତେ ଓସାମା ବିନା ଲାଡେନକୁ ହତ୍ୟା କରିବା ସପକ୍ଷରେ ରହିଛୁ। ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତି ପରାମର୍ଶଦାତା ଜନ୍ ସାୱର୍ସ ତାଙ୍କୁ କହିଥିଲେ ଯେ ୟୁଏସଏସ କୋଲ ବିଧ୍ୱସଂକ ଉପରେ ହୋଇଥିବା ଆକ୍ରମଣ ପାଇଁ ଓସାମା ବିନ୍ ଲାଡେନ ଦାୟୀ ବୋଲି ଆମେରିକ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ଏହି ମାମଲାରେ ସେ ପର୍ଯ୍ୟନ୍ତ ଆମେରିକା ଲାଡେନ ବିରୋଧରେ ବିମାନ ଆକ୍ରମଣ କରିବ ନାହିଁ ଯେ ପର୍ଯ୍ୟନ୍ତ ପ୍ରମାଣ ନ ମିଳିଛି। ୨୦୦୦ ମସିହା ଜାନୁୟାରୀ ୨୦ ପର୍ଯ୍ୟନ୍ତ ଯେତେବେଳେ ଜର୍ଜ ଡବ୍ଲୁ ବୁଶ ରାଷ୍ଟ୍ରପତି ହୁଅନ୍ତି ସେ ପର୍ଯ୍ୟନ୍ତ ତାହା ହୋଇପାରିବ ନାହିଁ। ପରେ ଜନ୍ ସାୱର୍ସ  ବ୍ରିଟିଶ ବିଦେଶୀ ଗୁପ୍ତଚର ସେବାର ମୁଖ୍ୟ ହୋଇଥିଲେ।

ବ୍ରିଟେନ ଦ୍ୱାରା କରାଯାଇଥିବା ଯୋଜନା ସତ୍ତ୍ୱେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ନିର୍ଦ୍ଦେଶକ୍ରମ ୧୯୯୮ ମସିହା ଅଗଷ୍ଟ ୨୦ ତାରିଖରେ ପୂର୍ବ ଆଫଗାନିସ୍ତାନସ୍ଥିତ ଖୋସ୍ତ ଠାରେ ଅଲ କାଏଦା ଗଡ଼ ଉପରେ ଆମେରିକା ଟମହକ୍ କ୍ଷେପଣାସ୍ତ୍ର ଜରିଆରେ ଆକ୍ରମଣ କରିଥିଲା। ଏହା ପଛରେ ରହିଥିବା ଉଦ୍ଦେଶ୍ୟ ହେଉଛି ବ୍ରିଟେନ ପୂର୍ବରୁ ଓସାମା ବିନ୍ ଲାଡେନକୁ ହତ୍ୟା କରିବାକୁ ଆମେରିକା ଚାହୁଁଥିଲା। ହେଲେ ଅଲ କାଏଦା ପ୍ରତିଷ୍ଠାତା ଲାଡେନ ଏହି ଆକ୍ରମଣରୁ ସୁରକ୍ଷିତ ଭାବେ ନିଜକୁ ବଞ୍ଚାଇ ନେବାରେ ସଫଳ ହୋଇଥିଲା। ଆମେରିକାର ଏହି ଅସଫଳ ପ୍ରୟାସ କାରଣରୁ ବ୍ରିଟେନ ଅଭିଯାନ ମଧ୍ୟ ବିଫଳ ହୋଇ ଯାଇଥିଲା। ଏହି ଆକ୍ରମଣ ଓସାମା ବିନ୍ ଲାଡେନ ନିଜର ସେହି ଠିକଣାକୁ କେବେ ଫେରିନଥିଲା ଯାହା ବାବଦରେ ବ୍ରିଟେନ ଜାଣିଥିଲା।