Bomb Threat in Plane: ବିମାନରେ ବୋମା, ସାମ୍ଭାବ୍ୟ ବିପଦକୁ ନେଇ ଆସିଲା ବଡ଼ ଖବର
Advertisement

Bomb Threat in Plane: ବିମାନରେ ବୋମା, ସାମ୍ଭାବ୍ୟ ବିପଦକୁ ନେଇ ଆସିଲା ବଡ଼ ଖବର

Iranian Mahan Airlines: ମହାନ୍ ଏୟାରଲାଇନ୍ସ କହିଛି ଯେ ବିମାନ ଉଡ଼ାଣ ଭରିବା ସମୟରେ ଥିବା ବୋମା ରହିଥିବା ନେଇ ଖବର ମିଳିବା ପରେ ଏହାର ଚାଳକଙ୍କ ତତ୍କାଳ ଅବଗତ କରା ଯାଇଥିଲା। ଏହା ପରେ ଚାଳକ  ଜରୁରୀକାଳୀନ ଭିତ୍ତିରେ ଅବତରଣ  କରିବା ଲାଗି ନିକଟସ୍ଥ ଏଟିସି ସହ ଯୋଗାଯୋଗ କରିଥିଲେ। 

Bomb Threat in Plane: ବିମାନରେ ବୋମା, ସାମ୍ଭାବ୍ୟ ବିପଦକୁ ନେଇ ଆସିଲା ବଡ଼ ଖବର

Bomb in Plane: ଅକ୍ଟୋବର ୩ ତାରିଖ ସୋମବାର ସକାଳେ ଇରାନ ଠାରୁ ଚୀନ୍ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ବୋମା ରହିଥିବା ନେଇ ଖବର ଆସିବା ପରେ ସୃଷ୍ଟି ହୋଇଥିଲା ଆଲୋଡ଼ନ। ଯେତେବେଳେ ଏହି ବିମାନ ଦିଲ୍ଲୀ ଆଡ଼କୁ ଆସୁଥିଲା  ସେତେବେଳେ ଏୟାର ଲାଇନ୍ସ ପକ୍ଷରୁ ବିମାନରେ ବୋମା ରହିଥିବା ନେଇ ସତର୍କତା ଜାରି କରା ଯାଇଥିଲା। ବିମାନକୁ ତୁରନ୍ତ ଦିଲ୍ଲୀରେ ଅବତରଣ କରିବାକୁ ଅନୁମତି ମଗା ଯାଇଥିଲେ। ହେଲେ ଦିଲ୍ଲୀ ବିମାନ ବନ୍ଦର ଏୟାର ଟ୍ରାଫିକ କଣ୍ଟ୍ରୋଲ ବିମାନକୁ ଜୟପୁର  ବିମାନବନ୍ଦରରେ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇହିଲା। ଏହି ସମୟରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏହାର ପିଛା କରିଥିଲା। ଇରାନ ମହାନ୍ ଏୟାରଲାଇନ୍ସ ଏହି ଘଟଣାରେ ଏକ ବିବୃତ୍ତି ଜାରି କରି ସ୍ଥିତି ସ୍ପଷ୍ଟ କରିଛି।

ଏନେଇ ଇରାନ ମହାନ୍ ଏୟାରଲାଇନ୍ସ (Iranian Mahan Airlines) ପକ୍ଷରୁ କୁହାଯାଇଛି ଏୟାରବସ୍ 340N (Air Bus 340N ) ଦିଲ୍ଲୀ ବିମାନ ବନ୍ଦରରେ (Delhi Airport) ଅବତରଣ କରେ ନାହିଁ। ଏହା ଇରାନ (Iran), ପାକିସ୍ଥାନ (Pakistan) ଏବଂ ଭାରତ (India) ଆକାଶ ସୀମା (Air Space) ଦେଇ ଚୀନ୍ ଅଭିମୁଖେ ଉଡ଼ାଣ ଭରିଥାଏ।। ବିମାନ ବୋମା ରହିଥିବା ନେଇ ଏୟାରଲାଇନ୍ସ ଖବର ପାଇବା ମାତ୍ରେ ଏହାର ବିମାନ ଚାଳକଙ୍କୁ ଦିଲ୍ଲୀ ଠାରେ ଅବତରଣ କରିବାକୁ ପରାମର୍ଶ ଦେଇଥିଲା। ଯେତେବେଳେ ଦିଲ୍ଲୀରେ ଅବତରଣ କରିବା ଅନୁମତି ଦିଆଯାଇ ନଥିଲା, ସେତେବେଳେ ବିମାନ ଚାଳକ ଏହାକୁ ଚୀନ ଆକାଶ ସୀମା (China Air Space) ଆଡକୁ ନେଇ ଯାଇଥିଲେ। ଏହି ସମୟରେ ଭାରତୀୟ ବାୟୁସେନାର (Indian Air Force) ଯୁଦ୍ଧ ବିମାନ ଏହା ଉପରେ ନିରାପଦ ନଜର ରଖିଥିଲେ। ଏହି ବିମାନ ଇରାନ ରାଜଧାନୀ ତେହେରାନ (Iran Capital Tehran) ଠାରୁ ଚୀନ ଗ୍ୱାଙ୍ଗଝୁ ସହର (China Guangzhou City) ଅଭିମୁଖେ ଉଡ଼ାଣ ଭରୁଥିଲା।

Also Read: DGCA Notice to SpiceJet: ତ୍ରୁଟିପୂର୍ଣ୍ଣ ଘଟଣାରେ ଜବାବ ରଖିବାକୁ ମିଳିଲା ନୋଟିସ

 

ବିମାନରେ ରହିଥିବା ନେଇ ଖବର ପାଇବା ପରେ ମହାନ ଏୟାର ଲାଇନ୍ସ ଦିଲ୍ଲୀ ବିମାନ ବନ୍ଦର ଏୟାର ଟ୍ରାଫିକ କଣ୍ଟ୍ରୋଲ ୟୁନିଟ (Air Traffic Control Unit) ଏଟିସି (Delhi Air Port ATC) ସହ ଯୋଗାଯୋଗ କରିଥିଲା। ହେଲେ ଦିଲ୍ଲୀ ଏଟିସି ବିମାନକୁ ଜୟପୁର କିମ୍ବା ଚଣ୍ଡିଗଡ଼ ଠାରେ ଅବତରଣ କରିବାକୁ ପରାମର୍ଶ ଦେଇଥିଲା। ପାଇଲଟ ଏହି ପରାମର୍ଶକୁ ଧ୍ୟାନ ଦେଇନଥିଲେ ଏବଂ ତାଙ୍କ ଏୟାରଲାଇନ୍ସ ପରାମର୍ଶକ୍ରମେ ବିମାନକୁ  ଚୀନ୍ ଆଡକୁ ମୁହାଁଇ ଭାରତୀୟ ବାୟୁସୀମା ଛାଡି ଦେଇଥିଲେ।

ଇରାନ ମହାନ୍ ଏୟାରଲାଇନ୍ସ ବିମାନରେ ବୋମା ରହିଥିବା ନେଇ ଖବର ପାଇବା ମାତ୍ରେ ଭାରତୀୟ ସୁରକ୍ଷା ଏଜେନ୍ସି ସତର୍କ ହୋଇ ଉଠିଥଲେ। ଏନେଇ ତତ୍କାଳ ପ୍ରଭାବରେ ଭାରତୀୟ ବାୟୁସେନାକୁ ସତର୍କ କରାଯାଇଥିଲା। ପଞ୍ଜାବ ଏବଂ ଯୋଧପୁର ସ୍ଥିତି ବାୟୁସେନା ଘାଟିରୁ ଦୁଇଟି ସୁଖୋଇ ବିମାନ ଇରାନ ବିମାନ ଉପରେ ସତର୍କ ନଜର ରଖିଥିଲେ। ହେଲେ ଏହି ବିମାନରେ ବୋମା ରହିଥିବା ନେଇ ନିଶ୍ଚିତ ହୋଇନଥିଲା ଏବଂ ପରେ ଏହା ଚୀନ୍ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ଇରାନୀ ବିମାନ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଭାରତୀୟ ବାୟୁସୀମାରେ ରହିଥିଲା। ଏହି ସମୟ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଇରାନର ମହାନ ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରିଛି। ଏନେଇ କୁହାଯାଇଛି ଭାରତୀୟ ବାୟୁ ସୀମାରେ ଉଡ଼ାଣ ଭରିବା ବେଲେ ବିମାନରେ ବୋମା ରହିଥିବାର ଖବର ମିଳିବା ପରେ ତତ୍କାଳ ଅବତରଣ କରିବାକୁ ଅନୁମତି ମଗା ଯାଇଥିଲା। ଯାତ୍ରୀ ବିମାନ ଏୟାରବସ୍ 340N  ତେହେରାନ ଠାରୁ ଗ୍ୱାଙ୍ଗଝୁ ଅଭମୁଖେ ଯାତ୍ରା କରୁଥିଲା।

Also Read:  Spice Jet: ପୁଣି ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ କାଳୀନ ଅବତରଣ କଲା ଆଉ ଏକ ବିମାନ

 

ମହାନ୍ ଏୟାରଲାଇନ୍ସ କହିଛି ଯେ ବିମାନ ଉଡ଼ାଣ ଭରିବା ସମୟରେ ଥିବା ବୋମା ରହିଥିବା ନେଇ ଖବର ମିଳିବା ପରେ ଏହାର ଚାଳକଙ୍କ ତତ୍କାଳ ଅବଗତ କରା ଯାଇଥିଲା। ଏହା ପରେ ଚାଳକ  ଜରୁରୀକାଳୀନ ଭିତ୍ତିରେ ଅବତରଣ  କରିବା ଲାଗି ନିକଟସ୍ଥ ଏଟିସି ସହ ଯୋଗାଯୋଗ କରିଥିଲେ। ଏହା ପରେ ବିମାନ ଉଡ଼ାଣ ସମ୍ବନ୍ଧରେ ନିଷ୍ପତ୍ତି ନିଆ ଯାଇଥିଲା। ସୁରକ୍ଷା ସହିତ କୌଣସି ପ୍ରକାର ବୁଝାମଣା ନ କରିବାକୁ ଏବଂ  ଆନ୍ତର୍ଜାତୀୟ ତଥା ଆଭ୍ୟନ୍ତରୀଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ତତ୍କାଳ  ଅବତରଣ କରିବାକୁ ପରାମର୍ଶ ଦିଆଯାଇଥିଲା। ବିମାନ ସେବା ଏହାର ଉଚ୍ଚ ନିରାପତ୍ତା ମୂଲ୍ୟ ପାଇଁ ପ୍ରତିବଦ୍ଧ।  ଏହା ହେଉଛି ବିମାନର ନିରାପତ୍ତା ବଜାୟ ରଖିବା ଏବଂ ଯାତ୍ରୀଙ୍କୁ ସେବା ଯୋଗାଇବା। ବିମାନ ସେବା ଅନୁଯାୟୀ ବିମାନ ଠିକ ସମୟରେ ଚୀନ ଗ୍ୱାଙ୍ଗଝୁ ଠାରେ ଅବତରଣ କରିଥିଲା।