Veteran BJP leader : ପୁଣି ଅସୁସ୍ଥ ହେଲେ ଆଡ଼ଭାନୀ : ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha2320521

Veteran BJP leader : ପୁଣି ଅସୁସ୍ଥ ହେଲେ ଆଡ଼ଭାନୀ : ହସ୍ପିଟାଲରେ ଭର୍ତ୍ତି

Lal Krishna Advani admitted to Apollo Hospital : ଲାଲକୃଷ୍ଣ ଆଡ଼ଭାନୀ ସ୍ୱାସ୍ଥ୍ୟବସ୍ଥା ପୁଣିଥରେ ବିଗିଡିଛି। ତାଙ୍କୁ ଗତକାଲି ରାତି ୯ଟାରେ ମଥୁରା ରୋଡ୍‌ରେ ଥିବା ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Veteran BJP leader advani

Veteran BJP leader : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ସ୍ୱାସ୍ଥ୍ୟବସ୍ଥା ପୁଣିଥରେ ବିଗିଡିଛି। ତାଙ୍କୁ ଗତକାଲି(ବୁଧବାର) ରାତି ୯ଟାରେ ମଥୁରା ରୋଡ୍‌ରେ ଥିବା ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ନାୟୁରୋଗ ବିଭାଗର ବିଶେଷଜ୍ଞ ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ବାବଧାନରେ ଆଡ଼ଭାନୀଙ୍କ ଚିକିତ୍ସା କରାଯାଉଛି। ତେବେ ଆପୋଲୋ ହସ୍‌ପିଟାଲ୍‌ରୁ ଜାରି ସୂଚନା ଅନୁସାରେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ହସ୍ପିଟାଲର ଡାକ୍ତର ବିନୀତ ସୁରୀ କହିଛନ୍ତି, ବର୍ତ୍ତମାନ ଆଡଭାନୀଙ୍କୁ ଅବଜରଭେସନରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପୂର୍ବରୁ ମଧ୍ୟ ଗତ ୨୬ ତାରିଖ ଦିନ ଏଲ୍ କେ ଆଡ଼ଭାନୀଙ୍କୁ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଦିଲ୍ଲୀ ଏମ୍‌ସର ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଏବଂ ସ୍ବାସ୍ଥ୍ୟରେ ସୁଧାର ପରେ ସେ ୨୭ ତାରିଖରେ ଘରକୁ ଫେରିଥିଲେ।

୯୬ ବର୍ଷୀୟ ଆଡଭାନୀ ବେଶ କିଛି ଦିନ ହେବ ବୟସାଧିକ କାରଣରୁ ଅସୁସ୍ଥ ରହୁଛନ୍ତି।