Mallikarjun Kharge: ବିଜେପିକୁ କନ୍ଦାଇଦେଲେ ନୂଆ ସଭାପତି ଖଡ଼ଗେ, ଦଳ କରିଲା ଏପରି ଅନୁରୋଧ
Advertisement
Article Detail0/zeeodisha/odisha1493894

Mallikarjun Kharge: ବିଜେପିକୁ କନ୍ଦାଇଦେଲେ ନୂଆ ସଭାପତି ଖଡ଼ଗେ, ଦଳ କରିଲା ଏପରି ଅନୁରୋଧ

Mallikarjun Kharge: ସଂସଦ ବାହାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଇଥିବା ବୟାନକୁ ନେଇ ଏବେ ତୁମ୍ଭିତୋଫାନ ଆରମ୍ଭ ହୋଇଛି। କଂଗ୍ରେସକୁ ଘୋର ନିନ୍ଦା କରିବା ସହିତ ତାଙ୍କ ଅଭଦ୍ର ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି। ତେବେ କଣ ସେ କହିଥିଲେ ପଢନ୍ତୁ ପୁରା ରିପୋର୍ଟ। 

Mallikarjun Kharge: ବିଜେପିକୁ କନ୍ଦାଇଦେଲେ ନୂଆ ସଭାପତି ଖଡ଼ଗେ, ଦଳ କରିଲା ଏପରି ଅନୁରୋଧ

Mallikarjun Kharge: ନୂଆଦିଲ୍ଲୀ: କଂଗ୍ରେସ ସଭାପତି (Congress President) ମଲ୍ଲିକାର୍ଜୁନ ଖଡ଼ଗେ (Mallikarjun Kharge) ଅଲୱାରରେ ଦେଇଥିବା ବିବୃତ୍ତିକୁ ନେଇ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇ ଯାଇଛି। ମଲ୍ଲିକାର୍ଜୁନ ଖଡ଼ଗେ ବୟାନ ଆସିବା ପରେ ସାଂସଦରେ ବିପକ୍ଷ ଓ ଶାସକ ମଧ୍ୟରେ ଜୋରଦାର ହଙ୍ଗାମା ହୋଇଛି। ଏପରିକି ସଂସଦରେ ବିଜେପିର (BJP) ଏକାଧିକ ନେତା ଓ ମନ୍ତ୍ରୀ କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ (Congress President) ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ (Mallikarjun Kharge) ବିରୋଧ କରୁଥିବାର ନଜର ଆସିଛନ୍ତି। କଂଗ୍ରେସ ଅଧ୍ୟକ୍ଷ (Congress President) ମଲ୍ଲିକାର୍ଜୁନ ଖଡ଼ଗେ (Mallikarjun Kharge) କହିଥିଲେ କି ସେ ଦେଇଥିବା ବୟାନ ସଂସଦରେ ଦେଇନଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏହି ବୟାନ ବିବାଦୀୟ ହୋଇ ଯାଇଥିଲା। ଖଡ଼ଗେ କହିଥିଲେ କି ଆମେ ଦେଶକୁ ସ୍ୱାଧୀନ କରିଥିଲୁ। ଦେଶ ପାଇଁ ସ୍ୱାଧୀନତା ଆଣିଦେଇଥିଲୁ। ଦେଶରେ ଏକତାପାଇଁ ଇନ୍ଦିରା ଓ ରାଜୀବନଗାନ୍ଧୀ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଆମ ଦଳର ନେତାମାନେ ନିଜର ଜୀବନ ମଧ୍ୟ ଦେଶ ପାଇଁ ଦେଇଛନ୍ତି। ଆପଣମାନେ କଣ କରିଛନ୍ତି। ଆପଣଙ୍କ ଘରେ କୌଣସି କୁକୁର ଦେଶ ପାଇଁ ମରିଛନ୍ତି କି। ଆଉ କେହି ଦେଶ ପାଇଁ ଜୀବନ ଦେଇଛନ୍ତି କି ବୋଲି ଖଡଗେ କହିଥିଲେ। 

ଖଗଡ଼େଙ୍କ ଏହି ମନ୍ତବ୍ୟକୁ ନେଇ ସଂସଦ ମଧ୍ୟରେ ବେଶ ତୁମ୍ଭିତୋଫାନ ହୋଇଛି। ଉଭୟ ଶାସକ ବିଜେପି ଓ ବିପକ୍ଷ ପରସ୍ପରକୁ ଆକ୍ଷେପ କରିବାରେ ଲାଗିଛି। ରାଜ୍ୟସଭାରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏହି ବୟାନ ପରେ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି। ଖଡ଼ଗେଙ୍କ ଉପରେ ଆକ୍ରମଣ କରି ବିଜେପି ନେତା ପିୟୁଷ ଗୋଏଲ କହିଥିଲେ କି ଖଡ଼ଗେଙ୍କର ସଦନରେ ରହିବାର କୌଣସି ଅଧିକାରୀ ନାହିଁ। କଂଗ୍ରେସ ପାଇଁ ଜମ୍ମୁ କାଶ୍ମୀରର ଅବସ୍ଥା ଏପରି ହୋଇଛି। ଅଲଓ୍ୱରରେ ବିପକ୍ଷ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅତ୍ୟନ୍ତ ଅଶାଳୀନ ଢଙ୍ଗରେ ମନ୍ତବ୍ୟ ଦେଇଛନ୍ତି। ଏଭଳି ଭାଷା ପ୍ରୟୋଗ କରିବା ଅତ୍ୟନ୍ତ ନିନ୍ଦନୀୟ। ସେ ଯେଉଁଭଳି ଭାବରେ ଅଭଦ୍ର ଭାଷା ପ୍ରୟୋଗ କରିଛନ୍ତି, ନାରାଧାର ଢଙ୍ଗରେ ଭାଷା ପ୍ରୟୋଗ କରି ଦେଶବାସୀଙ୍କ ସାମ୍ନାରେ ଯେଉଁ ମିଥ୍ୟା ପ୍ରମାଣ ଉପସ୍ଥାପିତ କରିବାକୁ ପ୍ରୟାସ କରିଛନ୍ତି ମୁଁ ତାହାର ଘୋର ନିନ୍ଦା କରୁଛି ବୋଲି ଶ୍ରୀ ଗୋଏଲ କହିଥିଲେ। ସେ ସଂସଦରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। 

ସଂସଦୀୟ ଦଳର ନେତା ପ୍ରହ୍ଲାଦ ଯୋଶୀ କହିଥିଲେ କି ଏମାନେ ଅସଲି କଂଗ୍ରେସ ନୁହଁନ୍ତି। ଯିଏ ସ୍ୱାଧିନତା ପାଇଁ ଲଢିଥିଲେ, ତାଙ୍କର ପରିବାର ସଦସ୍ୟ ବର୍ତ୍ତମାନ ଅନ୍ୟ ସମସ୍ତ ଦଳରେ ରହିଛନ୍ତି। କଂଗ୍ରେସ ବର୍ତ୍ତମାନ ବିଲକୁଲ ନକଲି କଂଗ୍ରେସ ପାଲଟି ସାରିଲାଣି ବୋଲି ସେ କହିଥିଲେ। ସେହିପରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନ କୁମାର ଚୌବେ କହିଥିଲେ କି କଂଗ୍ରେସ ଏତେ ତଳକୁ ଖସିଯିବ ବୋଲି କେହି ବିଶ୍ୱାସ କରୁନାହାନ୍ତି। ସ୍ୱାଧୀନତା ପାଇଁ ପୁରା ଦେଶ ସଂଗ୍ରାମ କରିଥିଲା। ପୁରା ଦେଶ ସେହି ସମୟରେ ବଳିଦାନ ଦେବାକୁ ପ୍ରସ୍ତୁତ ହୋଇ ରହିଥିଲା। ସେହି ସମୟରେ ଦେଶବାସୀ ଗୋଟିଏ ଦଳର ରୂପ ନେଇ ନଥିଲେ। 

ସେପଟେ ବିଜେପି ନେତା କିରଣ ରିଜିଜୁ କହିଥିଲେ କି ଗୋଟିଏ ରାଜନୈତିକ ଦଳର ଅଧ୍ୟକ୍ଷ ଏଭଳି ଭାବେ ପ୍ରତିକ୍ରିୟା ରଖିବେ ଏବଂ ତାହାକୁ ଶୁଣି ସମସ୍ତଙ୍କୁ ଖରାପ ଲାଗୁଛି। ମୁଁ କେବେ ଏଭଳି ଆଶା କରିନଥିଲି। ଏହି ଘଟଣାକୁ ମୁଁ ଦୃଢ ନିନ୍ଦା କରୁଛି। ଆମେମାନେ ଆପଣମାନଙ୍କର ଶତ୍ରୁ ନୁହେଁ, ଆମେ ପ୍ରତିଦ୍ୱନ୍ଦ୍ୱୀ। ମଲ୍ଲିକାର୍ଜୁନ ଖଡ଼ଗେ ଯେଉଁ ଖାରପ ଶବ୍ଦ ବ୍ୟବହାର କରିଛନ୍ତି ତାହା ତାଙ୍କୁ ରାଜନୈତିକ ସ୍ତରରେ ବେଶ ତଳକୁ ଖସାଇ ଦେଉଛି। ସେପଟେ ଏହାକୁ ବିରୋଧ କରିବା ସହିତ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି କି ମୁଁ ଏହି ମନ୍ତବ୍ୟ ସଂସଦ ବାହାରେ ଦେଇଥିଲି। ଯାହା ବ୍ୟକ୍ତିଗତ ସ୍ତରରେ ରହିଥିଲା। କିନ୍ତୁ ବିଜେପି ନେତାମାନେ ତାଙ୍କୁ ଗୃହ ଭିତରକୁ ନେଇଛନ୍ତି। ତାହାକୁ ନେଇ ଅଯଥା ରାଜନୀତି କରିବାକୁ ଚାହୁଁଛନ୍ତି। ତେବେ ଏଥିପାଇଁ ମୁଁ କେବେ ବି କ୍ଷମାପ୍ରାର୍ଥନା କରିବି ନାହିଁ ବୋଲି ଖଡ଼ଗେ ରୋକଠୋକ ଶୁଣାଇ ଦେଇଛନ୍ତି।