UDAN Scheme: ଉଡାନ ଯୋଜନାକୁ ନେଇ ଚିହିଁକି ଉଠିଲେ ମନ୍ତ୍ରୀ, ଟିକେଟକୁ ନେଇ କହିଲେ ଏକଥା
Advertisement
Article Detail0/zeeodisha/odisha1396285

UDAN Scheme: ଉଡାନ ଯୋଜନାକୁ ନେଇ ଚିହିଁକି ଉଠିଲେ ମନ୍ତ୍ରୀ, ଟିକେଟକୁ ନେଇ କହିଲେ ଏକଥା

Flight Ticket Price: ପର୍ବ ପର୍ବାଣୀ ସମୟରେ ବଢି ଯାଇଥାଏ ଯାତ୍ରା ଟିକେଟ୍ ମୂଲ୍ୟ। ବିମାନ ଟିକେଟ ମୂଲ୍ୟ ବଢିଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିହାର ମନ୍ତ୍ରୀ ସଞ୍ଜୟ ଝା। 

UDAN Scheme: ଉଡାନ ଯୋଜନାକୁ ନେଇ ଚିହିଁକି ଉଠିଲେ ମନ୍ତ୍ରୀ, ଟିକେଟକୁ ନେଇ କହିଲେ ଏକଥା

Bihar Minister on UDAN Scheme: ପର୍ବ ପର୍ବାଣୀ ଋତୁରେ ସବୁ ଜାଗାରେ ଟିକେଟ୍ ପାଇଁ ହୋଇଥାଏ ଅନେକ ଝଗଡ଼ା। ଏଭଳି ପରିସ୍ଥିତିରେ ଭାରତୀୟ ରେଳବାଇ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଅନ୍ୟପଟେ ଏୟାରଲାଇନ୍ସ କମ୍ପାନୀ ମଧ୍ୟ ଏହି ସମୟରେ ମଧ୍ୟ ଟିକେଟ ମୂଲ୍ୟରେ ମନମାନି କରୁଛନ୍ତି। ପ୍ରତିବର୍ଷ ବିହାର ଏବଂ ଉତ୍ତର ପ୍ରଦେଶ ଆଦି ରାଜ୍ୟର ଲୋକେ ଦୀପାବଳି ଏବଂ ଛଟ୍ ପୂଜା ଅବସରରେ ଅଧିକ ଘରକୁ ଯାଇଥାନ୍ତି। ଏଭଳି ପରିସ୍ଥିତିରେ ପର୍ବ ପର୍ବାଣୀ ଋତୁରେ ପ୍ରତ୍ୟେକ ପରିବହନ ମାର୍ଗରେ ଯାତ୍ରା ଟିକେଟ୍ ଚାହିଦା ମଧ୍ୟ ବଢିଯାଏ। 

ହେଲେ ଏବେ ବିହାରରେ (Bihar) ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଏଠାରେ ଦରଭଙ୍ଗା ବିମାନ ଭଡ଼ା (Darbhanga Flight Ticket) ଦୁବାଇ (Dubai) ଠାରୁ ଅଧିକ ହୋଇଯାଇଛି। ଏହା ପରେ ବିହାର ସରକାର ମନ୍ତ୍ରୀ ସଞ୍ଜୟ ଝା (Bihar Minister Sanjay Jha) ବିମାନ ସେବା (Flight Service) ଏବଂ କେନ୍ଦ୍ର ସରକାରଙ୍କ (Govt of India) ଉଡାନ ଯୋଜନା (UDAN Scheme) ଉପରେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଟ୍ୱିଟ କରି ମନ୍ତ୍ରୀ କହିଛନ୍ତି, ଦିପାବଳୀ ପୂର୍ବରୁ ଦିଲ୍ଲୀରୁ ଦରଭଙ୍ଗା ନନ୍ ଷ୍ଟପ୍ ବିମାନ ଟିକେଟ (Non Stop Flight Ticket) ୨୧ ହଜାର ୪୨୦ ଟଙ୍କାରେ ମିଳୁଛି। ଯେତେବେଳେ ଦିଲ୍ଲୀରୁ ଦୁବାଇ ନନ୍ ଷ୍ଟପ୍ ବିମାନ ଟିକେଟ୍ ମାତ୍ର ୧୧ ହଜାର ୬୯୦ ଟଙ୍କାରେ ଉପଲବ୍ଧ ହେଉଛି। ଏହା କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାର କେଉଁ ପ୍ରକାର ଉଡ଼ାଣ?   

ଟ୍ୱିଟ କରି ମନ୍ତ୍ରୀ ବିମାନ ସେବାର ଟିକେଟ୍ ଭଡାକୁ ତୁଳନା କରିଛନ୍ତି। ସେ ଏହାର ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ୨୨ ଅକ୍ଟୋବରରେ ନୂଆଦିଲ୍ଲୀରୁ ଦରଭଙ୍ଗା ପର୍ଯ୍ୟନ୍ତ ସ୍ପାଇସଜେଟ୍ ନନ୍ ଷ୍ଟପ୍ ବିମାନ ଭଡା ମୂଲ୍ୟ ୨୧ ହଜାର ୪୨୦ ଟଙ୍କା ରହିଛି। ହେଲେ ସେହିଦିନ ନୂଆଦିଲ୍ଲୀରୁ ଦୁବାଇ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଭଡା ୧୧ ହଜାର ୬୯୦ ଟଙ୍କା ରହିଛି। ଅନ୍ୟପଟେ ସେହି ଦିନ ସ୍ପାଇସଜେଟ ଭଡ଼ା ଦୁବାଇ ପାଇଁ ୧୨ ହଜାର ୪୯ ଟଙ୍କା ରହିଛି।

Also Read: କାମକୁ ନେଇ ଚର୍ଚ୍ଚାରେ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା; କାରନାମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ

କ'ଣ ଏହି ଉଡାଣ ଯୋଜନା?  

ଗତ ୨୦୧୬ ଅକ୍ଟୋବର ୨୧ ତାରିଖରେ ଦେଶରେ ଉଡାଣ ଯୋଜନା ଆରମ୍ଭ କରିଥିଲେ ଭାରତ ସରକାର। ଏହି ଯୋଜନାର ଲକ୍ଷ୍ୟ ହେଉଛି ଉଡେ ଦେଶ କା ଆମ ନାଗରିକ (Ude Desh ka Aam Naagrik)। ଅର୍ଥାତ ଦେଶର ସାଧାରଣ ନାଗରିକଙ୍କୁ ଉଡ଼ିବାକୁ ଦିଅ। ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏପରି ବିମାନ ସେବା ବିଶ୍ୱରେ ପ୍ରଥମ। ଏହି ଯୋଜନା ଅଧିନରେ ପ୍ରଥମ ପ୍ରକାର ସର୍ବନିମ୍ନ ୯ ସିଟ୍ ଏବଂ ସର୍ବାଧିକ ୪୦ ସିଟ୍ ବିଶିଷ୍ଟ ଫିକ୍ସଡ ୱିଙ୍ଗ ବିମାନ ସେବା ବଜାର ନିଲାମ ବ୍ୟବସ୍ଥା ଉପରେ ଆଧାରିତ। ଉଡାନ ଯୋଜନା ଅନୁଯାୟୀ ଏପରି ବିମାନରେ ୫୦ ପ୍ରତିଶତ ସିଟ୍ ପାଇଁ ଭଡା ସୀମା ୨୫୦୦ ଟଙ୍କା ଏବଂ ଅବଶିଷ୍ଟ ଟିକେଟ୍ ବଜାର ଭିତ୍ତିକ ମୂଲ୍ୟରେ ବିକ୍ରି ହେଉଛି। ଏହି ଯୋଜନା ଅଧୀନରେ ଏକ ଘଣ୍ଟା ବିମାନ ସେବା ପାଇଁ  ୨୫୦୦ ଟଙ୍କା ସୀମା ଧାର୍ଯ୍ୟ କରାଯାଇଛି।