ବିହାର ବିଧାନସଭା ନିର୍ବାଚନ: ଅନ ଲାଇନରେ ହେବ ନାମାଙ୍କନ ଦାଖଲ ଓ ଅମାନତ ଅର୍ଥ ଜମା
Advertisement

ବିହାର ବିଧାନସଭା ନିର୍ବାଚନ: ଅନ ଲାଇନରେ ହେବ ନାମାଙ୍କନ ଦାଖଲ ଓ ଅମାନତ ଅର୍ଥ ଜମା

ବିହାର ବିଧାନସଭା ନିର୍ବାଚନ ସହିତ  ଦେଶର ଗୋଟିଏ ଲୋକସଭା ସହ ବିଭିନ୍ନ ରାଜ୍ୟର ୬୪ଟି ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ସିଇସିଙ୍କ ପକ୍ଷରୁ କୁହାଯାଇଛି।   

 
 

ବିହାର ବିଧାନସଭା ନିର୍ବାଚନ: ଅନ ଲାଇନରେ ହେବ ନାମାଙ୍କନ ଦାଖଲ ଓ ଅମାନତ ଅର୍ଥ ଜମା

ପାଟନା: ଦେଶରେ କୋରୋନା ସଂକଟ (Corona Crisis) ଜାରି ରହିଥିବା ବେଳେ ଉପଯୁକ୍ତ ସମୟରେ ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Election 2020) ଅନୁଷ୍ଠିତ ହେବା ନେଇ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ-ସିଇସି (Chief Election Commissioner-CEC) । ଏହା ସହିତ ଗୋଟିଏ ଲୋକସଭା (Lok Sabha) ସହ ବିଭିନ୍ନ ରାଜ୍ୟର ୬୪ଟି ବିଧାନସଭା ଆସନ (Assembly Constituency) ରେ ଉପ ନିର୍ବାଚନ (By Poll)  ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ସିଇସିଙ୍କ ପକ୍ଷରୁ କୁହାଯାଇଛି।  

ଚଳିତ ବର୍ଷ ନଭେମ୍ବର ୨୯ ତାରିଖ ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ସରିବ । ଉପଯୁକ୍ତ ସମୟରେ ଏହାର ତାରିଖ ଘୋଷଣା କରାଯିବ ବୋଲି ଜଣାଇ ଦେଇଛନ୍ତି ସିଇସି । ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଇଡ ଲାଇନ (Guide Lines) ଜାରି କରି ସାରିଛନ୍ତି ସିଇସି । ନିର୍ବାଚନ ପ୍ରକ୍ରିୟା ସମୟରେ ସାମାଜିକ ଦୂରତା ରକ୍ଷା (Social Distance) ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କେହି ଏହି ନିୟମ ଭାଙ୍ଗନ୍ତି, ତାହେଲେ ସମ୍ପୃକ୍ତ ବ୍ୟକ୍ତିବିଶେଷ କିମ୍ବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ବିଭିନ୍ନ ରାଜନୈତିକ ଦଳର ବିରୋଧ କାରଣରୁ ୬୫ ବର୍ଷର ଲୋକଙ୍କୁ ପୋଷ୍ଟାଲ ବାଲାଟ (Postal Ballot) ସୁବିଧା ଯୋଗାଇଦେବା ଆଦେଶ ପ୍ରତ୍ୟାହାର କରି ନିଆଯାଇଛି ।

ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ଇସିଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସ ଅନୁସାରେ ଏଥର ଅନଲାଇନ ନାମାଙ୍କନ (Online Nomination) ଦାଖଲ କରାଯିବ । ଏହା ସହିତ ଅମାନତ ଅର୍ଥ (Security Money) ଅନ ଲାଇନ ଜମା (Online Deposit) କରାଯିବ । ଏପରିକି ରାଜନୈତିକ ଦଳର ପ୍ରାର୍ଥୀ (Political Party Candidate) ଙ୍କ ସହ କେବଳ ୨ ଜଣ ବ୍ୟକ୍ତି ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ । 

ଅଧିକରୁ ଅଧିକ କେବଳ ୨ଟି ଗାଡି ନେଇ ଆସି ପାରିବେ ପ୍ରାର୍ଥୀ । ପ୍ରଚାର କରିବା ବେଳେ ଦଳୀୟ ପ୍ରାର୍ଥୀ କେବଳ ୫ ଜଣ ଲୋକଙ୍କୁ ସାଥିରେ ନେଇ ପ୍ରଚାର କରିପାରିବେ । ଜନସଭା (Public Rally) କରିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯିବ। କେତେ ଲୋକ ଆସିବେ ସେ ନେଇ ପୂର୍ବରୁ ଜଣାଇବାକୁ ହେବ ।