Bihar: ରେଳ ଲାଇନ ଠାରେ ଚାଲିଥିଲା ଖନନ କାର୍ଯ୍ୟ, ୧୫ ଫୁଟ ତଳୁ ମିଳିଲା ପ୍ରଭୁ ବିଷ୍ଣୁଙ୍କ ୪ ଫୁଟ ଉଚ୍ଚ ପ୍ରତିମା
Advertisement

Bihar: ରେଳ ଲାଇନ ଠାରେ ଚାଲିଥିଲା ଖନନ କାର୍ଯ୍ୟ, ୧୫ ଫୁଟ ତଳୁ ମିଳିଲା ପ୍ରଭୁ ବିଷ୍ଣୁଙ୍କ ୪ ଫୁଟ ଉଚ୍ଚ ପ୍ରତିମା

Bihar Ancient Idol News: ସ୍ଥାନୀୟ ଲୋକ ପ୍ରଥମେ ଏହି ପ୍ରତିମୂର୍ତ୍ତିକୁ ଦେଖିଥିଲେ। ପରେ ପୋଲିସ ଏ ସମ୍ପର୍କରେ ଜାଣିବାକୁ ପାଇଥିଲା। ପୋଲିସ ଏହି ମୂର୍ତ୍ତିକୁ ଜବତ କରି ଅନୁସନ୍ଧାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ 
ପାଖକୁ ପଠାଇଛି।

Bihar: ରେଳ ଲାଇନ ଠାରେ ଚାଲିଥିଲା ଖନନ କାର୍ଯ୍ୟ, ୧୫ ଫୁଟ ତଳୁ ମିଳିଲା ପ୍ରଭୁ ବିଷ୍ଣୁଙ୍କ ୪ ଫୁଟ ଉଚ୍ଚ ପ୍ରତିମା

Ancient Idol Found in Bihar: ରେଳ ଲାଇନ ଠାରେ ଚାଲିଥିଲା ଖନନ କାର୍ଯ୍ୟ। ଆଉ ଖୋଳିବା ବେଳେ ୧୫ ଫୁଟ ତଳୁ ମିଳିଲା ପ୍ରଭୁ ବିଷ୍ଣୁଙ୍କ ୪ ଫୁଟ ଉଚ୍ଚ ପ୍ରତିମା। ସଦ୍ୟ ବିହାର ଗୋପାଳଗଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।  ଜିଲ୍ଲାର କୌଣସି ଏକ ସ୍ଥାନରେ ରେଳ ଲାଇନ ଠାରେ ମାଟି ଖୋଳିବା କାର୍ଯ୍ୟ ଚାଲିଥିଲା। ହେଲେ ଯେତେବେଳେ ସେଠାରେ କିଛି ମିଳିଲା, ସେତେବେଳେ ତାହାକୁ ଦେଖିବା ପାଇଁ ଲୋକ ଘଟଣାସ୍ଥଳରେ  ଏକାଠି ଭଗବାନଙ୍କ ଜୟ ଜୟକାର କରିବାରେ ଲାଗିଥିଲେ। ଖନନ ସମୟରେ ଏଠାରେ ଭଗବାନ ବିଷ୍ଣୁଙ୍କ ୪ ଫୁଟ ଉଚ୍ଚତାର ଏକ ପ୍ରତିମା ମିଳିଛି। ଏନେଇ କୁହାଯାଉଛି ଯେ  ଏହି ମୂର୍ତ୍ତି ଅଷ୍ଟଧାତୁରୁ ନିର୍ମିତ ଏବଂ ଏହା ବହୁତ ପୁରୁଣା।

ସ୍ଥାନୀୟ ଲୋକ ପ୍ରଥମେ ଏହି ପ୍ରତିମୂର୍ତ୍ତିକୁ ଦେଖିଥିଲେ। ପରେ ପୋଲିସ ଏ ସମ୍ପର୍କରେ ଜାଣିବାକୁ ପାଇଥିଲା। ପୋଲିସ ଏହି ମୂର୍ତ୍ତିକୁ ଜବତ କରି ଅନୁସନ୍ଧାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ (Archaeology Department) 
ପାଖକୁ ପଠାଇଛି। ଏନେଇ ବିହାର ପୋଲିସ (Bihar Police) ପକ୍ଷରୁ କୁହାଯାଇଛି ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାର (Gopalganj District) ବରୌଲି ଥାନା ଅଞ୍ଚଳର (Barauli Police Station) ମୋହନପୁର ଗ୍ରାମ ନିକଟରେ ଅବସ୍ଥିତ ରେଳ ଲାଇନ ନିକଟରେ ଜେସିବି ସହାୟତାରେ ମାଟି ଖୋଳା ଯାଉଥିଲା। ରବିବାର ସନ୍ଧ୍ୟାରେ ମାଟି ଖୋଳାଯିବା ସମୟରେ ଭଗବାନ ବିଷ୍ଣୁଙ୍କ (Lord Vishnu) ଏକ ପ୍ରାଚୀନ ମୂର୍ତ୍ତି ମାଟିରୁ (Ancient Idol) ପ୍ରାୟ ୧୫ ଫୁଟ ତଳୁ ମିଳିଥିଲା। 

Also Read: ଫସଲ ବଦଳରେ ଚାଷ ଜମିରୁ ମିଳିଲା ସ୍ୱର୍ଣ୍ଣ ମୁଦ୍ରା; ନେବାକୁ ମାଡି଼ ଆସିଲେ ଲୋକେ

ଗ୍ରାମବାସୀ କହିଛନ୍ତି ଯେ ମାଟିତଳୁ ଭଗବାନ ବିଷ୍ଣୁଙ୍କ ଏକ ପ୍ରାଚୀନ ମୂର୍ତ୍ତି ମିଳିଛି। ଯାହାର ଉଚ୍ଚତା ହେଉଛି ପ୍ରାୟ ୪ ଫୁଟ। ମାଟି ତଳୁ ମିଳିଥିବା ଏହି ଭଗବାନ ବିଷ୍ଣୁଙ୍କ ଏକ ଖଣ୍ଡବିଖଣ୍ଡିତ କଳା ପ୍ରତିମୂର୍ତ୍ତି। ଏହି ମୂର୍ତ୍ତି ଦେଖିବାକୁ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଭଳି ଦୃଶ୍ୟମାନ ହେଉଛି। ମୂର୍ତ୍ତିର ଡାହାଣ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି।

ବରୌଲି ଥାନା ପ୍ରଭାରୀ ଅଶ୍ୱିନୀ କୁମାର ତିୱାରୀ କହିଛନ୍ତି ଯେ ଏହି ମୂର୍ତ୍ତି ବହୁମୂଲ୍ୟର ହୋଇଥିବା ବେଳେ ଏହା ଅଷ୍ଟାଧାତୁରୁ ନିର୍ମିତ। ହେଲେ ବର୍ତ୍ତମାନ ସମୟରେ ଏହି ସମ୍ପର୍କରେ ଅଧିକ କିଛି କୁହାଯାଇ ପାରିବ ନାହିଁ। ମୂର୍ତ୍ତି ସମ୍ପର୍କରେ ଅଧିକ ଜାଣିବା ପାଇଁ ଏହାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ ପଠାଯାଉଛି। ପ୍ରତ୍ନତାତ୍ତ୍ୱିକ ବିଭାଗ ଏହି ମୂର୍ତ୍ତି ଉପରେ ଅଧିକ ଅନୁସନ୍ଧାନ କରିବା ପରେ ସଠିକ୍ ତଥ୍ୟ ଉପଲବ୍ଧ ହୋଇପାରିବ।