AI ଦ୍ୱାରା ଭାରତର ନିର୍ବାଚନକୁ ପ୍ରଭାବିତ କରିବାକୁ ଷଡଯନ୍ତ୍ର! ChatGPT ତିଆରି କରିଥିବା କମ୍ପାନୀ କଲା ଦାବି
Advertisement
Article Detail0/zeeodisha/odisha2272157

AI ଦ୍ୱାରା ଭାରତର ନିର୍ବାଚନକୁ ପ୍ରଭାବିତ କରିବାକୁ ଷଡଯନ୍ତ୍ର! ChatGPT ତିଆରି କରିଥିବା କମ୍ପାନୀ କଲା ଦାବି

OpenAI report: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ କିଛି ବ୍ୟବସ୍ଥା ଚାଲିଥିଲା ବୋଲି ଆମେରିକା ସ୍ଥିତ କୃତ୍ରିମ ବୁଦ୍ଧିମତା କମ୍ପାନୀ ଓପନଏଆଇର ସିଇଓ ସାମ ଅଲଟମ୍ୟାନ କହିଛନ୍ତି । 

 

OpenAI report

OpenAI report: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ଜୁନ ୧ ତାରିଖରେ ହେବ । ଏହାପରେ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ ।ତେବେ  କିଏ ଜିତିବ ଆଉ କିଏ ସରକାର ଗଠନ କରିବ ସେନେଇ ସାରା ଦେଶରେ ଚର୍ଚ୍ଚା ହେବା ସହିତ ଉତ୍ସାହର ବାତାବରଣ ଭରିଯାଇଛି । ତେବେ ଏହା ପୂର୍ବରୁ ଆସିଛି ଏକ ବଡ଼ ଖବର । ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ଇସ୍ରାଏଲ ଫାର୍ମ ପ୍ରୟାସ କରିଥିବା ନେଇ ଓପନ ଏଆଇ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।ଏଥିସହିତ ଆଣ୍ଟି-ବିଜେପି ଏଜେଣ୍ଟ ଚଳାଯାଇଥିବା ମଧ୍ୟ କୁହାଯାଇଛି ।

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ କିଛି ବ୍ୟବସ୍ଥା ଚାଲିଥିଲା ବୋଲି ଆମେରିକା ସ୍ଥିତ କୃତ୍ରିମ ବୁଦ୍ଧିମତା କମ୍ପାନୀ ଓପନଏଆଇର ସିଇଓ ସାମ ଅଲଟମ୍ୟାନ କହିଛନ୍ତି । ତେବେ ଭାରତର ଲୋକସଭା ନିର୍ବାଚନରେ ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନଡିଓ ଓ ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱାଧୀନ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ ଇଣ୍ଡିଆ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବା ବେଳେ ଡିସେମ୍ବର ୪ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ। ତେବେ ଏପ୍ରିଲ ମାସରେ ପୋଲିସଂ ଆରମ୍ଭ ହେବା ପରେ ନିର୍ବାଚନକୁ ବାଧା ସୃଷ୍ଟି କରିବାକୁ ଏକ ଇସ୍ରାଏଲ କମର୍ସିଆଲ କମ୍ପାନୀ ପ୍ରୟାସ କରିଥିଲା ବୋଲି ଓପନଏଆଇ ପକ୍ଷରୁ କୁହାଯାଇଛି ।

ତେବେ ଇସ୍ରାଏଲ କମ୍ପାନୀ ତରଫରୁ ଭାଜପା ବିରୋଧରେ ଆଲୋଚନା କରାଯିବା ସହିତ ବିରୋଧୀ କଂଗ୍ରେସକୁ ପ୍ରଶଂସା କରାଯାଇଥିବା ବୋଲି ରିପୋର୍ଟରେ କୁହାଯାଇଥିଲା। ଇସ୍ରାଏଲର ଏକ ପଲିଟିକାଲ କ୍ୟାମେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ଷ୍ଟୋଇକ ଦ୍ୱାରା ଏହା ପରିଚାଳିତ ହୋଇଥିଲା ବୋଲି କୁହାଯାଇଛି । ତେବେ ଓପନଏଆଇର ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ,ଭାରତର ରାଜନୈତିକ ଦଳ ବା ସେମାନଙ୍କ ଦ୍ୱାରା ସଞ୍ଚାଳିତ ଭୁଲ ସୂଚନା ଓ ବିଦେଶୀ ହସ୍ତକ୍ଷେପ ମାଧ୍ୟମରେ ଭାଜପାକୁ ଟାର୍ଗେଟ କରାଯାଉଛି । ଏହା ଦେଶର ଗଣତନ୍ତ୍ର ପାଇଁ ବେଶ୍ ବିପଦଜନକ ଅଟେ।ଭାରତ ଓ ଦେଶ ବାହାର ସ୍ୱାର୍ଥ ପାଇଁ ଏପରି ଏଜେଣ୍ଡା ଚାଲୁଛି । ଏହାର ଗଭୀର ଯାଞ୍ଚ ଓ ପର୍ଦ୍ଦାଫାଶ କରିବାର ଆବଶ୍ୟକତା ରହିଛି ବୋଲି ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

(Written By- Tapasa Gyanadarshini)