Kabul: ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ, ୧୯ ଛାତ୍ରଙ୍କର ମୃତ୍ୟୁ, ୨୭ ଆହତ
Advertisement
Article Detail0/zeeodisha/odisha1374374

Kabul: ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ, ୧୯ ଛାତ୍ରଙ୍କର ମୃତ୍ୟୁ, ୨୭ ଆହତ

Kabul blast: କାବୁଲର ଏକ ବିଦ୍ୟାଳୟରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀକାରି ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ଯାହାଫଳରେ ଏକ ଡର୍ଜନରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି ।

ସୌ: ସୋସିଆଲ ମିଡିଆ

Kabul blast: କାବୁଲର ଶିକ୍ଷାନୁଷ୍ଠାନ "କାଜ ଏକାଡେମୀ" ରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଶୁକ୍ରବାର ଦିନ ନିଜକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ଯାହାଫଳରେ ଏକ ଡର୍ଜନରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଋଷିଆ ଗଣମାଧ୍ୟମ ସ୍ପୁଟନିକ୍କୁ ଉଦ୍ଧୃତ କରି କହିଛି ଯେ ଏହି ଆକ୍ରମଣ ସକାଳ ପ୍ରାୟ ୭ ଟା ସମୟରେ ଘଟିଥିଲା ​​। କ୍ରମାଗତ ଚତୁର୍ଥ ସପ୍ତାହ ଧରି ଶୁକ୍ରବାର ଦିନ କାବୁଲରେ ବିସ୍ଫୋରଣ ଘଟିଛି । କାବୁଲ ସୁରକ୍ଷା କର୍ମୀମାନେ ଏହି ଆକ୍ରମଣକୁ ସୁନିଶ୍ଚିତ କରିଛନ୍ତି । ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଦାବି କରିନାହାଁନ୍ତି ।

ଟୋଲୋ ନ୍ୟୁଜ୍ ଦ୍ୱାରା ରିପୋର୍ଟ କରାଯାଇଛି, କାବୁଲ ସିକ୍ୟୁରିଟି କମାଣ୍ଡର ମୁଖପାତ୍ର ଖାଲିଦ ଜଡ୍ରାନ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ "କାଜ ଏକାଡେମୀ" ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ପ୍ରାଥମିକ ଯାଞ୍ଚକୁ ଭିତ୍ତି କରି ଆହତଙ୍କ ସଂଖ୍ୟା ଦିଆଯାଇଛି । ଖାଲିଦ ଜଡ୍ରାନ ଆହୁରି ମଧ୍ୟ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଯୋଗଦେବା ପାଇଁ ସ୍କୁଲରେ ପହଞ୍ଚିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏହି ଆକ୍ରମଣରେ ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି ।

ସାକ୍ଷୀମାନେ ସୂଚନା ଦେଇଛନ୍ତି ଯେ ଆତ୍ମଘାତୀ ବିସ୍ଫୋରଣକାରୀ ସୁରକ୍ଷାକର୍ମୀଙ୍କୁ ହତ୍ୟା କରି କାବୁଲର "କାଜ ଏକାଡେମୀ" ରେ ପଶିଥିଲେ । ଅନେକ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ ଆହତଙ୍କ ସଂଖ୍ୟା ୬୦ ରୁ ଅଧିକ ହୋଇପାରେ । ଏହା ବ୍ୟତୀତ ସେ କହିଛନ୍ତି ଯେ ଆକ୍ରମଣରେ ପୀଡିତଙ୍କ ମଧ୍ୟରୁ ଅଧିକାଂଶ ବାଳିକା । କାଜ ଏକାଡେମୀ ହାଜାରା ପ୍ରାଧାନ୍ୟ ଅଞ୍ଚଳରେ PD-୧୩ ରେ ଅବସ୍ଥିତ । ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି ବିସ୍ଫୋରଣ ଅତ୍ୟନ୍ତ ଶକ୍ତିଶାଳୀ ଥିଲା, ଯାହାର ଶବ୍ଦ ଅନେକ ଅଞ୍ଚଳ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା ।

କହିରଖୁଛୁ ଯେ ୨୩ ସେପ୍ଟେମ୍ବର ପୂର୍ବରୁ କାବୁଲର ୱାଜିର ମହମ୍ମଦ ଆକବର ଖାନ ମସଜିଦ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ଗୃହ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ଅନୁଯାୟୀ, ଲୋକମାନେ ମସଜିଦରେ ନମାଜ କରି ଫେରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ମସଜିଦ ନିକଟରେ ହୋଇଥିବା ଆକ୍ରମଣରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୧ ରୁ ଅଧିକ ଆହତ ହୋଇଥିବା ଖାଲିଦ ଜାବରନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କହିଛନ୍ତି । ସେ ଆହୁରି ସୂଚନା ଦେଇଛନ୍ତି ଯେ ଏହି ଆକ୍ରମଣ ପଛରେ ଦୋଷୀମାନଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ଟୁଇଟ୍ କରି କାବୁଲର ମସଜିଦ ନିକଟରେ ହୋଇଥିବା ବିସ୍ଫୋରଣକୁ ନିନ୍ଦା କରିଛନ୍ତି । 

ଏହା ବି ପଢ଼ନ୍ତୁ: Supreme Court: ସଂସଦ ଗୃହର ଥିବା ସିଂହ 'ହିଂସ୍ର' ଦେଖାଯିବା ଆବେଦନରେ ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ରାୟ