Odisha Cabinet Decision: ସଂଶୋଧିତ ହେବ କରାଯିବ ଓବିସି କମିଶନ ଆଇନ, କ୍ୟାବିନେଟ ବୈଠକରେ ପାରିତ ହେଲା ୧୨ ପ୍ରସ୍ତାବ
Advertisement
Article Detail0/zeeodisha/odisha1538477

Odisha Cabinet Decision: ସଂଶୋଧିତ ହେବ କରାଯିବ ଓବିସି କମିଶନ ଆଇନ, କ୍ୟାବିନେଟ ବୈଠକରେ ପାରିତ ହେଲା ୧୨ ପ୍ରସ୍ତାବ

Odisha Cabinet: ଶନିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। 

Odisha Cabinet Decision: ସଂଶୋଧିତ ହେବ କରାଯିବ ଓବିସି କମିଶନ ଆଇନ, କ୍ୟାବିନେଟ ବୈଠକରେ ପାରିତ ହେଲା ୧୨ ପ୍ରସ୍ତାବ

Odisha Cabinet Meeting: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଅଣ-ସରକାରୀ କଲେଜ କର୍ମଚାରୀଙ୍କୁ 
ଅନୁଦାନ-ସହାୟତା ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। କ୍ୟାବିନେଟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ରାଜ୍ୟର ୧୫ ହଜାର ୭୭୧ ଜଣ ଶିକ୍ଷକ କର୍ମଚାରୀ ଉପକୃତ ହେବେ। ରାଜ୍ୟ କ୍ୟାବିନେଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଗତ ବର୍ଷ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ।

ଗ୍ରାମ୍ୟ ପାଇପ୍ ଜଳ ଯୋଗାଣର ଦୁଇଟି ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍। ଯେଉଁଥିରେ ଯାଜପୁର ଜିଲ୍ଲାର ବରୀ ଏବଂ କୋରେଇ ବ୍ଲକରେ ଏହି ପ୍ରକଳ୍ପ ଦ୍ୱୟ କାର୍ଯ୍ୟକାରୀ ହେବ। ବରୀ ଏବଂ କୋରାଇ ବ୍ଲକରେ ୫ ବର୍ଷ ମଧ୍ୟରେ ନିର୍ମାଣ ହେବାକୁ ଯାଉଥିବା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ସେହିପରି ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଲକରେ ତିନୋଟି ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯିବ। ସେହିଭଳି ମାଲକାନଗିରି ଜିଲ୍ଲାରେ ଚାରୋଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ମାଲକାନଗିରି ଜିଲ୍ଲାର ଖିରିପୁଟ, ମାଥିଲି ଏବଂ କାଲିମେଳା ଠାରେ କାର୍ଯ୍ୟକାରୀ ହେବ। କ୍ୟାବିନେଟ ବୈଠକରେ ନିଆଯାଇଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ଅଣ-ସରକାରୀ କଲେଜ କର୍ମଚାରୀଙ୍କ ଅନୁଦାନ-ସହାୟତା ବୃଦ୍ଧି। 

ଗତବର୍ଷ ଜାନୁଆରୀ ପହିଲାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସେହିପରି BSSCCRI କର୍କଟ ରୋଗୀଙ୍କ ବାସସ୍ଥାନ ପାଇଁ ୨ ଏକର ଜମି ମାଗଣାରେ ପ୍ରଦାନ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି।

ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

  •  ଓବିସି କମିଶନ ଆଇନରେ ସଂଶୋଧନ କରାଯିବ
  •  ସୁବର୍ଣ୍ଣରେଖା ନଦୀରେ ଜଲେଶ୍ୱର ଠାରେ ଗୋବରୀ ଘାଟ ସେତୁ ନିର୍ମିତ ହେବ
  •  ଓଡିଶା ଗ୍ରୁପ୍ ବି କର୍ମଚାରୀଙ୍କ ନିଯୁକ୍ତି ଏବଂ ସେବା ସର୍ତ୍ତରେ ସଂଶୋଧନ କରାଯିବ
  •  ଜିଏସଟି ବାଣିଜ୍ୟିକ ଟ୍ୟାକ୍ସ ଡାଟା ଏଣ୍ଟ୍ରି ଅପରେଟର ପଦ ନିଯୁକ୍ତି ଆଇନରେ ସଂଶୋଧନ କରାଯିବ
  •  ଓଡିଶା ଖାଦ୍ୟ ପରୀକ୍ଷଣ ଲ୍ୟାବ କର୍ମଚାରୀ ନିଯୁକ୍ତି ଆଇନରେ ସଂଶୋଧନ କରାଯିବ
  •  OSJS ଏବଂ OJS ସେବା ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍
  •  ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ କ୍ୟାଡର ନିଯୁକ୍ତିରେ ସଂଶୋଧନ କରିଛି କ୍ୟାବିନେଟ