Bharat Ratna 2024: ନରସିଂହ ରାଓ, ଚରଣ ସିଂହ ଓ ଏମ୍ ଏସ୍ ସ୍ବାମୀନାଥଙ୍କୁ ‘ଭାରତ ରତ୍ନ’
Advertisement

Bharat Ratna 2024: ନରସିଂହ ରାଓ, ଚରଣ ସିଂହ ଓ ଏମ୍ ଏସ୍ ସ୍ବାମୀନାଥଙ୍କୁ ‘ଭାରତ ରତ୍ନ’

Bharat Ratna 2024: ଶୁକ୍ରବାର କେନ୍ଦ୍ର ସରକାର ପି.ଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ ଓ ଏମ୍ ଏସ୍ ସ୍ବାମୀନାଥଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେବାସହ ଏହି ମହାନ ବ୍ୟକ୍ତିତ୍ବଙ୍କ ଫଟୋ ମଧ୍ଯ ପୋଷ୍ଟ କରିଛନ୍ତି ।

ସୌଜନ୍ୟ-ସୋସିଆଲ ମିଡିଆ

ଖବର ଥାଉ କି, ଚଳିତ ବର୍ଷ ପ୍ରଥମ ଥର ପାଇଁ ୫ ଜଣଙ୍କୁ ଭାରତ ରତ୍ନ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯାହା ଏକ ରେକର୍ଡ଼ ଅଟେ । ପୂର୍ବରୁ ବର୍ଷକୁ ସର୍ବାଧିକ ୩ ଜଣଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଉଥିଲା । ଏ ପର୍ଯ୍ୟନ୍ତ ମୋଟ ୫୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି ।

ପି.ଭି ନରସିଂହ ରାଓଙ୍କ ଜନ୍ମ ୧୯୨୧ ଜୁନ ୨୮ରେ ତେଲଙ୍ଗାନାର କରିମନଗରରେ ହୋଇଥିଲା । ସେ ୧୯୭୧ରୁ ୧୯୭୩ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାପରେ ୧୯୭୭ରୁ ୧୯୮୪ ଯାଏଁ ଲୋକସଭା ସାଂସଦ ଥିଲେ । ସେ ବିଦେଶ ମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ଯ ଦାୟିତ୍ବ ତୁଲାଇଥିଲେ । ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ସେ ଦେଶର ନବମ  ପ୍ରଧାନମନ୍ତ୍ରୀ ହୋଇଥିଲେ । ସେହିପରି ଚୌଧୁରୀ ଚରଣ ସିଂହ ଦେଶର ପଞ୍ଚମ ଓ ପି.ଭି ନରସିଂହ ରାଓ ନବମ ପ୍ରଧାନମନ୍ତ୍ରୀ ଥିଲେ । ଚରଣ ସିଂହଙ୍କ ଜନ୍ମ ୧୯୦୨ ଡିସେମ୍ବର ୨୩ ୟୁପିର ମୀରଟରେ ହୋଇଥିଲା । ୧୯୬୭ରୁ ୧୯୬୮ ଓ ପୁଣି ୧୯୭୦ରେ ସେ ୟୁପି ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ସମୟରେ ସେ ନାବାର୍ଡ଼ ପ୍ରତିଷ୍ଠା କରିଥିଲ । ୧୯୭୯ ଜୁଲାଇ ୨୮ରୁ ୧୯୮୦ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ ।

କୃଷି ବୈଜ୍ଞାନିକ ଡଃ ଏମ୍ ଏସ ସ୍ବାମୀନାଥ ୧୯୨୫ ଅଗଷ୍ଟ ୭ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଭାରତର ସବୁଜ ବିପ୍ଲବର ଜନକ ବୋଲି କୁହାଯାଏ । ସେ ୧୯୭୨ରେ ପଦ୍ମଭୂଷଣ ଓ ୧୯୮୯ରେ ପଦ୍ମବିଭୂଷଣ ମିଳିଥିଲା ।

ପ୍ରକାଶ ଥାଉ କି, ଏହା ପୂର୍ବରୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଓ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତ ରତ୍ନ ଦେବା ନେଇ ପ୍ରଥମମନ୍ତ୍ରୀ ପ୍ରଥମେ ସୂଚନା ଦେଇଥିଲେ ।