Nobel Winner Ales Bialiatski: ସରକାରଙ୍କ ବିରୋଧରେ ଧାରଣା ପଡିଲା ମହଙ୍ଗା, ନୋବେଲ ବିଜେତାଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ
Advertisement
Article Detail0/zeeodisha/odisha1595185

Nobel Winner Ales Bialiatski: ସରକାରଙ୍କ ବିରୋଧରେ ଧାରଣା ପଡିଲା ମହଙ୍ଗା, ନୋବେଲ ବିଜେତାଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ

Court sentenced Nobel laureate to 10 years in Prison: ନୋବେଲ ବିଜେତା ଆଲେସ୍ ବିଲିୟାତସ୍କିଙ୍କ ବ୍ୟତୀତ ଅନ୍ୟ ଯେଉଁ ବ୍ୟକ୍ତିଙ୍କୁ ବେଲାଋଷ ଅଦାଲତ ଦଣ୍ଡାଦେଶ ଶୁଣାଇଛନ୍ତି, ସେମାନେ ହେଉଛନ୍ତି ବିୟାସାନା ମାନବ ଅଧିକାର ସଂସ୍ଥାର ଡେପୁଟି ଚେୟାରମ୍ୟାନ୍ ଭାଲିଆଣ୍ଟସିନ୍ ଷ୍ଟେଫନୋବିଚ, ଉଲାଦଜିମିର ଲବକୋବିକଜ ଏବଂ ଜିମିତ୍ରୀ ସଲୌଉଉ।

Nobel Winner Ales Bialiatski: ସରକାରଙ୍କ ବିରୋଧରେ ଧାରଣା ପଡିଲା ମହଙ୍ଗା, ନୋବେଲ ବିଜେତାଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ

Belarus Court Jail Nobel Winner Ales Bialiatski: ନୋବେଲ ଶାନ୍ତି ପୁରସ୍କାର ବିଜେତା ଆଲେସ୍ ବିଲିୟାତସ୍କିଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବେଲାଋଷ କୋର୍ଟ। ବିୟାସ୍ରା ମାନବାଧିକାର କେନ୍ଦ୍ର ସଂସ୍ଥାପକ ଆଲେସ୍ ବିଲିୟାତସ୍କି ଏବଂ ଏହାର ଅନ୍ୟ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ସାଧାରଣ ପ୍ରଶାସନ ବ୍ୟବସ୍ଥାକୁ ବ୍ୟାଘାତ କରୁଥିବା କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଦେବା ଏବଂ ତସ୍କରୀ ସହ ଜଡ଼ିତ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୃଥକ ପୃଥକ ଅବଧିରେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବେଲାଋଷ ଅଦାଲତ। ଏ ସମ୍ପର୍କରେ ବିୟାସନା ପକ୍ଷରୁ ସୂଚନା ଦିଆଯାଇଛି। 

ନୋବେଲ ଶାନ୍ତି ପୁରସ୍କାର ବିଜେତା (Nobel Peace Prize Winner) ଆଲେସ୍ ବିଲିୟାତସ୍କି (Ales Bialiatski) ୟୁରୋପୀୟ ଦେଶ (European Country) ବେଲାଋଷରେ (Belarus) ଜଣେ ମାନବାଧିକାର କାର୍ଯ୍ୟକର୍ତ୍ତା (Human Right Activist) ଭାବେ ଜଣାଶୁଣା ଥିଲେ। ଯିଏ ମାନବାଧିକାର (Human Right) ପ୍ରସଙ୍ଗରେ କରିଥିବା ସଂଘର୍ଷ ପାଇଁ ଚର୍ଚ୍ଚାରେ ରହିଥିଲେ। ଗତ ବର୍ଷ ଅକ୍ଟୋବରରେ ଆଲେସ୍ ବିଲିୟାତସ୍କିଙ୍କୁ ନୋବେଲ ଶାନ୍ତି ପୁରସ୍କାର (Nobel Peace Prize) ପ୍ରଦାନ କରାଯାଇଥିଲା। ତାଙ୍କ ସମର୍ଥକ କହିଛନ୍ତି ଯେ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ (President Alexander Lukashenko) ନେତୃତ୍ୱାଧିନ ବେଲାଋଷ ସରକାର (Belarus Govt) ତାଙ୍କୁ ଜବରଦସ୍ତ ଚୁପ କରାଇଦେବାକୁ ଚାହୁଁଛନ୍ତି।

ନୋବେଲ ବିଜେତା ଆଲେସ୍ ବିଲିୟାତସ୍କିଙ୍କ ବ୍ୟତୀତ ଅନ୍ୟ ଯେଉଁ ବ୍ୟକ୍ତିଙ୍କୁ ବେଲାଋଷ ଅଦାଲତ ଦଣ୍ଡାଦେଶ ଶୁଣାଇଛନ୍ତି, ସେମାନେ ହେଉଛନ୍ତି ବିୟାସାନା ମାନବ ଅଧିକାର ସଂସ୍ଥାର (Viasna Human Rights Centre) ଡେପୁଟି ଚେୟାରମ୍ୟାନ୍ ଭାଲିଆଣ୍ଟସିନ୍ ଷ୍ଟେଫନୋବିଚ, ଉଲାଦଜିମିର ଲବକୋବିକଜ ଏବଂ ଜିମିତ୍ରୀ ସଲୌଉଉ।

ଆଲେସ୍ ବିଲିୟାତସ୍କିଙ୍କୁ ୧୦ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହିତ ବିୟାସାନା ମାନବ ଅଧିକାର ସଂସ୍ଥାର ଡେପୁଟି ଚେୟାରମ୍ୟାନ୍ ଭାଲିଆଣ୍ଟସିନ୍ ଷ୍ଟେଫନୋବିଚଙ୍କୁ (Valiantsin Stefanovich) ୯ ବର୍ଷ, ସଂସ୍ଥାର ସଂଯୋଜକ ଉଲାଦଜିମିର ଲବକୋବିକଜଙ୍କୁ (ladzimir Labkovicz) ୭ ବର୍ଷ, ମାନବାଧିକାର କାର୍ଯ୍ୟକର୍ତ୍ତା ଦିମିତ୍ରୀ ସଲୌଉଉଙ୍କୁ (Dmitry Solovyov) ୮ ବର୍ଷର ଜେଲଦଣ୍ଡ ମିଳିଛି।

ଗତ ୨୦୨୦ ବର୍ଷରେ ଅନୁଷ୍ଠିତ ହୋଇ ନିର୍ବାଚନକୁ ନେଇ ବ୍ୟାପକ ବିରୋଧ ପରେ ଆଲେସ୍ ବିଲିୟାତସ୍କି ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଥିଲା। ଏହି ନିର୍ବାଚନରେ ​​ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କୁ ଏକ ନୂତନ କାର୍ଯ୍ୟକାଳ ମିଳିଛି। ଗତ ୧୯୯୪ ମସିହାରୁ ବେଲାଋଷରେ ଶାସନ କରୁଥିବା ରାଷ୍ଟ୍ରପତି ଲୁକାଶେଙ୍କୋ ଦେଶର ଇତିହାସର ସବୁଠାରୁ ବଡ ବିରୋଧକୁ ଦମନ କରିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦେଶରେ ହୋଇଥିବା ବିରୋଧ ସମୟରେ ପ୍ରାୟ ୩୫ ହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଥିଲା।

ଗତ ୨୦୧୧ ବର୍ଷରେ ଆଲେସ୍ ବିଲିୟାତସ୍କିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେତେବେଳେ ତାଙ୍କୁ ଟିକସ ଫାଙ୍କିଥିବାର ଅଭିଯୋଗ ହୋଇଥିଲା। ଗତ ୨୦୧୧,  ୨୪ ଅକ୍ଟୋବରରେ ତାଙ୍କୁ ସାଢେ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ତାଙ୍କ ସମ୍ପତ୍ତି ଜବତ କରାଯାଇଥିଲା। ପୋଲାଣ୍ଡ ଏବଂ ଲିଥୁଆନିଆ ଠାରେ ତାଙ୍କର ରହିଥିବା ଆର୍ଥିକ କାରବାର ଆଧାରରେ ତାଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା।