Cost-cutting: ସଙ୍କଟରେ ସାମ୍ବାଦିକତା ପେଶା! ବନ୍ଦ ହେବାକୁ ଯାଉଛି ଏହି ଦୁଇଟି ସଂସ୍ଥା
Advertisement

Cost-cutting: ସଙ୍କଟରେ ସାମ୍ବାଦିକତା ପେଶା! ବନ୍ଦ ହେବାକୁ ଯାଉଛି ଏହି ଦୁଇଟି ସଂସ୍ଥା

Cost-cutting: କଷ୍ଟ କଟିଂ ବା ବଜେଟ ବଞ୍ଚାଇବାକୁ BBC ୩୮୨ କର୍ମଚାରୀଙ୍କ ଛଟେଇ କରିବ। ଏନେଇ ବ୍ରିଟେନର ଜାତୀୟ ଗଣମାଧ୍ୟମ ସଂସ୍ଥା ଗୁରୁବାର ଘୋଷଣା କରିଛି। ତେବେ କଷ୍ଟ କଟିଂ ପାଇଁ BBC ଡିଜିଟାଲ ପ୍ଲାଟଫର୍ମ ଆଡକୁ ଗତିକରିବ ବୋଲି ସୂଚନା ମିଳିଛି। ଖୁବଶୀଘ୍ର BBC Arabic ଓ BBC Persian radioକୁ ବନ୍ଦ କରିବ। 

Cost-cutting: ସଙ୍କଟରେ ସାମ୍ବାଦିକତା ପେଶା! ବନ୍ଦ ହେବାକୁ ଯାଉଛି ଏହି ଦୁଇଟି ସଂସ୍ଥା

Cost-cutting, ନୂଆଦିଲ୍ଲୀ: ବର୍ତ୍ତମାନ ସଙ୍କଟରେ ପଡିଛି ସାମ୍ବାଦିକତା ପେଶା। କେବଳ ଭାରତ ନୁହଁ ବିଶ୍ୱର ପ୍ରତିଷ୍ଠିତ ତଥା ପୁରୁଣା ସଂସ୍ଥାରେ ଏହି ଅବସ୍ଥା ହୋଇଛି। ବ୍ରିଟେନର ଜାତୀୟ ଗଣମାଧ୍ୟମ ସଂସ୍ଥା ବ୍ରିଟିଶ ବ୍ରଡକାଷ୍ଟିଂ ଚ୍ୟାନେଲ (BBC) ତାର ଦୁଇଟି ଆନ୍ତର୍ଜାତୀୟ ଚ୍ୟାନେଲକୁ ବନ୍ଦ କରିବାକୁ ଯୋଜନା କରୁଛି। ଖୁବଶୀଘ୍ର BBC Arabic ଓ BBC Persian radio ବନ୍ଦ ହେବ। ଫଳରେ ପ୍ରାୟ ୪୯୯ ଜଣଙ୍କ ଚାକିରି ଚାଲିଯିବ। ତେବେ କମ୍ପାନୀ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଇଛି?

କଷ୍ଟ କଟିଂ ବା ବଜେଟ ବଞ୍ଚାଇବାକୁ BBC ୩୮୨ କର୍ମଚାରୀଙ୍କ ଛଟେଇ କରିବ। ଏନେଇ ବ୍ରିଟେନର ଜାତୀୟ ଗଣମାଧ୍ୟମ ସଂସ୍ଥା ଗୁରୁବାର ଘୋଷଣା କରିଛି। ତେବେ କଷ୍ଟ କଟିଂ ପାଇଁ BBC ଡିଜିଟାଲ ପ୍ଲାଟଫର୍ମ ଆଡକୁ ଗତିକରିବ ବୋଲି ସୂଚନା ମିଳିଛି। ଖୁବଶୀଘ୍ର BBC Arabic ଓ BBC Persian radioକୁ ବନ୍ଦ କରିବ। ସଂସ୍ଥା ତାର କିଛି ବିଶ୍ୱସ୍ତରୀୟ ସାମ୍ବାଦିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ଯୋଜନା କରିଛି। ବର୍ତ୍ତମାନ BBC ମୋଟ ୪୧ଟି ଭାଷାରେ ଖବର ପରିବେଷଣ କରୁଛି। କିନ୍ତୁ ଆଗାମୀ ଦିନରେ ଏହାର ଅଧାରୁ ଅଧିକ ଭାଷାର ଖବର କେବଳ ଡିଜିଟାଲରେ ପ୍ରସାରଣ ହୋଇପାରେ।

Also Read: ବ୍ରହ୍ମପୁତ୍ର ନଦୀରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଅନେକ ନିଖୋଜ

ଆସନ୍ତା କିଛି ବର୍ଷ ମଧ୍ୟରେ ୧୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ନିକଟରେ BBC ଘୋଷଣା କରିଥିଲା। ନିରବଚ୍ଛିନ୍ନ ଭାବେ ସମସ୍ତଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବାପାଇଁ ସଂସ୍ଥା ଏହି ନିଷ୍ପତ୍ତି ନେଇଥିବା BBCର ମହାନିର୍ଦ୍ଦେଶକ ଟିମ ଡେଭି କହିଥିଲେ। BBCର କଣ୍ଟେଣ୍ଟ ଓ ସେବାରେ ମଧ୍ୟ କିଛି ପରିବର୍ତ୍ତନ ହୋଇପାରେ। କଷ୍ଟ କଟିଂ କରି BBC ପ୍ରଥମ ପ୍ରର୍ଯ୍ୟାୟରେ ୫୦୦ ମିଲିୟନ ୟୁରୋ ବଞ୍ଚାଇବା ଆଶା ରଖିଛି। ତେବେ ଏହା ସଂସ୍ଥାର ଡିଜିଲାଲିକରଣର ଏକ ଅଂଶ ବୋଲି BBCର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

fallback

ବ୍ରିଟେନ ତଥା ଅନ୍ତର୍ଜାତୀୟ ସ୍ତରରେ BBC ଏକ ମାତ୍ର ସଂସ୍ଥା, ଯିଏ ୨୪ ଘଣ୍ଟା ଖବର ପରିବେଶଣ କରୁଛି। ଏହାର ଛୋଟ ଛୋଟ ଚ୍ୟାନେଲ ଯଥା - CBBC, BBC Four, ଓ Radio 4 Extraକୁ ବନ୍ଦ କରାଯାଇଛି। ଏବେ BBC Arabic ଓ BBC Persian radio ବନ୍ଦ ହେବାକୁ ଯାଉଛି। ଯାହା ପ୍ରାୟ ୪୦୦ କର୍ମଚାରୀଙ୍କୁ ଆତଙ୍କୀତ କରିଛି। ତେବେ କେବେ ଏହାକୁ କାର୍ଯ୍ୟକାରୀ କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।