Assam News: ପର୍ଯ୍ୟଟନ ଭିସା ଦ୍ବାରା ଭାରତରେ କଟରପନ୍ଥି ତିଆରି କରାଯାଉଛି, ୧୭ ଗିରଫ୍
Advertisement
Article Detail0/zeeodisha/odisha1357302

Assam News: ପର୍ଯ୍ୟଟନ ଭିସା ଦ୍ବାରା ଭାରତରେ କଟରପନ୍ଥି ତିଆରି କରାଯାଉଛି, ୧୭ ଗିରଫ୍

Assam Radicalization: ସୈୟଦ ଆଶ୍ରାଫୁଲ ଆଲାମ ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ୧୭ ଜଣ ବାଂଲାଦେଶୀ ନାଗରିକଙ୍କ ଏକ ଗୋଷ୍ଠିକୁ କଥିତ ଭାବେ ଧାର୍ମିକ ଉପଦେଶ ଦେଇଥିବା ଅଭିଯୋଗରେ ବିଶ୍ୱନାଥ ଜିଲ୍ଲାର ଗିଙ୍ଗିଆ ଅଞ୍ଚଳର ସୁଦୂର ବାଘମାରୀ ଅଞ୍ଚଳରୁ ଗିରଫ କରାଯାଇଛି। 

Assam News: ପର୍ଯ୍ୟଟନ ଭିସା ଦ୍ବାରା ଭାରତରେ କଟରପନ୍ଥି ତିଆରି କରାଯାଉଛି, ୧୭ ଗିରଫ୍

Assam Radicalization: ଆସାମରେ କଟରପନ୍ଥି (Radicalize) ମାନଙ୍କୁ ନେଇ ଭିନ୍ନ ଭିନ୍ନ ଖବର ଆସିଥାଏ। ରାଜ୍ୟରେ ଏମାନଙ୍କ ଦ୍ବାରା ହିଂସା ସୃଷ୍ଟି କରାଯାଉଥିବା ନେଇ ଅନେକ ଖବର ଗଣମାଧ୍ୟମକୁ ଆସିଥାଏ। ରବିବାର ଦିନ ଆସାମ ପୋଲିସ (Assam Police) କହିଛି ଯେ, ବାଂଲାଦେଶୀ ଧର୍ମଗୁରୁ ମାନେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଧାର୍ମିକ ସମାବେଶ ଆୟୋଜନ କରି ପର୍ଯ୍ୟଟନ ଭିସା ନିୟମ ଉଲ୍ଲଂଘନ କରୁଛନ୍ତି। ରାଜ୍ୟର ବିଶ୍ୱନାଥ ଜିଲ୍ଲାରୁ ୧୭ ଜଣ ବାଂଲାଦେଶୀ ନାଗରିକ ଗିରଫ ହେବାର ଗୋଟିଏ ଦିନ ପରେ ପୋଲିସ କହିଛି ଯେ, ପଡୋଶୀ ଦେଶର ଧର୍ମଗୁରୁମାନେ ରାଜ୍ୟର ଯୁବକ ମାନଙ୍କୁ କଟରପନ୍ଥି କରୁଛନ୍ତି।

ଏ ବାବଦରେ ରାଜ୍ୟ ସରକାର ବୈଦେଶିକ ମନ୍ତ୍ରଣାଳୟକୁ(ଯିଏ ଭିସା ବଣ୍ଟନ କରନ୍ତି) ଏହି ସମ୍ବନ୍ଧରେ ଲେଖିଛନ୍ତି । ଏହାର ପରିଣାମ ସ୍ୱରୂପ, ପର୍ଯ୍ୟଟନ ଭିସା (Tourist Visa) ନିୟମ ଉଲ୍ଲଂଘନ ଅଭିଯୋଗରେ ଅନେକ ବାଂଲାଦେଶୀ ଧର୍ମଗୁରୁଙ୍କୁ ଭାରତରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଆସାମର ବରିଷ୍ଠ ପୋଲିସ ଅଧିକାରୀ, ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି, "ବିଶେଷ କରି ଲୋୟର ଆସାମ ଏବଂ ବାରାକ ଉପତ୍ୟକାରେ ଧାର୍ମିକ ଜ୍ଞାନ ପାଇଁ ବାଂଲାଦେଶ ଧର୍ମଗୁରୁ ମାନଙ୍କୁ ପର୍ଯ୍ୟଟନ ଭିସାରେ ନିମନ୍ତ୍ରଣ କରିବାର ଏକ ପମ୍ପରା ରହିଛି। ଏହି ଧର୍ମଗୁରୁ ମାନେ ରାଜ୍ୟର ଯୁବକଙ୍କୁ କଟରପନ୍ଥି କରି ତାଙ୍କୁ ମିଳିଥିବା ପର୍ଯ୍ୟଟନ ଭିସା ନିୟମର ଉଲ୍ଲଙ୍ଘନ କରୁଛନ୍ତି।

ସୈୟଦ ଆଶ୍ରାଫୁଲ ଆଲାମ ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ୧୭ ଜଣ ବାଂଲାଦେଶୀ ନାଗରିକଙ୍କ ଏକ ଗୋଷ୍ଠିକୁ କଥିତ ଭାବେ ଧାର୍ମିକ ଉପଦେଶ ଦେଇଥିବା ଅଭିଯୋଗରେ ବିଶ୍ୱନାଥ ଜିଲ୍ଲାର ଗିଙ୍ଗିଆ ଅଞ୍ଚଳର ସୁଦୂର ବାଘମାରୀ ଅଞ୍ଚଳରୁ ଗିରଫ କରାଯାଇଛି। ମହନ୍ତ କହିଛନ୍ତି, "ଆମେ ସେମାନଙ୍କୁ କହିଛୁ ଯେ ଆସାମ ପୋଲିସ କଠୋର ହେବେ। ଗିରଫ ହୋଇଥିବା ୧୭ ଜଣ ବ୍ୟକ୍ତି ପର୍ଯ୍ୟଟନ ଭିସା ନେଇ ଆସାମକୁ ଆସିଥିଲେ, କିନ୍ତୁ ଆସାମର କୌଣସି ମୁଖ୍ୟ ଆକର୍ଷକ ସ୍ଥାନ ପରିଦର୍ଶନ କରିନଥିଲେ। ସେମାନେ କେବଳ ସେମାନଙ୍କର ଧର୍ମ ପ୍ରଚାର କରିଥିଲେ। ଧାର୍ମିକ ଉପଦେଶ, ସେମାନଙ୍କୁ ଜାରି କରାଯାଇଥିବା ଭିସା ନିୟମର ଉଲ୍ଲଙ୍ଘନ କରିଛି।"

ଜେଲରେ ହେପାଜତରେ ଥିବା ବେଳେ ସୈୟଦ ଆଶ୍ରାଫୁଲ ଆଲାମ ଗଣମାଧ୍ୟମକୁ କହିଛନ୍ତି ଯେ, ଆମର ଏଠାରେ ସମ୍ପର୍କୀୟ ଅଛନ୍ତି ଏବଂ ଆମେ ସେମାନଙ୍କ ଘର ପରିଦର୍ଶନ କରୁଛୁ। ଗିରଫ ହୋଇଥିବା ୧୭ ଜଣ ବିଦେଶୀ ନାଗରିକ ମଧ୍ୟ ଆସାମକୁ ଆସିବା ପୂର୍ବରୁ ରାଜସ୍ଥାନର ଅଜମେର ସରିଫ ଏବଂ ପଶ୍ଚିମବଙ୍ଗର କୁଚବିହାରା ଜିଲ୍ଲାକୁ ଯାଇଥିଲେ। ମହନ୍ତ କହିଛନ୍ତି, "ଅନେକ ବାଂଲାଦେଶୀ ଧର୍ମଗୁରୁ ଆସାମକୁ ଆସିବାକୁ ବାରଣ କରାଯାଇଛି, କାରଣ ସେମାନେ ବାରମ୍ବାର ପର୍ଯ୍ୟଟନ ଭିସା ନିୟମ ଉଲ୍ଲଂଘନ କରିଛନ୍ତି। ଏହି ଉପଦେଶ ମାଧ୍ୟମରେ କଟରତା, ଏହା ଆସାମ କିମ୍ବା ଭାରତ ପାଇଁ ଆଦୌଁ ଭଲ ନୁହେଁ।"

ଦେଶରେ ସୃଷ୍ଟି ହେଉଥିବା ଆଇନଶୃଙ୍ଖଳା ପାଇଁ ପ୍ରଶାସନର ଅବହେଳାକୁ ଅନେକାଂଶରେ ଦାୟି କରାଯାଇଥାଏ। ହେଲେ ଅନ୍ୟ ଦେଶରୁ ଯଦି ଧର୍ମଗୁରୁ ମାନେ ଆସି ଦେଶ ଭିତରେ ଏପରି ବିଶୃଙ୍ଖଳା ସୃଷ୍ଟି କରିପାରୁଛନ୍ତି ତାହେଲା ଏଥିରେ ଆମ ଦେଶର ପ୍ରଶାସନିକ ଅଧିକାରୀ ମାନଙ୍କ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ।