ଦେବାଳିଆ ଶ୍ରୀଲଙ୍କା; କାଲି ଠାରୁ ୫ ଦିନ ବନ୍ଦ ରହିବ ଷ୍ଟକ୍ ମାର୍କେଟ
Advertisement
Article Detail0/zeeodisha/odisha1156010

ଦେବାଳିଆ ଶ୍ରୀଲଙ୍କା; କାଲି ଠାରୁ ୫ ଦିନ ବନ୍ଦ ରହିବ ଷ୍ଟକ୍ ମାର୍କେଟ

  ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଂକଟ ଦେଇ ଗତିକରୁଛି।  ଗୋଟିଏ ପଟେ  ଦେଶର  ବିଦେଶୀ  ମୁଦ୍ରା  ଭଣ୍ଡାର  ଖାଲି  ପଡ଼ିଥିବା  ବେଳେ  ଅନ୍ୟ ପଟେ  ବିଦେଶୀ ରାଷ୍ଟ୍ରରୁ ଆଣିଥିବା  ଋଣ  ଭାରରେ  ବୁଡ଼ି  ରହିଛି। 

ଦେବାଳିଆ ଶ୍ରୀଲଙ୍କା;  କାଲି ଠାରୁ  ୫ ଦିନ  ବନ୍ଦ  ରହିବ  ଷ୍ଟକ୍    ମାର୍କେଟ

କଲମ୍ବୋ:  ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଂକଟ ଦେଇ ଗତିକରୁଛି।  ଗୋଟିଏ ପଟେ  ଦେଶର  ବିଦେଶୀ  ମୁଦ୍ରା  ଭଣ୍ଡାର  ଖାଲି  ପଡ଼ିଥିବା  ବେଳେ  ଅନ୍ୟ ପଟେ  ବିଦେଶୀ ରାଷ୍ଟ୍ରରୁ ଆଣିଥିବା  ଋଣ  ଭାରରେ  ବୁଡ଼ି  ରହିଛି। ଅର୍ଥନୀତି  ପଙ୍ଗୁ  ହୋଇଯାଇଥିବା  ବେଳେ  ଏହାର  ପ୍ରଭାବ  ଷ୍ଟକ  ମାର୍କେଟ ଉପରେ  ମଧ୍ୟ  ପଡ଼ିଛି । ଯାହା  ଫଳରେ ଶ୍ରୀଲଙ୍କା ସେୟାର ମାର୍କେଟ କୁ  ସାମୟିକ  ଭାବେ  ବନ୍ଦ  ରଖିବାକୁ  ନିଷ୍ପତ୍ତି  ନିଆଯାଇଛି।

 ଆସନ୍ତାକାଲି  ଠାରୁ  ଅର୍ଥାତ ସୋମବାର  ଠାରୁ  ୫  ଦିନ  ଯାଏଁ  ବନ୍ଦ  ରହିବ  ଷ୍ଟକ  ମାର୍କେଟ। ଏନେଇ  ଶନିବାର  ଶ୍ରୀଲଙ୍କା  ସିକ୍ୟୁରିଟିଜ୍  ଆଣ୍ଡ  ଏକ୍ସଚେଞ୍ଜ  କ ମିଶନ  (Securities &  Exchange Commission)  ପକ୍ଷରୁ ଏହା  ଘୋଷଣା  କରାଯାଇଛି।

ଏପ୍ରିଲ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କା ଷ୍ଟକ ମାର୍କେଟ ବନ୍ଦ ହେଉଥିବା ବେଳେ ଷ୍ଟେକ ହୋଲ୍ଡର ମାନଙ୍କୁ ଧୈର୍ଯ୍ୟ ରଖିବାକୁ କୁହାଯାଇଛି । ଦେଶର ଆର୍ଥିକ ସ୍ଥିତି ସୁଧାରିବା ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ କୁହାଯାଇଛି ।

ପୂର୍ବରୁ  କିଛି  ଷ୍ଟକ  ବ୍ରୋକର  ଏବଂ  ଷ୍ଟକହୋଲ୍ଡର  (Stake holders) ସେୟାର  ବଜାର କୁ  କିଛି ଦିନ ପାଇଁ ବନ୍ଦ ରଖିବାକୁ ଦାବି କରିଥିଲେ।  ଏହାକୁ  ବିଚାର  କରିବା  ପରେ  ନିବେଶକ ଓ  ବଜାର  ସହଯୋଗୀଙ୍କ ସ୍ୱାର୍ଥରେ  ୫ ଦିନ  ପାଇଁ  କାରବାର  ବନ୍ଦ  ରଖିବାକୁ  ନିଷ୍ପତ୍ତି  ହୋଇଛି।

ଶ୍ରୀଲଙ୍କାରେ  ବୈଦେଶିକ ମୁଦ୍ରା ଅଭାବ  ପାଇଁ  ସରକାର ପୂର୍ବରୁ କରିଥିବା ବିଦେଶୀ ଋଣ ପରିଶୋଧ କରିପାରିବ ନାହିଁ ବୋଲି ସିଧା  ମନା  କରି ଦେଇଥିଲେ।  ଏବେ  ଶ୍ରୀଲଙ୍କା  ଉପରେ  ପ୍ରାୟ  ୫୧  ବିଲିୟନ  ଡଲାର ବିଦେଶୀ  ଋଣ  ବୋଝ  ରହିଛି।  ବର୍ତ୍ତମାନ  ଦେଶ  ପାଖରେ  କେବଳ  ଖାଦ୍ୟ ପଦାର୍ଥ  ଭଳି  ଅତ୍ୟାବଶ୍ୟକୀୟ ସାମଗ୍ରୀ  କିଣିବା  ପାଇଁ  ବିଦେଶୀ  ମୁଦ୍ରା  ରହିଛି।  ଋଣଦାତା ପାଇବାକୁ ଥିବା  ସୁଧକୁ  ପୁଞ୍ଜିରେ  ପରିଣତ କରିପାରିବେ  କିମ୍ୱା  ଶ୍ରୀଲଙ୍କା  ମୁଦ୍ରାରେ  ଫେରି  ପାଇବାର  ବିକଳ୍ପ  ଚୟନ  କରିପାରିବେ  ବୋଲି କୁହାଯାଇଛି।