Bank Holidays in September 2022: ଯଦି ଆଗାମୀ ଦିନ ମାନଙ୍କରେ ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଅଛି, ତେବେ ଆପଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ । ଜାଣନ୍ତୁ ଆସନ୍ତା ସେପ୍ଟେମ୍ବର ମାସରେ କେତେ ଓ କେଉଁ ଦିନ ମାନଙ୍କରେ ବ୍ୟାଙ୍କ ବନ୍ଦ ରହିବ ...
Trending Photos
Bank Holidays in September 2022: ଯଦି ଆଗାମୀ ଦିନ ମାନଙ୍କରେ ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଅଛି, ତେବେ ଆପଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ । ତେଣୁ, ଆମେ ଆପଣଙ୍କୁ କହିରଖୁଛୁ ଯେ ସେପ୍ଟେମ୍ବରରେ ବ୍ୟାଙ୍କଗୁଡିକ ମୋଟ ୧୩ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଏହି ସୂଚନା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଛୁଟିଦିନ ତାଲିକା ଉପରେ ଆଧାରିତ । ଏହି ଛୁଟିଦିନଗୁଡ଼ିକରେ ପର୍ବ, ଦ୍ୱିତୀୟ ଓ ଚତୃର୍ଥ ଶନିବାର ଓ ରବିବାର ଦିନ ସାମିଲ ରହିଛି ।
ତେବେ ଏହା ଧ୍ୟାନ ଦେବା ଜରୁରୀ ଯେ ଅନେକ ପର୍ବ ଯୋଗୁଁ କେବଳ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିଥାଏ । ଯେତେବେଳେ କି, ଅନ୍ୟ କେତେକ ରାଜ୍ୟରେ ବ୍ୟାଙ୍କଗୁଡିକ ସାଧାରଣ ଭାବରେ କାର୍ଯ୍ୟ କରନ୍ତି । କେବଳ ଜାତୀୟ ପର୍ବ, ଦ୍ୱିତୀୟ, ଚତୁର୍ଥ ଶନିବାର ଓ ରବିବାରରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
ବ୍ୟାଙ୍କ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା
ଏହା ସହିତ, ଯେଉଁ ଦିନ ବ୍ୟାଙ୍କ ବନ୍ଦ ହେବ ସେହି ଦିନ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେବ । ସେହି ଦିନ ଗ୍ରାହକମାନେ ଅନଲାଇନ୍ ସେବା ପାଇପାରିବେ ।
ସେପ୍ଟେମ୍ବରରେ ଏହି ଦିନ ମାନଙ୍କରେ ବ୍ୟାଙ୍କଗୁଡିକ ଖୋଲିବେ ନାହିଁ:
ସେପ୍ଟେମ୍ବର ୧ (ଗୁରୁବାର): ଗଣେଶ ଚତୃର୍ଥୀର ଦ୍ୱିତୀୟ ଦିନ (ପାନଜୀ)
ସେପ୍ଟେମ୍ବର ୬ (ମଙ୍ଗଳବାର): କର୍ମା ପୂଜା (ରାଞ୍ଚି)
ସେପ୍ଟେମ୍ବର ୭ (ବୁଧବାର): ପ୍ରଥମ ଓନମ (କୋଚି, ଥିରୁବନନ୍ତପୁରମ୍)
ସେପ୍ଟେମ୍ବର ୮ (ଗୁରୁବାର): ଥିରୁଭୋନାମ୍ (କୋଚି, ଥିରୁବନନ୍ତପୁରମ୍)
ସେପ୍ଟେମ୍ବର ୯ (ଶୁକ୍ରବାର): ଇନ୍ଦ୍ରଯାତ୍ରା (ଗ୍ୟାଙ୍ଗଟୋକ)
ସେପ୍ଟେମ୍ବର ୧୦ (ଶନିବାର): ଶ୍ରୀ ନରଭାଣା ଗୁରୁ ଜୟନ୍ତୀ (କୋଚି, ଥିରୁବନନ୍ତପୁରମ୍)
ସେପ୍ଟେମ୍ବର ୨୧ (ବୁଧବାର): ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ (କୋଚି, ଥିରୁବନନ୍ତପୁରମ୍)
ସେପ୍ଟେମ୍ବର ୨୬ (ସୋମବାର): ନବରାତ୍ରୀ ସ୍ଥାପନା (ଜୟପୁର)
ସେପ୍ଟେମ୍ବର ୧୦ ରେ, ଦ୍ୱିତୀୟ ଶନିବାର ଥିବାରୁ ଦେଶର ଅନ୍ୟ ଅଞ୍ଚଳରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏଥି ସହିତ ଦେଶର ସମସ୍ତ ବ୍ୟାଙ୍କ ମଧ୍ୟ ସେପ୍ଟେମ୍ବର ୧୧ (ରବିବାର), ସେପ୍ଟେମ୍ବର ୧୮ (ରବିବାର), ସେପ୍ଟେମ୍ବର ୨୪ (ଦ୍ୱିତୀୟ ଶନିବାର) ଓ ସେପ୍ଟେମ୍ବର ୨୫ (ରବିବାର) ରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।
କହିରଖୁଛୁ ଯେ ଭାରତରେ ବ୍ୟାଙ୍କ ଛୁଟିଦିନର ତାଲିକା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଛି । ଛୁଟିଦିନର ତାଲିକା ଅନେକ ମାସ ପୂର୍ବରୁ ଜାରି କରାଯାଇଥାଏ ଯାହା ଦ୍ୱାରା ଲୋକମାନେ ବ୍ୟାଙ୍କ ସହ ଜଡିତ କାର୍ଯ୍ୟ ପାଇଁ ଯୋଜନା କରିପାରିବେ । ଛୁଟିଦିନ ବିଷୟରେ, ରିଜର୍ଭ ବ୍ୟାଙ୍କ ଏହାକୁ ତିନୋଟି ଆଧାରରେ ବିଭକ୍ତ କରେ । ଏଥିରେ ଜାତୀୟ, ଆଞ୍ଚଳିକ ଓ ଧାର୍ମିକ ଛୁଟି ଅନ୍ତର୍ଭୁକ୍ତ ।
ଏହା ବି ପଢ଼ନ୍ତୁ: Noida Twin Towers: କିପରି ଭଙ୍ଗାଯିବ ଟ୍ୱିନ୍ ଟାୱାର, କେବେ ହେବ ବିସ୍ଫୋରଣ, କ’ଣ ରହିଛି ସୁରକ୍ଷା? ଏଠାରେ ଜାଣନ୍ତୁ
ଏହା ବି ପଢ଼ନ୍ତୁ: Sonali Phogat Death: 'ସୋନାଲି ଫୋଗାଟ ମୃତ୍ୟୁ ମାମଲାକୁ ରଫାଦଫା କରିବାକୁ ଚାହୁଁଛି ପୋଲିସ'